ଅନ୍ଧକାରର ଅଭିଯୋଗ

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଥରେ ଅନ୍ଧକାର ଯାଇ ଈଶ୍ବରଙ୍କ ନିକଟରେ ଅଭିଯୋଗ କଲା: ମୋତେ ସୂର୍ଯ୍ୟ ଉଠେଇ ବସେଇ ଦେଉ ନାହିଁ। ସବୁ ବେଳେ ମୋ ପଛରେ ଲାଗିଛି। ରାତିରେ ଟିକିଏ ବିଶ୍ରାମ ନେବାକୁ ବସିଛି କି ନାହିଁ, ସକାଳୁ ପୁଣି ହାଜର ହୋଇଯାଉଛି। ତା’ ପରଠାରୁ ମୋ‌େତ ଏମିତି ଗୋଡ଼ାଉଛି ଯେ ମୁଁ ଲୁଚିବାକୁ ତର ପାଉନାହିଁ। ହେ ପ୍ରଭୁ, ଏମିତି ପାଲା ଅନାଦି କାଳରୁ ଚାଲିଛି। ଟିକେ ସୂର୍ଯ୍ୟକୁ ତାଗିଦା କରନ୍ତୁ। ଆଉ ସହି ହେଉ ନାହିଁ।
ଈଶ୍ବର ସୂର୍ଯ୍ୟଙ୍କୁ ଡକାଇ ଅନ୍ଧକାର କରିଥିବା ଅଭିଯୋଗ ଶୁଣାଇଲେ। ସୂର୍ଯ୍ୟ ଭ୍ରୂକୁଂଚନ କରି କହିଲେ- ପ୍ରଭୁ, ପ୍ରଥମେ କହନ୍ତୁ ଏଇ ଅନ୍ଧକାରଟି କିଏ? ମୁଁ ତ ତାକୁ ଚିହ୍ନି ନାହିଁ। ତା’ ସହିତ ମୋର କୌଣସି ପରିଚୟ ହିଁ ନାହିଁ। ମୁଁ କେମିତି ତାକୁ ହଇରାଣ କରିବି? ଯଦି ଆପଣଙ୍କ ବିଶ୍ବାସ ନ ହେଉଛି ତେବେ ଅନ୍ଧକାରକୁ ଏଠିକି ଡାକନ୍ତୁ। ମୋ ଆଗରେ ସେ ଏ କଥା କହୁ। ମୁଁ ବି ଦେଖେ ସେ କିଏ?
ଈଶ୍ବର ଅନ୍ଧକାରକୁ ଡକାଇଲେ। କିନ୍ତୁ ଅନ୍ଧକାର ଆସି ପାରିଲା ନାହିଁ। କାରଣ ସେ ସୂର୍ଯ୍ୟଙ୍କ ସାମନାକୁ ଆସିବ କିପରି? ସୂର୍ଯ୍ୟଙ୍କ ଉପସ୍ଥିତି ମାତ୍ରକେ ତ ସେ ତା’ର ସତ୍ତା ହରାଇବ!
‌େତଣୁ ଅନ୍ଧକାରର ଅଭିଯୋଗ ଖାରଜ ହୋଇଗଲା। ସୂର୍ଯ୍ୟ ଓ ଅନ୍ଧକାର କିଏ କାହାକୁ ଦେଖି ପାରିଲେ ନାହିଁ, ଅଥଚ ସେମାନଙ୍କ ମନୋମାଳିନ୍ୟ ଜାରି ରହିଲା। ଜଣେ ଆସିଲେ, ଆର ଜଣକ ଦେଖା ଦେଲା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe