ଭଗବାନଙ୍କ ବର

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଏକ ଇହୁଦୀ କାହାଣୀ ଶୁଣନ୍ତୁ।
ଦୁଇ ଜଣ ଭାରି ଭଲ ସାଙ୍ଗ ଥିଲେ। ଜଣେ ବହୁତ ଡେଙ୍ଗା ତ ଆର ଜଣକ ବାମନ, ଡେଙ୍ଗା ଯୁବକର ଆଣ୍ଠୁ ପର୍ଯ୍ୟନ୍ତ ଉଚ୍ଚା। ସେ ଦୁହିଁଙ୍କର ଭାଗ୍ୟ ଭଲ ନ ଥିବାରୁ ସେମାନେ ଭାରି ମନ ଦୁଃଖରେ ଚଳୁଥିଲେ। ଦିନେ ସେମାନେ ଭଗବାନଙ୍କ ଦର୍ଶନ ପାଇଗଲେ। ଭଗବାନଙ୍କୁ ସେମାନେ ସୌଭାଗ୍ୟ ମାଗିବାରୁ ଭଗବାନ କହିଲେ ଠିକ୍‌ ଅଛି ତୁମକୁ ଦୁଇଟି ବାକ୍‌ସରେ ଭରି ରହିଥିବା ସୌଭାଗ୍ୟ ଦେବି। ଏହା କହି ଭଗବାନ ଉଭେଇ ଗଲେ। ତତ୍‌କ୍ଷଣାତ୍‌ ଦୁଇଟି ବଡ଼ ସିନ୍ଦୁକ ପହଞ୍ଚିଗଲା।
ଦୁଇଟି ଯାକ ବାକ୍‌ସର ଆକାର ସମାନ ଥିଲା, କିନ୍ତୁ ସେ ଦୁଇଟି ଏତେ ଉଚ୍ଚା ଥିଲା ଯେ ଡେଙ୍ଗା ଯୁବକଟି ଗୋଟିକୁ କୌଣସିମତେ ଖୋଲିପାରିଲା, କିନ୍ତୁ ତା’ର ସାଙ୍ଗଟି ସେ ଉଚ୍ଚତାକୁ ପହଞ୍ଚି ପାରିଲା ନାହିଁ।
ଏଥର ଡେଙ୍ଗା ଯୁବକ ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରି କହିଲା- ପ୍ରଭୁ, ଏୟା ତୁମର ବିଚାର? ସମସ୍ତଙ୍କ ଲାଗି ସମାନ ବିଚାର କରିବ ବୋଲି ମଣିଷ ଭିତରେ ଥିବା ଭେଦ ଦେଖିବ ନାହିଁ? ମୋ ବନ୍ଧୁଟି ତା’ ସିନ୍ଦୁକ କେମିତି ଖୋଲିବ?
ଉପରୁ ସ୍ବର୍ଗବାଣୀ ହେଲା: ନିର୍ବୋଧ ମୋ ବିଚାରକୁ ଏମିତି ଉପର ଠାଉରିଆ ଭାବେ ଦେଖନାହିଁ। ଭିତରେ ପଶ।
ଏତିକିରେ ଡେଙ୍ଗା ଯୁବକ ଚୁପ୍ ରହିଲା ଏବଂ ବାମନ ଯୁବକ କାନ୍ଦିବାକୁ ଲାଗିଲା। କିଛି ସମୟ ପରେ ଡେଙ୍ଗା ଯୁବକ ଯେତେବେଳେ ତା’ର ସିନ୍ଦୁକ ଖୋଲିଲା, ସେଥିରେ ସେ ପ୍ରଥମେ ପାଇଲା ଏକ ଉଚ୍ଚା ଷ୍ଟୁଲ। ଏବେ ସେ ବୁଝି ପାରିଲା ପ୍ରଭୁଙ୍କ ବିଚାରର ଭେଦ। କାରଣ ଷ୍ଟୁଲ ଉପରେ ଚଢ଼ି ତା’ର ବାମନ ବନ୍ଧୁ ବି ତା’ ସିନ୍ଦୁକ ଖୋଲିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe