ମରଣର ସୌଭାଗ୍ୟ

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଶୁଣିବାକୁ ମିଳେ ଯେ ଜଣେ ରାଜା ବହୁତ ଖୋଜାଖୋଜି କଲା ପରେ ଗୋଟିଏ ଏମିତି ଗୁପ୍ତ ଝରର ସନ୍ଧାନ ପାଇଲେ, ଯାହାର ଜଳ ଅମରତ୍ବ ପ୍ରଦାନ କରୁଥିଲା। ରାଜା ସେହି ଝରଣା ପାଖରେ ପହଞ୍ଚି ଆଞ୍ଜୁଳାରେ ପାଣି ଭରି ପିଇବାକୁ ଯାଉଛନ୍ତି, ସେତିକି ବେଳେ ଗୋଟିଏ କଣ୍ଠ ସ୍ବର ଶୁଣିବାକୁ ପାଇଲେ। ତାହା କହିଲା- ହେ ରାଜା, ତୁମେ ଏହି ଜଳ ପାନ କରିବା‌ ପୂର୍ବରୁ ମୋ କଥା ଥରୁଟିଏ ମାତ୍ର ଶୁଣ। ତା’ ପରେ ନିଷ୍ପତ୍ତି ନେବ।

ଏହା ଶୁଣି ରାଜା ରହିଗଲେ। ଆଉ କହିଲା- ମୁଁ ମଧ୍ୟ ହେଉଛି କାଉ କୁଳର ଜଣେ ରାଜା। ବହୁତ ଖୋଜିଲା ପରେ ଯାଇ ମୁଁ ଏହି ଝରଣାର ସନ୍ଧାନ ପାଇଲି। ଏହାର ପାଣି ପିଇବା ପରେ ମୁଁ ମଧ୍ୟ ଅମରତ୍ବ ଲାଭ କରିଛି। ଅ‌େନକ ଯୁଗ ବିତି ଗଲାଣି। ଜିଇ ଜିଇ ମୁଁ କ୍ଳାନ୍ତ ହୋଇ ସାରିଲିଣି। ମୁଁ ଟିକିଏ ବିଶ୍ରାମ ଚାହେଁ। ଏବେ ବୁଝୁଛି ମୃତ୍ୟୁ ହେଉଛି ସେଭଳି ଏକ ବିଶ୍ରାମ। ମୁଁ ଏବେ ମରିବାକୁ ଚାହୁଁଛି। କିନ୍ତୁ, ଯେହେତୁ ମୁଁ ଏହି ଝରଣାର ଜଳ ପିଇଛି, ମରଣର ସୌଭାଗ୍ୟ ମୁଁ ଲାଭ କରି ପାରୁ ନାହିଁ। ତେଣୁ ଥରେ ଏଭଳି କରିବା ପୂର୍ବରୁ ଚିନ୍ତା କର। ରାଜା କ୍ଷଣିଏ ଭାବିଲେ। ସେ ହୃଦୟଙ୍ଗମ କଲେ ଯେ ତାଙ୍କ ଜୀବନରେ ମଧ୍ୟ ସେହି ସମାନ ଦଶା ଦେଖାଦେବ। ଏମିତି ଦିନ ଆସିବ ଯେତେବେଳେ ସେ ମଧ୍ୟ ଜୀବନ ଜିଇ ଜିଇ କ୍ଳାନ୍ତ ହୋଇ ପଡ଼ିବେ, ଏବଂ ଯେତେ ଇଚ୍ଛା କଲେ ସୁଦ୍ଧା ମରଣର ସୌଭାଗ୍ୟ ତାଙ୍କୁ ପ୍ରାପ୍ତ ହେବ ନାହିଁ। ରାଜା ଏବେ ସେହି ସ୍ଥାନରୁ ଫେରିଗଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe