ଜଣେ ରାଜନେତାଙ୍କ କଥା

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ବିଶିଷ୍ଟ ରାଜନେତା ଓ ତାଙ୍କ ଦଳ ଦୀର୍ଘ କାଳ ଧରି ଶାସନ ଗାଦିରେ ରହିବା ପରେ ନିର୍ବାଚନରେ ହାରିଗଲେ ଏବ˚ ବିରୋଧୀ ଦଳରେ ରହିଲେ। ରାଜନେତା ଜଣକ ଥିଲେ ଜ୍ଞାନୀ ଏବ˚ ଦକ୍ଷ ନେତା। କିନ୍ତୁ ଦେଖାଗଲା ଯେ ବିରୋଧୀ ଦଳରେ ରହିବା ପରେ ସେ ପୂରା ନିରବ ହୋଇଗଲେ। ଶାସକ ଦଳର କାର୍ଯ୍ୟକଳାପକୁ ଜଗି ବସି ଭୁଲ ଭଟକା ହେଲା ମାତ୍ରକେ ତମ୍ବିତୋଫାନ କରିବା ନେଇ ବିରୋଧୀ ଦଳର ଯେଉଁ ଭୂମିକା, ତାହା ସେ ନିର୍ବାହ କଲେ ନାହିଁ। କ୍ରମେ ସେ ବୀତସ୍ପୃହ ହୋଇପଡ଼ିଲେ। ତେଣୁ ସ୍ବାଭାବିକ ଭାବେ କ୍ରମେ ଦଳ ଉପରେ ତାଙ୍କର କର୍ତ୍ତୃୃତ୍ବ ଖସିଗଲା ଓ ସେ ରାଜନୀତିରୁ ସନ୍ନ୍ୟାସ ନେଲା ଭଳି ସ୍ଥିତିକୁ ଆସିଗଲେ। କ୍ରମେ ସେ ସାଧାରଣ ଜୀବନରୁ ଅପସରି ଗଲେ। ତାଙ୍କୁ ଲୋକେ ଭୁଲିଗଲେ। ଅନେକ ବର୍ଷ ପରେ ତାଙ୍କ ନାତି ତାଙ୍କୁ ଥରେ ପଚାରିଲା- ଜେଜେ, ତୁମେ ଏତେ ବର୍ଷ ଶାସନ ଗାଦିରେ ରହିଲ। ଦଳକୁ ଏତେ ଭଲ ନେତୃତ୍ବ ଦେଲ। ଅଥଚ ଥରେ ନିର୍ବାଚନରେ ହାରିବା ପରେ କ’ଣ ହେଲା ଯେ ତୁମର ସବୁ କଳା ଚାଲିଗଲା?

ସେ ଧୀର ଭାବେ କହିଲେ- ଅନେକ ବର୍ଷ ଶାସନରେ ଥିଲି ବୋଲି ତ ଏମିତି ହେଲା। କାରଣ ଶାସନରେ ଥିବା ବେଳେ ଜାଣିଥିଲି ଶାସକର ଜୋତାର କଣ୍ଟା କେଉଁଠି ଫୋଡ଼ିହୁଏ, କେଉଁଠି ଲହୁଲୁହାଣ କରିପକାଏ। ବିରୋଧୀ ହେବା ପରେ ସେ କଥା ଭୁଲିଯିବା ମୋ ଲାଗି ସମ୍ଭବ ହେଲା ନାହିଁ। ବିରୋଧୀ ଦଳରେ ରହି ମୁଁ ଶାସକ ଦଳକୁ ସମାଲୋଚନା କଲେ ହୁଏତ ମୋତେ ଲାଗି ଥାଆନ୍ତା ଯେ ମୁଁ ନିଜ ସହିତ କପଟାଚରଣ କରୁଛି। ତେଣୁ ନିରବ ହୋଇଗଲି ଓ ଶେଷରେ ରାଜନୀତି ଛାଡ଼ିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe