ଥରେ ଜଣେ ଦରିଦ୍ର ବ୍ୟକ୍ତି ରାଜାଙ୍କ ପାଖରେ ତାଙ୍କର ପ୍ରିୟତମ ଅମାତ୍ୟଙ୍କ ବିରୋଧରେ ଫେରାଦ ହେଲା। ସେ କହିଲା ଯେ ଅମାତ୍ୟ ଜଣକ ତାକୁ ବିନା ପାରିଶ୍ରମିକରେ ନିଜ ଘରେ ବିଭିନ୍ନ କାମରେ ଖଟାଇ ଚାଲିଛନ୍ତି ଏବଂ ପାରିଶ୍ରମିକ ବିଷୟରେ ପଚାରିଲେ ଉତ୍ତମ ମଧ୍ୟମ ମିଳୁଛି।
ରାଜା ଏହାକୁ ବିଶ୍ବାସ କରିପାରିଲେ ନାହିଁ; ବରଂ ଏହା କୌଣସି ହିଂସୁକ ଅମାତ୍ୟର ଚକ୍ରାନ୍ତ ବୋଲି ସୁନିଶ୍ଚିତ ହୋଇ ସେହି ଦରିଦ୍ର ଲୋକକୁ ଜେଲ୍ରେ ପୂରାଇଦେବା ଲାଗି ଆଦେଶ ଦେଲେ। ଏଇ ସମୟରେ ମନ୍ତ୍ରୀ ଆସି ପହଞ୍ଚି ଏହା ଦେଖି ରାଜାଙ୍କୁ ଏହାର କାରଣ ପଚାରିଲେ।
ରାଜା ମନ୍ତ୍ରୀଙ୍କୁ ଅମାତ୍ୟଙ୍କ ବିରୋଧରେ ଆସିଥିବା ଅଭିଯୋଗ ବାବଦରେ ବର୍ଣ୍ଣନା କରି କହିଲେ- ଏତେ ଭଦ୍ର, ଶାନ୍ତଶିଷ୍ଟ ଓ ସୁଶୀଳ ବ୍ୟକ୍ତି, ଯାହାଙ୍କୁ ମୁଁ ଏତେ ନିକଟରୁ ଜାଣେ, ସେ ଏଭଳି କରୁଥିବେ ତାହା ମୁଁ ଆଦୌ ବିଶ୍ବାସ କରିପାରୁନାହିଁ। ମୋତେ ଲାଗୁଛି ଏହା ମିଛ ଏବଂ ଏକ ଷଡ୍ଯନ୍ତ୍ର।
ମନ୍ତ୍ରୀ କିନ୍ତୁ କହିଲେ- ନା, ମହାରାଜ, ଏ ଅଭିଯୋଗ ସତ ହେବାର ସମ୍ଭାବନା ମଧ୍ୟ ଅଛି। ଆପଣ ଗୁପ୍ତଚର ଲଗାଇ ଘଟଣାର ସତ୍ୟତା ଯାଞ୍ଚ କରନ୍ତୁ।
ରାଜା ପଚାରିଲେ- ଆପଣ ଏମିତି ଭାବୁଛନ୍ତି କାହିଁକି?
ମନ୍ତ୍ରୀ କହିଲେ- ଆପଣ ହେଉଛନ୍ତି ରାଜା। ଆପଣଙ୍କ ସମକ୍ଷରେ କୌଣସି ବ୍ୟକ୍ତି ଖରାପ ଆଚରଣ ପ୍ରଦର୍ଶନ କରିବ ନାହିଁ। ବରଂ ଅଧିକରୁ ଅଧିକ ସୁଶୀଳ ହେବାର ଚେଷ୍ଟା କରିବ। କିନ୍ତୁ ନିମ୍ନ ସ୍ଥାନରେ ଥିବା ଲୋକଙ୍କ ପ୍ରତି ତାଙ୍କ ଆଚରଣ ସେଭଳି ନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଆପଣଙ୍କ ପ୍ରତି ଜଣେ ପ୍ରଦର୍ଶନ କରୁଥିବା ଆଚରଣରୁ ଆପଣ ତା’ ସଂପର୍କରେ କୌଣସି ଧାରଣା ଗଢ଼ନ୍ତୁ ନାହିଁ।
ରାଜାଙ୍କ ଧାରଣା
Advertisment
Follow Us