ସନ୍ଥ ଫରିଦଙ୍କ କଥା

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ରାଜାଙ୍କ ଗୋଡ଼ ଘଷି ତାଙ୍କ ପ୍ରିୟପାତ୍ର ହୋଇଥିବା ଜଣେ ଯୁବକକୁ ରାଜା ଖୁସି ହୋଇ ଜାଗିର ଭାବେ ଜମି ଓ ଦାମିକା ଘୋଡ଼ା ଦେଲେ। ସୁତରାଂ, ସେ ଯୁବକ ଛାତି ଫୁଲେଇ ଅତି ଦାମିକା ପୋଷାକ ପିନ୍ଧି ଘୋଡ଼ା ପିଠିରେ ବସି ବୁଲିଲା। ଏମିତି ଅବସ୍ଥାରେ ତାକୁ ଯଦି କେହି ଦେଖି ହସି ଦେଉଥିଲା ବା ବାଃ ବାଃ କରୁଥିଲା, ତେବେ ସେ ଖୁସି ହୋଇ ଯାଉଥିଲା। ତା’ ନ ହେଲେ ବିରସ ରହୁଥିଲା।
ଦିନେ ସେ ବୁଲୁବୁଲୁ ସହରର ଛକରେ ପହଞ୍ଚିଲା। ସେଠାରେ ଦେଖିଲା ପ୍ରବଳ ଭିଡ଼। ଜଣେ ଭିକାରିତୁଲ୍ୟ ଲୋକକୁ ଘେରି ବସିଛନ୍ତି ସମସ୍ତେ। ସମସ୍ତେ ନିଜ ନିଜ ଜୀବନର ଦୁଃଖକଷ୍ଟ ତାଙ୍କୁ କହୁଛନ୍ତି। ସେ ସମାଧାନର ବାଟ ବତାଉଛନ୍ତି। ଲୋକେ ଭକ୍ତିରେ ବିଗଳିତ ହେଉଛନ୍ତି।
ସେହି ଲୋକମାନଙ୍କ ମଧ୍ୟରୁ କେହି ହେଲେ ଏହି ଯୁବକ ଓ ତା’ର ଦାମିକିଆ ପୋଷାକ ବା ଘୋଡ଼ା ଉପରେ ନଜର ଦେଲେ ନାହିଁ। ଏହା ତାକୁ ବା‌ଧିଗଲା। ସେ ଭାବିଲା ଏଇ ଭିକାରି ପାଖରେ ଏମିତି କି ରସ ଅଛି ଯେ ଲୋକେ ମୋ ଆଡ଼କୁ ଚାହୁଁ ନାହାନ୍ତି!
ସେ ସେହି ଲୋକଙ୍କ ଭିତରୁ ଜଣକୁ ପଚାରିଲା- ସେ କିଏ? ସେ କ’ଣ ଏତେ ଗୁରୁତ୍ବପୂର୍ଣ୍ଣ ଯେ ମୋ ଭଳି ଜଣେ ରାଜକର୍ମଚାରୀ ଉପରେ ତୁମର ଦୃଷ୍ଟି ପଡୁନାହିଁ?
ଏହା ଶୁଣି ସେହି ବ୍ୟକ୍ତିି କହିଲେ- ଭାଇ, ୟେ ହେଉଛନ୍ତି ସନ୍ଥ ଫରିଦ। ୟେ ଜଣେ ଫକିର। ତାଙ୍କ ପାଖରେ କିଛି ନାହିଁ। କିନ୍ତୁ ସେ ନିଜେ ଯାହା ସେଥି ଲାଗି ସମସ୍ତଙ୍କ ସମ୍ମାନ, ଭକ୍ତି ଓ ଶ୍ରଦ୍ଧା ପାଉଛନ୍ତି। କିନ୍ତୁ ତୁମର ବୈଶିଷ୍ଟ୍ୟ କ’ଣ ତାହା ନ କହି ତୁମ ପାଖରେ କ’ଣ ଅଛି ସେ ସବୁ ନେଇ ଗର୍ବିତ! ତାଙ୍କ ଠାରୁ ଆମ ଧ୍ୟାନ ହଟାଇବା ଲାଗି ତୁମକୁ ତାଙ୍କ ଭଳି ହେବାକୁ ପଡ଼ିବ। ତୁମେ ନିଜେ କ’ଣ ତାହା ମହତ୍ତ୍ବପୂର୍ଣ୍ଣ, ତୁମର କ’ଣ ଅଛି ତାହା ଆମ ଲାଗି ଗୁରୁତ୍ବପୂର୍ଣ୍ଣ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe