ସ୍ବପ୍ନରୁ ଶିକ୍ଷା

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଜଣେ ସାଧୁ ଥିଲେ। ସେ ଥିଲେ ଜଣେ ଅତ୍ୟନ୍ତ ଉତ୍ତମ ସ୍ବଭାବର ବ୍ୟକ୍ତି। ସେ ସର୍ବଦା ସମସ୍ତଙ୍କ ମଙ୍ଗଳ ମନାସି ପ୍ରଭୁଙ୍କୁ ନିରନ୍ତର ପ୍ରାର୍ଥନା କରୁଥିଲେ। ଲୋକେ ତାଙ୍କୁ ମହାନୁଭବ ବୋଲି କହୁଥିଲେ।
ଦିନେ ସାଧୁ ମହାତ୍ମା ପ୍ରାର୍ଥନା କଲା ବେଳକୁ ସତକୁ ସତ ଭଗବାନ ଉଭା ହୋଇଗଲେ। ତଟସ୍ଥ ସାଧୁଙ୍କୁ ଭଗବାନ କହିଲେ- ମୁଁ ତୋର ଇଚ୍ଛା ପୂରଣ କରିବାକୁ ଆସିଛି। ତୋର କ’ଣ କହିବାର ଅଛି, କହ।
ସାଧୁ କହିଲେ- ମୋ ମନରେ କେବଳ ଗୋଟିଏ କାମନା ଯେ ପୃଥିବୀର ସମସ୍ତେ ଭଲ ଲୋକରେ ପରିଣତ ହୋଇ ଯାଆନ୍ତୁ। ସେତିକି ଇଚ୍ଛା ପୂରଣ ହୋଇଯାଉ।
ଭଗବାନ କହିଲେ- ଭାବିଚିନ୍ତି କହୁଛୁ ତ?
ସାଧୁ କହିଲେ- ପ୍ରଭୁ, ଏଭଳି ଜଗତ୍‌ କଲ୍ୟାଣ କଥା ଚିନ୍ତା କଲା ବେଳେ ମୁଁ ଦୁଇ ଥର ଭାବିବାକୁ ଯିବି କାହିଁକି?
ଭଗବାନ ଏହା ଶୁଣି ତଥାସ୍ତୁ ବୋଲି କହି ଉଭେଇଗଲେ।
କିନ୍ତୁ ଏହା ପରେ ଯାହା ଘଟିଲା ତାହା ସାଧୁଙ୍କ ବିଚାରରେ ନ ଥିଲା। ସାଧୁ ଦେଖିଲେ ଯେ ତାଙ୍କ ଆଖପାଖ ସମସ୍ତେ ଅତ୍ୟନ୍ତ ଭଲ ମଣିଷରେ ପରିଣତ ହୋଇଛନ୍ତି, ଅର୍ଥାତ୍‌ ସମସ୍ତେ ମହାନୁଭବ। ତେଣୁ ସବୁ ମହାତ୍ମାଙ୍କ ଭିତରେ ସେ ଜଣେ ଅତି ସାଧାରଣ ବ୍ୟକ୍ତି ଭଳି ଦିଶୁଛନ୍ତି। ମହିମା ମଣ୍ଡିତ ହେବାର ଆଉ ସୁଯୋଗ ନାହିଁ। ଏହା ସାଧୁଙ୍କ ମହାନୁଭବତା ତଳେ ଲୁକ୍କାୟିତ ଥିବା ଅହଂକାରକୁ ଆଘାତ ଦେଲା। ସେ ବିରସ ଦେଖାଗଲେ।
ଏବେ ତାଙ୍କର ନିଦ ଭାଙ୍ଗିଗଲା। ସେ ବୁଝିଲେ ଯେ ସେ ଗୋଟିଏ ସ୍ବପ୍ନ ଦେଖୁଥିଲେ। କିନ୍ତୁ ଏହି ସ୍ବପ୍ନରୁ ସେ ଗୋଟିଏ ଗୂଢ଼ ଶିକ୍ଷା ମଧ୍ୟ ଲାଭ କଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe