ଯାଦୁକରଙ୍କ ମୃତ୍ୟୁ

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଜଣେ ଏମିତି ବିଚକ୍ଷଣ ଯାଦୁକର ଥିଲେ, ଯିଏ ସବୁ କିଛି ଅସମ୍ଭବକୁ ସମ୍ଭବ କରି ପାରୁଥିଲେ। ତାଙ୍କ ପାଖରେ ଅଲୌକିକ ଶକ୍ତି ମଧ୍ୟ ଥିଲା। ସେ ଥରେ ଅଧ୍ୟୟନ କରି ନିଜ ମୃତ୍ୟୁର ବେଳ ଜାଣି ପାରିଲେ। ତେଣୁ ସେ ମୃତ୍ୟୁ ଦୂତଙ୍କୁ ଚକମା ଦେବା ଲାଗି ସ୍ଥିର କଲେ।
ଶେଷରେ ସେଇ ଦିନଟି ଆସିଗଲା ଯେଉଁ କ୍ଷଣ ଯାଦୁକରଙ୍କ ମୃତ୍ୟୁ ଘଟିବାର କଥା, ସେଇ କ୍ଷଣରେ ସେ ନିଜକୁ ଏକ କ୍ଷୁଦ୍ର କୀଟରେ ପରିଣତ କରି ଗୋଟିଏ ପୂତିଗନ୍ଧମୟ ନର୍ଦମା ଭିତରେ ପଶିଗଲେ।
ମୃତ୍ୟୁ ଦୂତ ତାଙ୍କୁ ଖୋଜିଲେ କିନ୍ତୁ ନ ପାଇ କି˚କର୍ତବ୍ୟବିମୂଢ଼ ହୋଇଗଲେ। କାମ ନ ସାରି ତ ମୃତ୍ୟୁଦୂତ ବାହୁଡ଼ି ପାରିବେ ନାହିଁ। ତେଣୁ ସେ ଅପେକ୍ଷା କଲେ।
କିଛି ଦିନ ପରେ ଯାଦୁକର ଜଣକ କୀଟ ରୂପରୁ ମଣିଷ ରୂପକୁ ଆସିବା ମାତ୍ରକେ ମୃତ୍ୟୁ ଦୂତ ତାଙ୍କୁ ମାଡ଼ି ବସିଲେ।
ଯାଦୁକର ପ୍ରତିବାଦ କରି କହିଲେ- ମୋତେ ଛାଡ଼। କାରଣ ମୋ ମରଣ ସମୟ ଗଡ଼ିଗଲାଣି।
ମୃତ୍ୟୁ ଦୂତ କହିଲେ- ଅଧିକ ଚତୁର ହୁଅନା। ତୁମେ କୀଟ ରୂପରେ ରହିଲ, ଅର୍ଥାତ୍‌ ମଣିଷ ଦେହର ଅବସାନ ଘଟିଛି। ତେଣୁ ତୁମେ ସେ ଯୁକ୍ତି ଦେଖାଇ ପାରିବ ନାହିଁ। ପୁଣି କଥା ହେଲା, ମୃତ୍ୟୁ ପରେ ତୁମର ଯେତିକି ସମୟ ନର୍କ ଭୋଗ ଥିଲା, ତାହା ବି ତୁମେ ନର୍ଦ୍ଦମାରେ ପଶି ପାଇ ସାରିଛ। ଏବେ ମୋ ସହିତ ଚାଲ। ବାକି ପାପପୁଣ୍ୟର ବିଚାର ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe