ପଇସା ମୂଲ୍ୟହୀନ

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଦୁଇ ଜଣ ବନ୍ଧୁ ଥିଲେ। ଜଣେ କହୁଥିଲେ ଯେ ଧନସଂପତ୍ତି ବା ପଇସାପତ୍ର ମୂଲ୍ୟହୀନ ଏବଂ ସେଥି ପ୍ରତି ତାଙ୍କର ଆକର୍ଷଣ ନ ଥିଲା। ତାଙ୍କ ବନ୍ଧୁ କହୁଥିଲେ ଯେ ପଇସାପତ୍ର ହିଁ ମୁଖ୍ୟ କଥା ଏବଂ ସେଥି ଲାଗି ସେ ଖୁବ୍‌ ଧନ ସଞ୍ଚୟ କରୁଥିଲେ। ସେ ସବୁ ଖର୍ଚ୍ଚ କରିବାରେ କାର୍ପଣ୍ୟ ପ୍ରଦର୍ଶନ ମଧ୍ୟ କରୁଥିଲେ।
ଥରେ ଦୁଇ ବନ୍ଧୁ ଗୋଟିଏ ଜାଗାକୁ ଯାଉଥିଲେ। ନଦୀଟିଏ ପାରି ହେବାକୁ ଥିଲା। ସେଠାରେ ପହଞ୍ଚିବା ବେଳକୁ ସଂଧ୍ୟା ହେଲାଣି ଏବଂ ଏକମାତ୍ର ନାଉରିଆ ହାଲିଆ ହୋଇ ଯାଇଥିବାରୁ ସେମାନଙ୍କୁ ପାରି କରିବାକୁ ଅମଙ୍ଗ ହେଲା। ଏଭଳି ସ୍ଥଳେ କ’ଣ କରାଯିବ? ବହୁତ ବାଦବିବାଦ ପରେ ପଇସା ବାଲା ବନ୍ଧୁ ଜଣକ ଅତି କୁଣ୍ଠାରେ ଟଙ୍କାଏ ଜାଗାରେ ଦଶ ଟଙ୍କା ଦେବାରୁ ନାଉରିଆ ନଈ ପାର କଲା। ଆର କୂଳରେ ପହଞ୍ଚିବା ପରେ ପଇସାବାଲା ବନ୍ଧୁ କହିଲେ- ତୁମେ ପରା କୁହ ଯେ ପଇସାର ମୂଲ୍ୟ ନାହିଁ? ଏବେ କ’ଣ କହିବ? ଟଙ୍କା ଥିବାରୁ ନଈ ପାର ହୋଇ ପାରିଲେ ଓ ବିପଦରୁ ବର୍ତ୍ତି ଗଲେ। କାରଣ ଆର ପଟେ ଜଙ୍ଗଲ ଥିଲା, ରାତିରେ ଭାଲୁ କାମୁଡ଼ାରେ ପ୍ରାଣ ଯାଇଥାଆନ୍ତା।

ଏହା ଶୁଣି ନିରାସକ୍ତ ବନ୍ଧୁ କହିଲେ- ପଇସା ଥିଲେ ବୋଲି ଯେ ଆମେ ପାର ହେଲେ, ତାହା ନୁହେଁ। ତୁମେ ପଇସା ଦେଲ ବୋଲି ଏହା ସମ୍ଭବ ହେଲା। ପଇସା ବା ସଂପତ୍ତି କେବଳ ଥିଲେ କିଛି ହୁଏନାହିଁ। ଏହାକୁ ଦେଇ ଜାଣିଲେ ଲାଭ ମିଳେ। ମୋ ମତରେ ପଇସାର ମୂଲ୍ୟ ସେତେବେଳେ ବଢ଼େ, ଯେତେବେଳେ ଆମେ ତାହା ଅନ୍ୟକୁ ଦେଇଥାଉଁ। ତେରୁ ମୁଁ ପଇସା ମିଳିଲେ ଦେବାରେ ବ୍ୟୟ କରିଦିଏ। ପଇସା ମୂଲ୍ୟହୀନ ବୋଲି ମୁଁ କହିବାର ଅର୍ଥ ହେଲା ଏଇଟା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe