ତେଣୁ ତୁମେ ସାହସୀ

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଥରେ କିଛି ତରୁଣଙ୍କୁ କମାଣ୍ତୋ ଟ୍ରେନି˚ ଲାଗି ନିଆଗଲା। ସେମାନେ କେମିତି ଭୟମୁକ୍ତ ହେବେ ସେଥି ଲାଗି ସେମାନଙ୍କ ଲାଗି କିଛି ଆହ୍ବାନଭରା କାର୍ଯ୍ୟ ରଖାଯାଇଥିଲା। ପ୍ରଥମ ଦିନ ସେମାନଙ୍କ ପ୍ରଶିକ୍ଷକ ସେମାନଙ୍କୁ ଏକ ଅଣଓସାରିଆ ଗୁ˚ଫା ପାଖକୁ ନେଇ ଯାଇ କହିଲେ- ତୁମମାନଙ୍କୁ ଏ ଗୁ˚ଫା ଭିତରକୁ ପଶିବାକୁ ହେବ। ଯେହେତୁ ତାହା ବହୁତ ଅଣଓସାରିଆ, ତୁମମାନଙ୍କୁ ଗୁରୁଣ୍ତି ଗୁରୁଣ୍ତି ଯିବାକୁ ହେବ। ଗୁ˚ଫା ଭିତରେ ବାଟଟିର ବହୁ ଶାଖା ପ୍ରଶାଖା ଥାଏ। ସେଥିରୁ ଅନେକର ଶେଷ ଭାଗ ନିବୁଜ। ତେବେ ବାହାରକୁ ବାହାରିବା ଲାଗି ଗୋଟିଏ କି ଦୁଇଟି ବାଟରେ ଖୋଲା ପାଇବ। ତୁମ ଭାଗ୍ୟ କହିବ ତୁମର ଅନୁଭୂତି କେମିତି ହେବ। ଏବେ ସାହସ କରି ଜଣକ ପରେ ଜଣେ ଭିତରକୁ ପ୍ରବେଶ କର।

ସବୁ ତରୁଣ ଡରିଗଲେ। କିନ୍ତୁ ଡରକୁ ଚାପି ଭଗବାନଙ୍କୁ ସ୍ମରଣ କରି ସମସ୍ତେ ଗୁରୁଣ୍ତି ଗୁରୁଣ୍ତି ତା’ ଭିତରକୁ ପଶିଲେ। କେବଳ ଜଣେ ଗଲା ନାହିଁ। ସେ ସ୍ବୀକାର କଲା ଯେ ତାକୁ ଭୟ ଲାଗୁଛି, ସେ ଯିବ ନାହିଁ। ସେଥି ଲାଗି ତାକୁ ଦଳରୁ ବାହାର କରିଦିଆଗଲା ଏବ˚ ଜଣେ ଡରୁଆର ଗ୍ଳାନି ନେଇ ସେ ଫେରିଲା ଏବ˚ ବହୁ ଦିନ ଧରି ବିମର୍ଷ ରହିଲା। ଏଇ ସମୟରେ ତା’ର ଦେଖା ହେଲା ଜଣେ ଆଧୢାତ୍ମିକ ଗୁରୁଙ୍କ ସହିତ। ସେ ତାଙ୍କୁ ସବୁ କଥା ବର୍ଣ୍ଣନା କରି ପଚାରିଲା- ମୁଁ କ’ଣ ସତରେ ଡରୁଆ?

ଗୁରୁ ଅଳ୍ପ ହସି କହିଲେ- ତୁମ କମାଣ୍ତୋ ପ୍ରଶିକ୍ଷକ ଯାହା କହନ୍ତୁ ନା କାହିଁକି, ମୋ ମତରେ ତୁମେ ସମସ୍ତଙ୍କ ଠାରୁ ଅଧିକ ସାହସୀ। କାରଣ ତୁମେ ଏକମାତ୍ର ଯୁବକ ଯିଏ ଏହା ସ୍ବୀକାର କରିବାକୁ ଡରିଲା ନାହିଁ ଯେ ତାକୁ ଭୟ ଲାଗୁଛି। ଅନ୍ୟମାନେ ମଧୢ ଭୟାର୍ତ୍ତ ଥିଲେ। କିନ୍ତୁ ତାହା ସ୍ବୀକାର କରିବାର ସାହସ ଦେଖାଇ ପାରିଲେ ନାହିଁ ବୋଲି ଡରକୁ ଚାପି ଗୁ˚ଫା ଭିତରେ ପଶିଲେ। ନିଜ ଦୁର୍ବଳତାକୁ ସ୍ବୀକାର କରିବାକୁ ଯେଉଁ ଆତ୍ମିକ ସାହସ ଦରକାର ତାହା ତୁମ ପାଖରେ ଅଛି। ତେଣୁ ତୁମେ ହିଁ ସାହସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe