ଲୋକର ଦୁଃଖ

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଜଣେ ଦରିଦ୍ର ବ୍ୟକ୍ତି ଥାଏ। ତା’ର ପଡ଼ୋଶୀ ବହୁତ ଧନୀ। ସେଥିପାଇଁ ତା’ ମନରେ ଭାରୀ ଈର୍ଷା ଓ ଦୁଃଖ।
ଦିନକର କଥା। ଜଣେ ସନ୍ନ୍ୟାସୀ ଆସି ସିଧା ପହଞ୍ଚିଲେ ତା’ରି ଘରେ। ତା’ ସହିତ କଥାବାର୍ତ୍ତା ହେବା ପରେ ସେ ଜାଣିଲେ ଯେ ତା’ର ବହୁତ ଦୁଃଖ। ତେଣୁ ତା’ର ଦୁଃଖ ଦୂର କରିବା କଥା ଭାବିଲେ।
ସନ୍ନ୍ୟାସୀ ଥିଲେ ସିଦ୍ଧ ପୁରୁଷ। ତେଣୁ, ସେ ବର ଦେବେ ବୋଲି ଜାଣି ଲୋକଟି ସାଙ୍ଗେସାଙ୍ଗେ କହିଲା- ଆଜ୍ଞା, ମୁଁ ଭାରି ଗରିବ। ମୋତେ ଅକଳନ୍ତି ଧନସ˚ପଦ ଦିଅ।
ସାଧୁ କହିଲେ- ତାହା ହେବ।
ଲୋକଟି ଧନୀ ହୋଇଗଲା। କିନ୍ତୁ ବର୍ଷ କେତୁଟା ଭିତରେ ପୁଣି ଦୁଃଖୀ ହୋଇଗଲା। କାରଣ ଧନସ˚ପତ୍ତିିକୁ ସମ୍ଭାଳିବା ବେଳେ ତା’ ମନ ଭିତରେ ଚିନ୍ତା ବଢ଼ିଗଲା। ଅଧିକ ଚିନ୍ତାରେ ନିଦ ହେଲା ନାହିଁ। ଶରୀର କ୍ରମେ ଘୋର ଅସୁସ୍ଥ ହୋଇଗଲା। ଏବେ ସୁସ୍ଥ ଲୋକଟିଏ ଦେଖିଲେ ତା’ ମନରେ ଦୁଃଖ ଜାତ ହେଲା। ଏଭଳି କି ତା’ ଘରର ଚାକରବାକରଙ୍କ ସ୍ବାସ୍ଥ୍ୟ ଦେଖି ସେ ଭାବିଲା ହାୟ, ଭଲ ସ୍ବାସ୍ଥ୍ୟ ନ ଥିଲେ ଏ ସଂପଦର ମୂଲ୍ୟ ବା କ’ଣ?
ଦିନେ ସକାଳେ ପ୍ରାତଃଭ୍ରମଣ ସମୟରେ ସେ ସେଇ ସନ୍ନ୍ୟାସୀଙ୍କୁ ହଠାତ୍‌ ଦେଖିଲା। ସେ ତାଙ୍କୁ ପ୍ରଣିପାତ କରି କହିଲା- ମହାତ୍ମା, ମୋତେ ଦୁଃଖରୁ ପୁଣି ଉଦ୍ଧାର କରନ୍ତୁ।
ସନ୍ନ୍ୟାସୀ ପଚାରିଲେ- ଦୁଃଖ? ତୁ ପରା ନିଜେ ସୁଖ ପାଇବୁ ବୋଲି ବର ମାଗିଥିଲୁ? ପୁଣି ଦୁଃଖ କ’ଣ?
ସେ କହିଲା- ଏବେ ମୁଁ ସିନା ଧନୀ, କିନ୍ତୁ ମୁଁ ଜଣେ ରୋଗୀ। ଏବେ ସ୍ବାସ୍ଥ୍ୟବାନ ହେବାକୁ ଚାହୁଛି। ମୋତେ ଉତ୍ତମ ସ୍ବାସ୍ଥ୍ୟ ଲାଗି ବର ଦିଅନ୍ତୁ।
ସନ୍ନ୍ୟାସୀ କହିଲେ- ନିର୍ବୋଧ, ଅନ୍ତ କେବେ ହେଲେ ହେବ ନାହିଁ। କେବଳ ଗୋଟିଏ ବିଷୟ ତୋତେ ସୁଖ ଦେଇପାରିବ। ତାହା ହେଲା ତୋ ମନରୁ ଈର୍ଷା ଦୂର ହେବା। ଅନ୍ତତଃ ମୋତେ ସେଇ ବରଟି ମାଗନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe