ହୀରା ଓ ଭର୍ତ୍ତୃହରି

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ରାଜା ଭର୍ତ୍ତୃହରି ନିଜ ରାଜ୍ୟ ଧନସ˚ପତ୍ତି ସବୁକିଛି ଛାଡ଼ି ନିଘଞ୍ଚ ଅରଣ୍ୟ ଭିତରକୁ ଯାଇ ତପସ୍ୟାରେ ବସିଲେ। ତା’ ପରେ ଆରମ୍ଭ ହେଲା ଘୋର ତପଶ୍ଚର୍ଯ୍ୟା।
ଦିନକର କଥା। ଭର୍ତ୍ତୃହରି ତପସ୍ୟାରେ ବସିଥାଆନ୍ତି ସୂର୍ଯ୍ୟ ଉଦୟ ହେଲା। ପ୍ରଭାତର ପ୍ରଥମ କିରଣ ଭୂମି ସ୍ପର୍ଶ କଲା ମାତ୍ରକେ ଭର୍ତ୍ତୃହରି ଆଖି ଖୋଲିଲେ। ହଠାତ୍‌ ସେଇ ମୁହୂର୍ତ୍ତରେ ସେ ଦେଖିଲେ ଯେ ତାଙ୍କ ସାମନାରେ ପଡ଼ିଛି ହୀରାଟିଏ, ଯାହା ଉପରେ ସୂର୍ଯ୍ୟ କିରଣ ପଡ଼ି ଅପୂର୍ବ ଚମକ ସୃଷ୍ଟି କରୁଛି। ଗୋଟିଏ କ୍ଷଣର ଏକ ଅଣୁ ଅ˚ଶ ଲାଗି ଭର୍ତ୍ତୃହରିଙ୍କ ମନ ଚହଲି ଗଲା। ମନରେ ଆକର୍ଷଣ ଆସିଗଲା। ସେ ୟା ଠାରୁ କେତେ ଅଧିକ ହୀରା ଛାଡ଼ି ଦେଇ ଆସିଛନ୍ତି। ଅଥଚ ଆଜି ସେ ଟିକିଏ ଚହଲି ଗଲେ! ନିଜକୁ ସେ ଧିକ୍‌କାର କରିବାକୁ ଲାଗିଲେ। କିନ୍ତୁ ଏଇ ସମୟରେ ଘଟିଗଲା ଗୋଟିଏ ଅଘଟଣ। ଦୁଇ ଅଶ୍ବାରୋହୀ ଯୋଦ୍ଧା ବିପରୀତ ଦିଗରୁ ଆସି ହୀରାଟି ଉପରେ ନିଜ ନିଜ ତରବାରି ଲଗାଇ ଦେଇ ତାକୁ ପ୍ରଥମେ ଦେଖିଛନ୍ତି ବୋଲି କହି ନିଜ ନିଜ ମାଲିକାନା ସାବ୍ୟସ୍ତ କଲେ। ସେ ଦ୍ବନ୍ଦ୍ବ ଏତେ ସହଜରେ ସରିବାର ନ ଥିଲା। ସୁତରା˚ ତରବାରି ଚାଲିଲା। କିଛି କ୍ଷଣ ଭିତରେ ଦୁହିଁଙ୍କ ତରବାରି ଉଭୟଙ୍କ ବକ୍ଷ ଭେଦ କଲା ଓ ଉଭୟେ ମରି ଶୋଇଲେ।
ଭର୍ତ୍ତୃହରିଙ୍କ ମୁହଁରେ ଖେଳିଗଲା କାରୁଣ୍ୟର ଏକ ହସ।
ହସ ଏଇଥି ଲାଗି ଯେ ସେ ବୁଝିପାରୁଥିଲେ ମାୟା ବୋଇଲେ କ’ଣ? ସବୁ କିଛି ତ୍ୟାଗ କରି ଆସିଥିବା ଭର୍ତ୍ତୃହରିଙ୍କୁ ବି ସେ ମାୟା କ୍ଷଣିକ ଲାଗି ବଶୀଭୂତ କରି ପକାଇଥିଲା। ଆଉ ସେଇ ମାୟା ଲାଗି ଦୁଇ ବୀର ନିଜ ପ୍ରାଣ ଦେଲେ। ଅଥଚ, ହୀରାଟି ସେମିତି ନିଥର ଓ ନିରାସକ୍ତ ଭାବେ ସେଠି ରହିଥିଲା। ଭର୍ତ୍ତୃହରି ହୀରା ରୂପକ ପଥରଟିକୁ ଜଙ୍ଗଲ ଭିତରକୁ ଫୋପାଡ଼ି ଦେଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe