ହୀରାର ଶତ୍ରୁ

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଥରେ ସନ୍ଥ ଫରିଦ ଗୋଟିଏ ରାଜ୍ୟରେ କିଛି ଦିନ ରହିଗଲେ। ସେ ରାଜ୍ୟର ରାଜା ଫରିଦଙ୍କ ପ୍ରଜ୍ଞା ଦ୍ବାରା ବିଶେଷ ପ୍ରଭାବିତ ହେଲେ ଏବଂ ଅନେକ ସମୟରେ ତାଙ୍କ ପରାମର୍ଶ ଲୋଡ଼ିଲେ।
ଥରେ ରାଜା ବିଚାର କଲେ ଯେ ତାଙ୍କ ରାଜ୍ୟର ନାସ୍ତିକମାନେ ହିଁ ପଥଭ୍ରଷ୍ଟ କରୁଛନ୍ତି। ତେଣୁ ସେ ନିଜ ରାଜ୍ୟରୁ ନାସ୍ତିକମାନଙ୍କୁ ବହିଷ୍କାର କରିବାକୁ ସ୍ଥିର କଲେ। ଏ ସଂପର୍କରେ ସେ ଫରିଦଙ୍କୁ ପଚାରିଲେ।
ଫରିଦ ରାଜାଙ୍କୁ କହିଲେ- ଆପଣ ଏ କି କଥା କହୁଛନ୍ତି? ଆପଣ ଏଭଳି ବିଚାର କରିବାର କାରଣ କ’ଣ?
ରାଜା କହିଲେ- ନାସ୍ତିକମାନେ ହେଉଛନ୍ତି ଈଶ୍ବର ବିଶ୍ବାସୀମାନଙ୍କ ଶତ୍ରୁ। ସେମାନେ ମିଛ ବାର୍ତ୍ତା ପ୍ରସାର କରୁଛନ୍ତି। ତେଣୁ ସେମାନଙ୍କୁ ତଡ଼ି ଦିଆଯିବା ଉଚିତ।
ଫରିଦ କହିଲେ- ଆପଣ ଏ ଭୁଲ୍‌ କରନ୍ତୁ ନାହିଁ। ଖାଣ୍ଟି ହୀରାର ଶତ୍ରୁ ପଥର ନୁହେଁ; ଖାଣ୍ଟି ହୀରାର ଶତ୍ରୁ ହେଉଛି ନକଲି ହୀରା। ଆପଣ ତ ପଥରକୁ ଜାଣି ତହିଁରୁ ଖାଣ୍ଟି ହୀରାକୁ ଛାଣି ନେଇ ପାରିବେ। କିନ୍ତୁ ନକଲି ହୀରା ସହିତ ମିଶି ରହିଲେ ଖାଣ୍ଟି ହୀରା ମଧ୍ୟ ତା’ର ବିଶ୍ବସନୀୟତା ହରାଇବ।
ଏ କଥାର ମର୍ମ ରାଜା ବୁଝିପାରିଲେ। ତେଣୁ, ଈଶ୍ବର ବିଶ୍ବାସୀ ବୋଲି ପ୍ରତାରଣା କରୁଥିବା ନକଲି ବା ଭଣ୍ଡମାନଙ୍କୁ ଜବତ କରିବାର ଉଦ୍ୟମ ସେ କଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe