ଫରିଦଙ୍କ ମର୍ମ

Advertisment

କଥାଟିଏ-କଥାଟିଏ

କଥାଟିଏ-କଥାଟିଏ

ସୁଖୀ ନସିରୁଦ୍ଦିନ

ସୁଫି ସନ୍ଥ ଫରିଦ ସମସ୍ତଙ୍କୁ ଗୋଟିଏ ଉପଦେଶ ଦିଅନ୍ତି ଯେ ‘ପବନ ଭଳି ହୁଅ।’ ଏହାର ମର୍ମାର୍ଥ ବୁଝାଇବା ଲାଗି ସେ କଥାଟିଏ କହୁଥିଲେ।
ଗୋଟିଏ ପରିବାରରେ ପୁତ୍ରଟିଏ ଜନ୍ମ ହେଲା। ସେ ଜନ୍ମ ହେବା ପୂର୍ବରୁ ତା’ର ମାଆ ସ୍ବପ୍ନ ଦେଖିଥିଲେ ଯେ ତାଙ୍କ ଗର୍ଭରୁ ଜନ୍ମ ଲାଭ କରିବାକୁ ଯାଉଥିବା ପୁତ୍ର ପ୍ରକୃତରେ ଜଣେ ‌େଦବଦୂତ। ପୃଥିବୀରେ କିଛି କାଳ କାଟିବା ଲାଗି ସେ ଜନ୍ମ ନେଉଛନ୍ତି। ଜନ୍ମ ହେବା ପରେ ପୁତ୍ରଟି ଚନ୍ଦ୍ରକଳା ଭଳି ବଢ଼ିବାକୁ ଲାଗିଲା। ସେ ଥିଲା ଅତ୍ୟନ୍ତ ସୌମ୍ୟଦର୍ଶନ ଏବଂ ଗୁଣରେ ଅତୁଳନୀୟ। ପରିବାରରେ ସେ ରହୁଥିଲା, ବଢୁଥିଲା, ଚାଲବୁଲ କରୁଥିଲା, କିନ୍ତୁ ସେ ଅଛି ବୋଲି କେହି ଜାଣି ପାରୁ ନ ଥିଲେ। କାରଣ ତା’ ପାଖରେ ଲେଶ ମାତ୍ର ଅହଂକାର ନ ଥିଲା। ତା’ର ଅସ୍ତିତ୍ବର ଓଜନ ହିଁ ନ ଥିଲା। ସେ ସବୁ କିଛି ସ୍ବାଭାବିକ ଭାବେ ଗ୍ରହଣ କରୁଥିଲା। ତା’ ଠାରେ ଆପତ୍ତି, ଅଭିଯୋଗ, ଜିଦି, ଖୁମାଣ କିଛି ହେଲେ ନ ଥିଲା। ସେ ସର୍ବଦା ରହୁଥିଲା ଏକ ନିର୍ବିକଳ୍ପ ଆନନ୍ଦରେ ଆ‌ପ୍ଳୁତ। ଠିକ୍ ଯେମିତି ପବନ ଏ ପୃଥିବୀରେ ଚଳପ୍ରଚଳ କରୁଛି, ଠିକ୍ ସେମିତି ‌େସ ତା’ର ଛୋଟ ସଂସାରରେ ଚଳପ୍ରଚଳ କରୁଥିଲା।

ତା’ର ସମୟ ପୂରିଗଲା। ତେଣୁ ସେ ଅକାଳରେ ଇହଧାମ ଛାଡ଼ିଦେଲା। କିନ୍ତୁ ଦେଖ ବଞ୍ଚିଥିବା ବେଳେ ‌ଯିଏ ତା’ର ଓଜନର କଣିକାଏ ବି ପରିବାର ଉପରେ ପଡ଼ିବାକୁ ଦେଇ ନ ଥିଲା, ସେ ଯେତେବେ‌େ‌ଳ ଚାଲିଗଲା ତା’ର ଶୂନ୍ୟତାଜନିତ ଦୁଃଖରେ ପରିବାର ଯେମିତି ଭୁଶୁଡ଼ିଗଲା। ଏହି ପୃଥିବୀରୁ ଯଦି ପବନ ଚାଲିଯାଏ ଅବସ୍ଥା କ’ଣ ହେବ? ପରିବାରର ଅବସ୍ଥା ସେମିତି ହୋଇଗଲା।
ଏହା କହିସାରି ଫରିଦ କହିଲେ- ଏବେ ପବନ ଭଳି ହୋଇ ବଞ୍ଚି ରହ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe