ଫକିର ହେବାର ବୟସ

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଜଣେ ଯୁବକ ହଠାତ୍‌ ଦିନେ ରାତିରେ ସ୍ତ୍ରୀ, ପିଲାଛୁଆ, ବୁଢ଼ା ବାପା, ମାଆ, ଘରଦ୍ବାର, ଗାଈଗୋରୁ ସବୁ କିଛି ଛାଡ଼ି କୁଆଡ଼େ ପଳାଇଗଲା। ତା’ ସାଙ୍ଗସାଥୀମାନେ କହିଲେ- ସେ କିଛି ଦିନ ଧରି ଉଦାସ ରହୁଥିଲା। ତା’ ଭିତରେ ଫକିର ହେଲା ଭଳିଆ ଗୁଣମାନ ପ୍ରକାଶ ପାଉଥିଲା।
ଏ କଥାକୁ ଅନେକ ଲୋକ ଗ୍ରହଣ କରିପାରିଲେ ନାହିଁ। ସ˚ସାର ମଝିରେ ନିଜର ସା˚ସାରିକ ଦାୟିତ୍ବ ଛାଡ଼ି ଫକିର ହେବା କ’ଣ ଉଚିତ? ନିଜ ଦାୟିତ୍ବକୁ ଏମିତି ଫାଙ୍କିଦେବା ଜଣେ ଭୀରୁ ଓ ପଳାତକର ଲକ୍ଷଣ। ସେମାନେ ତାକୁ ନିନ୍ଦିଲେ। ସେ ଚାଲିଗଲା ପରେ ବଡ଼ ଦୁଃଖକଷ୍ଟରେ ତା’ର ସ˚ସାର ଆଗକୁ ଗଡ଼ିଲା। ପରିବାରର ଲୋକେ ସନ୍ତୁଳି ହୋଇଗଲେ।
ଥରେ ସେଇ ଗାଁକୁ ଆସିଲେ ସନ୍ଥ ଫିରୋଜ। ତାଙ୍କୁ ଜଣେ ପ୍ରଶ୍ନ କଲା- ଆଜ୍ଞା, ଆମ ଗାଁର ଜଣେ ଯୁବକ ହଠାତ୍‌ ତା’ର ଘର ସ˚ସାର ଛାଡ଼ି ଆପଣଙ୍କ ଭଳିଆ ହୋଇଗଲା। ମୁଁ ଜାଣିନି ଆପଣ ବାହାଚୂଡ଼ା ହୋଇଥିଲେ କି ନାହିଁ। କିନ୍ତୁ ଜାଣିବାକୁ ଚାହୁଛି ଯେ ବାହାସାହା ହୋଇ ସ˚ସାର ମଝିରୁ ଘରୁ ପଳାଇ ଫକିର ହୋଇ ଯିବା କ’ଣ ଭଲ?
ଫିରୋଜ କହିଲେ- ସବୁ ଗଛର ଫଳ ପାଚିବା ପାଇଁ ଭିନ୍ନ ଭିନ୍ନ ସମୟ ନିଅନ୍ତି। କେଉଁ ଫଳ ଦିନକରେ ପାଚିଯାଏ ତ କିଏ ମାସକରେ ବି ପାଚେ ନାହିଁ। କିନ୍ତୁ ପାଚିଯିବା ପରେ ସବୁ ଫଳ ଗଛରୁ ତଳେ ପଡ଼ନ୍ତି। ତା’ ପରେ ସେଇ ଫଳ ଆଉ ଗଛର ନୁହେଁ। ସେ ସଂସାରର, ଯିଏ ପାଇଲା ତା’ର। ତୁମେ ଯୋଉ ପିଲା କଥା କହୁଛ, ସିଏ ଶୀଘ୍ର ପାଚିଗଲା, ତେଣୁ ଝଡ଼ି ପଡ଼ିଲା। ଏବେ ସେ ଆଉ ଗଛର ନୁହେଁ। ସାରା ପୃଥିବୀର। ପାଚିଯିବା ଅର୍ଥ ଫକିର ହେବାର ସମୟ ହେଇଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe