ଭିକ୍ଷା ଓ ଦାତାର ଅର୍ଥ

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଥରେ ଗୌତମ ବୁଦ୍ଧ ଭିକ୍ଷା ଉଦ୍ଦେଶ୍ୟରେ ଜଣେ ବ୍ରାହ୍ମଣଙ୍କ ଘର ସାମନାରେ ଉପସ୍ଥିତ ହୁଅନ୍ତେ, ଘରୁ ଚିତ୍କାର ଶୁଭିଲା- ‘ଦୂର ହୁଅ।’ ବୁଦ୍ଧ ନିରବରେ ନିଷ୍କ୍ରାନ୍ତ ହେଲେ। ସେତେବେଳେ ବ୍ରାହ୍ମଣମାନେ ଥିଲେ ବୁଦ୍ଧଙ୍କ ତୀବ୍ର ବିରୋଧୀ।
ପର ଦିନ ବୁଦ୍ଧ ପୁଣି ସେଠାରେ ଉପସ୍ଥିତ ହେଲେ। ଏଥର ଗୃହସ୍ବାମୀ ଘରର ଆବର୍ଜନା ଆଣି ତାଙ୍କ ଉପରେ ଢାଳିଦେଲେ। ବୁଦ୍ଧ ନିର୍ବିକାର ଭାବେ ସେଠାରୁ ଚାଲିଗଲେ। ପୁଣି ତୃତୀୟ ଦିନ ସେଠାରେ ପହଞ୍ଚିଲେ। ଏଥର ଗୃହସ୍ବାମୀଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲା। କ୍ରୋଧରେ ଆଘାତ କରିବାକୁ ଧାଇଁ ଆସିଲେ। କିନ୍ତୁ ବୁଦ୍ଧଙ୍କ ପ୍ରଶାନ୍ତ ମୁଖମଣ୍ଡଳ ଦେଖି ଅଟକି ଗଲେ ଓ କର୍କଶ ସ୍ବରରେ କହିଲେ- ତୁମେ କିଛି ବୁଝି ପାରୁନାହଁ ବୋଧହୁଏ!
ସ୍ମିତ ହସି ବୁଦ୍ଧ କହିଲେ- ଆପଣ ଭିକ୍ଷା ଦେଇ ଚାଲିଛନ୍ତି, ମୁଁ ସେଥି ଲାଗି କୃତଜ୍ଞ। ଯାହା ଦାନ କରିବାର ଅଛି ଦିଅନ୍ତୁ; କୌଣସି ଆପତ୍ତି ନାହିଁ। ପ୍ରଥମ ଦିନ ଆପଣଙ୍କ ବକ୍ତବ୍ୟ ବି ମୋ ସକାଶେ ଭିକ୍ଷା ଥିଲା। ତାକୁ ବି କୃତଜ୍ଞତାର ସହିତ ଗ୍ରହଣ କଲି। ଦ୍ବିତୀୟ ଦିନର ଭିକ୍ଷା ଲାଗି ମଧ୍ୟ ମୁଁ କୃତଜ୍ଞ।
ବ୍ରାହ୍ମଣ ଆଶ୍ଚର୍ଯ୍ୟ ହେଲେ।
ବୁଦ୍ଧ କହିଲେ- ଆମେମାନେ ଭିକ୍ଷା ଦ୍ବାରା କେବଳ ଅନୁଗୃହୀତ ହୋଇଥାଉ। ଆମ ଲାଗି ଯାହା ମିଳିଲା ତାହା ହେଲା ଦାନ ଓ ତାହା ହିଁ ଦାତାଙ୍କ ଅନୁଗ୍ରହ। ତହିଁରେ ମାଡ଼, ଗାଳି ଓ ଅଭିସଂପାତ ମଧ୍ୟ ବରଣୀୟ। ଦାତାଙ୍କୁ ନେଇ କୌଣସି ମତ ପୋଷଣ କରାଯାଏନା। ଆମ ଲାଗି ଦାତା କେବଳ କୃତଜ୍ଞତାର ପାତ୍ର।
ବ୍ରାହ୍ମଣଙ୍କ ମନ ବଦଳିଯିବାକୁ ଲାଗିଥିଲା। ପର ଦିନ ମଧ୍ୟ ବୁଦ୍ଧ ସେଠାକୁ ଆସିଲେ। କିନ୍ତୁ ସେତେବେଳକୁ ସେ ବୁଦ୍ଧଙ୍କ ଅସଂଖ୍ୟ ଅନୁଗାମୀଙ୍କ ଭିତରୁ ଜଣେ ହୋଇ ସାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe