ଗୋଟିଏ କୁକୁରର କଥା

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଜଣେ ଦୋକାନୀ ରାତିରେ ଦୋକାନ ବନ୍ଦ କରିବାକୁ ଗଲା ବେଳକୁ ଗୋଟିଏ କୁକୁର ପହଞ୍ଚିଲା। କୁକୁର ପାଟିରୁ ଝୁଲୁଥିଲା ଗୋଟିଏ ମୁଣି ଏବ˚ ମୁଣିରେ ଥିଲା ସଉଦା ତାଲିକା ଏବ˚ ଟଙ୍କା। ଦୋକାନୀ ତାଲିକାରେ ଥିବା ସଉଦା ମୁଣିରେ ପୂରାଇ ହିସାବ କରି ଟଙ୍କା ରଖିଲେ। ଏଥର କୁକୁରଟି ମୁଣିକୁ ପାଟିରେ ଧରି ଚାଲିଲା। କୌତୂହଳ ବଶତଃ ଦୋକାନୀ କୁକୁରକୁ ଅନୁସରଣ କଲେ।
କୁକୁରଟି ସେଠାରୁ ଚାଲିଲା ବସ୍‌ ଷ୍ଟାଣ୍ତକୁ। ସେଠାରେ କିଛି ସମୟ ଅପେକ୍ଷା କଲା ପରେ ଗୋଟିଏ ବସ୍‌ ଆସିଲା। କୁକୁର ବସ୍‌ଟିରେ ଚଢ଼ିଲା, କଣ୍ତକ୍‌ଟରଙ୍କ ପାଖକୁ ଯାଇ ନିଜ ବେଲ୍‌ଟ ଦେଖାଇଲା। ସେଥିରେ ଟଙ୍କା ଏବ˚ ତା’ର ଠିକଣା ଖୋସା ହୋଇଥିଲା। କଣ୍ତକ୍‌ଟର ତାହା ଦେଖି ପଇସା ରଖିଲେ ଏବ˚ ଟିକେଟଟିଏ କାଟି ତା’ ବେଲ୍‌ଟରେ ଖୋସିଦେଲେ। ଦୋକାନୀ ଜଣକ ତା’ର ପିଛା କରି ବସ୍‌ ଚଢ଼ିଥିଲେ। ବସ୍‌ ଚାଲିଲା। କିଛି ସମୟ ପରେ କୁକୁରଟି ଡ୍ରାଇଭରଙ୍କ ପାଖକୁ ଯାଇ ଲାଞ୍ଜ ହଲାଇଲା। ଡ୍ରାଇଭର ବୁଝିପାରି ଗାଡ଼ି ଅଟକାଇଲେ ଏବ˚ କୁକୁର ଓହ୍ଲାଇ ଆଗକୁ ଚାଲିଲା। ଦୋକାନୀ ବି ତାକୁ ଅନୁସରଣ କଲେ। କୁକୁର ଗୋଟିଏ ଘର ସାମ୍‌ନାରେ ପହଞ୍ଚି କବାଟ ଠକ୍‌ ଠକ୍‌ କଲା। ଘରର ଦରଜା ଖୋଲିଲା ଏବ˚ ଘର ଭିତରୁ ମାଲିକ ବାହାରି ରାଗରେ କୁକୁରକୁ ଦୁଇ ପାହାର ଦେଲେ। ଦୋକାନୀ ଏହା ଦେଖି ତଟସ୍ଥ ହୋଇଗଲେ।
ସେ ଚକିତ ହୋଇ ଘର ମାଲିକଙ୍କୁ ଏହାର କାରଣ ପଚାରନ୍ତେ ମାଲିକ କହିଲେ- ଏ ବଦମାସ ଯଦି ମନେ ପକାଇ ସାଙ୍ଗରେ ଚାବି ନେଇ ଯାଇଥାଆନ୍ତା, ତେବେ ମୋ ନିଦ ଭାଙ୍ଗିଥାଆନ୍ତା କି?
ଗପଟି ଚେତନ ଭଗତଙ୍କର। ମଣିଷର ପ୍ରକୃତିର ପ୍ରକୃତ ଚିତ୍ର ଏହି ଗପରେ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe