ପ୍ରବହମାନ ପୃଥିବୀ

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ପ୍ରସିଦ୍ଧ ଜେନ୍‌ ଗୁରୁ ଗୋକୁଜୁ କହୁଥିଲେ ଯେ ବର୍ତ୍ତମାନ ବୋଲି କୌଣସି ସମୟ ନାହିଁ। ସମୟ ବୋଲି ଯାହା ଅଛି ତାହା କେବଳ ଅତୀତ ଓ ଭବିଷ୍ୟତ। କାରଣ ସଦା ପ୍ରବହମାନ ସମୟରେ ବର୍ତ୍ତମାନ କ୍ଷଣଟି ପହଞ୍ଚିବା ମାତ୍ରକେ ଅତୀତ ହୋଇଯାଇଥାଏ। ତେଣୁ ସେ କହୁଥିଲେ ପ୍ରତ୍ୟେକ ଚିଜ ଅହରହ ବଦଳୁଥାଏ, ଅନ୍ତତଃ ପ୍ରତି କ୍ଷଣ ପୁରୁଣା ହୋଇ ଚାଲିଥାଏ।
ଦିନର କଥା ଗୋକୁଜୁ ଏବଂ ତାଙ୍କର ଜଣେ ବନ୍ଧୁ ଗୋଟିଏ ନଦୀ କୂଳରେ ଯାଉଥିଲେ। ନଦୀଟି ଥିଲା ପ୍ରଖର ସ୍ରୋତା।
ଗୋକୁଜୁଙ୍କ ବନ୍ଧୁ କହିଲେ- ଦେଖ, ନଦୀ କେତେ ବେଗରେ ବହିଯାଉଛି।
ଗୋକୁଜୁ ସଙ୍ଗେ ସଙ୍ଗେ ଦୂରେ ଦିଶୁଥିବା ପୋଲକୁ ଦେଖାଇ କହିଲେ- ଦେଖ, ପୋଲଟି ମଧ୍ୟ କେତେ ‌େବଗରେ ଧାଇଁଛି?
ଗୋକୁଜୁଙ୍କ ବନ୍ଧୁ ଅଟକିଗଲେ। ସେ କହିଲେ- କି କଥା କହୁଛ? ପୋଲଟି ତ ସ୍ଥିର ଅଛି!
ଗୋକୁଜୁ କହିଲେ- ତୁମକୁ ସେମିତି ଲାଗୁଛି। କିନ୍ତୁ ପୋଲଟି ସ୍ଥିର ନାହିଁ। ସମୟର ପ୍ରବାହ ତା’ ମଧ୍ୟରେ ତାକୁ ବି ଗତିଶୀଳ କରି ଦେଇଛି। ପ୍ରତି କ୍ଷଣ ସେଇ ପୋଲ ପୁରୁଣା ଓ ପୁରୁଣା ହୋଇ ଚାଲିଛି। ଆମେ ସମସ୍ତେ ସେହି ସମୟ ସ୍ରୋତରେ ବହି ଚାଲିଛୁ। କେହି ବି ସ୍ଥିର ହୋଇ ନାହୁଁ। ସବୁ କିଛି ପ୍ରବହମାନ।
କୁହାଯାଏ ଯେ ସେହି ସମାନ ନଦୀ‌େର ତୁମେ ଦୁଇ ଥର ପାଦ ଧୋଇ ପାରିବ ନାହିଁ। କାରଣ ଦ୍ବିତୀୟ ଥର ପାଦ ଧୋଇଲା ବେଳକୁ ଅନେକ ପାଣି ବହି ସାରିଥିବ ଏବଂ ନଦୀଟି ନୂଆ ନଦୀ ହୋଇସାରିଥିବ। କିନ୍ତୁ ଗୋକୁଜୁ କହନ୍ତି ଯେ ତୁମେ କୌଣସି ସମାନ ନଦୀରେ ଗୋଟିଏ ଥର ବି ପାଦ ଧୋଇ ପାରିବ ନାହିଁ। ‌କାରଣ ପାଦ ବୁଡ଼ାଇବା କ୍ଷଣରେ ହିଁ ଜଳ ବହିଯାଇ ପୁରୁଣା ନଦୀକୁ ନୂଅା କରି ଦେଇଥିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe