ମାର୍ଗଦର୍ଶକ

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଜଣେ ବଳଶାଳୀ, ସାହସୀ, ଦାମ୍ଭିକ ଓ ବୀର କୌଣସି ଏକ କାମରେ ବାହାରିଲେ। ଯାତ୍ରା ପୂର୍ବରୁ ବୀର ନିଜ ଗୁରୁଙ୍କୁ ଦେଖା କରିବାକୁ ଗଲେ। ଗୁରୁ କହିଲେ- ବାବୁ, ତୁମେ ଜାଣିଛ ତ ତୁମର ଅନେକ ଶତ୍ରୁ। ତେଣୁ ଦେଖି ଚାହିଁ ଯାତ୍ରା କରିବ। ଦରକାର ବେଳେ ତୁମକୁ ସାହାଯ୍ୟ କରିବା ଲାଗି ଏଇ ଯୁବକକୁ ସାଙ୍ଗରେ ନେଇ ଯାଅ। ଏତକ କହି ଗୁରୁ ଯେଉଁ ଯୁବକକୁ ଆଣି ସେଠାରେ ଉପସ୍ଥିତ କରାଇଲେ ସେ ଥିଲା ଅତ୍ୟନ୍ତ ଦୁର୍ବଳ ତରୁଣଟିଏ। ତାକୁ ଦେଖି ବୀରଙ୍କୁ ହସ ଲାଗିଲା। କିନ୍ତୁ ଗୁରୁଙ୍କୁ କାଳେ ଅପମାନ ଲାଗିବ ବୋଲି ସେ ଚୁପ୍‌ ରହିଲେ। ଗୁରୁ କହିଲେ- ଏ ଯୁବକର କଥା ସଦାବେଳେ ମାନିବ। ଇଏ ତୁମର ମାର୍ଗଦର୍ଶକ।
ବୀର ବାଧୢ ହୋଇ ସେଇ ନହନହକା ତରୁଣକୁ ସାଙ୍ଗରେ ଧରି ବାହାରିଲେ। କାରଣ ଗୁରୁଙ୍କ ଅନୁସାରେ ସେଇ ଦୁର୍ବଳ ଯୁବକ ଥିଲା ବୀରଙ୍କ ସୁରକ୍ଷା କବଚ। ଏଣେ ଏଇ ମଉକାରେ ବୀରଙ୍କୁ ହତ୍ୟା କରିବା ଲାଗି ତାଙ୍କର କିଛି ଶତ୍ରୁ ମେଳି ହେଲେ।
ବୀର ଓ ସେ ଯୁବକ ଏକ ଅପରିଚିତ ସହରର ଧର୍ମଶାଳାରେ ରାତିରେ ଶୋଇଥିବା ବେଳେ ସେମାନେ ଆକ୍ରମଣ କଲେ। ବୀର ଉଠିପଡ଼ି ଅସ୍ତ୍ର ଧରି ସଜ ହେଲା ବେଳକୁ ଦୁର୍ବଳିଆ ସହଚର କହିଲା- ଭାଇ ପଛ ଦ୍ବାର ଦେଇ ପଳାଇବା ଚାଲ। ବୀରଙ୍କ ଲାଗି ଏହା ଥିଲା ପ୍ରବଳ ଅପମାନ। କିନ୍ତୁ ଗୁରୁଙ୍କ କଥା ମନେ ପକାଇ ତୀବ୍ର ଅନିଚ୍ଛା ସତ୍ତ୍ବେ ଅଗତ୍ୟା ସେ ପଛ ଦ୍ବାର ଦେଇ ପଳାୟନ କଲେ। ତା’ ପରଠାରୁ ନିଜ ସହରକୁ ଫେରିବା ପର୍ଯ୍ୟନ୍ତ ବୀର ଜଣକ ଯୁବ ସହଚର ସହିତ ଲୁଚି ଲୁଚି ବୁଲିବାକୁ ବାଧୢ ହେଲେ।
ତେଣୁ ଅପମାନ ଜର୍ଜର ହୋଇ ସେ ଗୁରୁଙ୍କ ପାଖରେ ନିଜ ଅସନ୍ତୋଷ ବ୍ୟକ୍ତ କରନ୍ତେ ଗୁରୁ କହିଲେ- ବାବୁ, ତୁମେ ଯଦି ସଦାବେଳେ ତୁମର ବୀରତ୍ବ ଦେଖାଇବାକୁ ଚାହିଁବ ତେବେ ଅଚିରେ ବିନାଶ ଯିବ। ତେଣୁ ବେଳେ ବେଳେ ଲୁଚି ଛପି ନଇଁ ଯାଇ ବ˚ଚି ରହିବା ମଧ୍ୟ ଶିଖ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe