ଜେନ ଗୁରୁ ନେନେଙ୍କ ନିକଟରେ ଜଣେ ଯୁବକ ପହଞ୍ଚିଲା। ସବୁ ଦିନ ଭଳି ନେନେ ସେତେବେଳକୁ ଉଦ୍ୟାନରେ ସ୍ଥିର ଭାବେ ବସି ରହିଥିଲେ।
ଯୁବକଟି ତାଙ୍କୁ ପ୍ରଣାମ ଜଣାଇ କହିଲା- ମହାତ୍ମା, ଗୂଢ଼ ଜ୍ଞାନ ପାଇବା ଲାଗି ଆସିଛି। େମାତେ ଶିଷ୍ୟ ଭାବେ ଗ୍ରହଣ କରନ୍ତୁ।
େନନେ ଆଖି ଖୋଲିଲେ ଏବଂ କହିଲେ- କଲି।
ଯୁବକ କହିଲା- ଏବେ ମୋତେ କ’ଣ କରିବାକୁ ହେବ କହନ୍ତୁ?
ନେନେ କହିଲେ- କିଛି ନାହିଁ। ମୁଁ ଯେମିତି ବସିଛି ଏଠାରେ ସେମିତି ବସ। ଜ୍ଞାନ ପାଇଯିବ।
ଯୁବକ କହିଲା- କେବଳ ସେତିକି? ଏତେ ସହଜ?
ନେନେ କହିଲେ- ଭାରି ସହଜ!
ଏବେ ନେନେ ଉଠିଗଲେ। ତାଙ୍କ ସ୍ଥାନ ନେଲା ଯୁବକ। ସେ ଦେଖିଲା କିଛି କ୍ଷଣ ଭିତରେ ମଶା, ମହୁମାଛି ଓ ଭଅଁରଗୁଡ଼ିକ ଉଡ଼ିଆସି ପାଖରେ ଘୂରି ବୁଲିଲେ। ମଶା କାମୁଡ଼ିବା ଆରମ୍ଭ କଲେ। ଗୋଟିଏ ଭଅଁର ତା’ର ମୁଣ୍ଡ ଉପରେ ଓହ୍ଲାଇ ସଲସଲ ହୋଇ ଚାଲିଲା ଏବଂ ବେକ ମୂଳରେ ମୃଦୁ ଦଂଶନ ମଧ୍ୟ କଲା। ଯୁବକ ବସିବା ସ୍ଥାନରୁ ଡେଇଁ ପଡ଼ିଲା ଏବଂ ଯନ୍ତ୍ରଣାରେ ଚିତ୍କାର କଲା।
ନେନେ ତତ୍କ୍ଷଣାତ୍ ଆସିଲେ ଓ ପଚାରିଲେ- କ’ଣ ହେଲା?
ଯୁବକ ସେହି ଜ୍ବାଳାକୁ ସହୁ ସହୁ କହିଲା- ଆଜ୍ଞା, ଭାରି ଯନ୍ତ୍ରଣା ହେଉଛି।
ନେନେ କହିଲେ- ଏତିକି ଅଳ୍ପ ସମୟ ବସିଲ, ଅଥଚ କହୁଚ ଯନ୍ତ୍ରଣା ହେଉଛି? ତୁମେ ପରା କହିଥିଲ ଭାରି ସହଜ!
ଯୁବକ କହିଲା- ଆଜ୍ଞା, ଭୁଲ୍ ବୁଝି ପାରିଲି। ମୋର ଜ୍ଞାନୋଦୟ ହୋଇଛି। ଆପଣଙ୍କ କଥାର ମର୍ମ ହେଲା ଆପଣଙ୍କ ଭଳି ବସିବାକୁ ହେବ। ଭଅଁର ଦଂଶନ କଲେ ବି ପଥର ଭଳି ବସିବାକୁ ହେବ ବା ଆପଣ ପଥର ହୋଇଯାଇଥିବା ଭ୍ରମରେ ଭଅଁର ବି ଆଉ ଦଂଶନ କରିବ ନାହିଁ!
ନେନେ କହିଲେ- ଠିକ୍ ଜ୍ଞାନ ପାଇଛ! ଏବେ ଯାଅ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us