ଜ୍ଞାନୀ ମୂର୍ଖ

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଜଣେ ଯୁବକ ଅଗାଧ ଜ୍ଞାନ ଅର୍ଜନ କରିବା ପରେ ନିଜ ସହରକୁ ଫେରିଲେ। ଲୋକେ ତାଙ୍କୁ ପଣ୍ତିତ ବୋଲି ଡାକିବାକୁ ଲାଗିଲେ। କିନ୍ତୁ ଯୁବକଙ୍କ ଥିଲା ଗୋଟିଏ ବଡ଼ ବଦ୍‌ଗୁଣ। ସେ ଆଉ କାହାର ପାଣ୍ତିତ୍ୟକୁ ବରଦାସ୍ତ କରିପାରୁ ନ ଥିଲେ।
କିନ୍ତୁ ଦୁର୍ଭାଗ୍ୟ, ତାଙ୍କୁ ବିରକ୍ତ କରିବା ଲାଗି ସହରରେ ଥିଲେ ଆଉ ଜଣେ ବିଦ୍ବାନ। ତାଙ୍କର ଜ୍ଞାନର ପରାକାଷ୍ଠା ବି କିଛି କମ୍‌ ନ ଥିଲା। ଏ କଥା ପଣ୍ତିତ ସହିପାରିଲେ ନାହିଁ ଏବ˚ ସେହି ବିଦ୍ବାନଙ୍କୁ ଜ୍ଞାନର ଗରିମା ଦେଖାଇବାକୁ ଆମନ୍ତ୍ରଣ କଲେ। ଦିନେ ଦୁହିଁଙ୍କ ଭିତରେ ଆରମ୍ଭ ହେଲା ବିଦ୍ୟା ଓ ତର୍କର ପର୍ବ। କେହି କାହା ଦ୍ବାରା ପରାସ୍ତ ହେବାକୁ ଚାହୁଁ ନ ଥିଲେ। ବିଦ୍ୟାବନ୍ତ ହୋଇଥିବାରୁ ଉଭୟ ଥିଲେ ପ୍ରବଳ ଅହ˚କାରୀ। ତେଣୁ କେହି କାହାର ଭୁଲ୍‌ ତ୍ରୁଟିକୁ ବି ସ୍ବୀକାର କରୁ ନ ଥିଲେ। ତେଣୁ ଯାହା ହେବାର ଥିଲା, ହେଲା। ଶେଷ ବେଳକୁ ଉଭୟେ ପରସ୍ପରକୁ ଗାଳିଗୁଲଜ କରିବାକୁ ଲାଗିଲେ। ପରସ୍ପର ବିରୋଧରେ ବ୍ୟକ୍ତିଗତ କୁତ୍ସା କଲେ ଏବ˚ ଶେଷରେ କଥା ହାତାହାତି ଯାଏଁ ଗଲା। ଲୋକେ ଦୁହିଁଙ୍କୁ ଅଟକାଇଲେ। କିନ୍ତୁ ଏହା ପର ଠାରୁ ଉଭୟେ ଆଉ ବିଦ୍ୟା ଅର୍ଜନ ଓ ଆଲୋଚନା କରିବେ କ’ଣ ପରସ୍ପରକୁ କେମିତି ପାନେ ଦେବେ ସେଇ ଉଦ୍ୟମରେ ରହିଲେ। ସେମାନଙ୍କ ଏଭଳି କଳହ ବିଷୟ ସବୁଆଡ଼େ ବ୍ୟାପି ଗଲା।
ଦିନେ ପଣ୍ଡିତଙ୍କ ଗୁରୁ ସହରରେ ପହଞ୍ଚିଲେ। ସେ ମଧ୍ୟ ସବୁ ଶୁଣିଥିଲେ। ସେ ତାଙ୍କ ଶିଷ୍ୟଙ୍କୁ କହିଲେ- ତୁମେ ଯେ ଏଇ ଭିତରେ ନିର୍ବୋଧ ଜ୍ଞାନୀରେ ପରିଣତ ହୋଇ ସାରିଲଣି, ତାହା ବୋଧହୁଏ ଜାଣି ପାରୁନାହଁ। ଜ୍ଞାନ ସିନା ଆଖି ଖୋଲିଦିଏ, ତାହା ତୁମକୁ ଅନ୍ଧ କରି ଦେଇଛି। ତୁମ ଭଳି ଜ୍ଞାନୀ ମୂର୍ଖମାନେ ସବୁଠାରୁ ବିପଜ୍ଜନକ। ଅନ୍ତତଃ ଏତିକି କଥା ବୁଝିପାରିବାର ବୁଦ୍ଧି ତୁମ ଭିତରେ ଉଦୟ ହେଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe