କଥାଟିଏ-ଯାଯାବର: ଈଶ୍ବର ଭରସାଯୋଗ୍ୟ

ରାଜା ନିଜର ସୁରକ୍ଷା ଲାଗି ଅଙ୍ଗରକ୍ଷୀ ନିଯୁକ୍ତ କରିବାକୁ ଚାହୁଥିଲେ। ସେଥିଲାଗି ସେ ଜଣେ ପାରଙ୍ଗମ ତୀରନ୍ଦାଜ ସନ୍ଧାନରେ ଥିଲେ। ତେଣୁ ଏକ ପ୍ରତିଯୋଗିତାର ଆୟୋଜନ କଲେ।

foot1

ରାଜା ନିଜର ସୁରକ୍ଷା ଲାଗି ଅଙ୍ଗରକ୍ଷୀ ନିଯୁକ୍ତ କରିବାକୁ ଚାହୁଥିଲେ। ସେଥିଲାଗି ସେ ଜଣେ ପାରଙ୍ଗମ ତୀରନ୍ଦାଜ ସନ୍ଧାନରେ ଥିଲେ। ତେଣୁ ଏକ ପ୍ରତିଯୋଗିତାର ଆୟୋଜନ କଲେ। ଯେଉଁ ଯୁବକ ବିଜୟୀ ହେଲା, ସେ ତା’ର ପ୍ରଦର୍ଶନରେ ସମସ୍ତଙ୍କୁ ହତଚକିତ କରିନେଲା। ଏହା ଦେଖି ରାଜା ଆସନରୁ ଛିଡ଼ା ହୋଇପଡ଼ି କହିଲେ- ତୁମର ପାରଦର୍ଶିତାକୁ ଧନ୍ୟ କହିବ। ତୁମେ ଏଭଳି ଚମତ୍କାରୀ କୌଶଳ ହାସଲ କଲ କିପରି? 
ଏହା ଶୁଣି ଯୁବକ କହିଲା- ମହାରାଜ, ଆପଣ ମୋତେ ଏଭଳି ପ୍ରଶ˚ସା କରୁଥିବାରୁ ମୁଁ କୃତଜ୍ଞ। କିନ୍ତୁ ମୁଁ ଏହାର ହକ୍‌ଦାର ନୁହେଁ। ମୁଁ ପ୍ରତିଦିନ ପ୍ରାଣମୂର୍ଚ୍ଛା ଅଭ୍ୟାସ କରେ ସତ, କିନ୍ତୁ ମୋ ସଫଳତାର ଏକମାତ୍ର ହକ୍‌ଦାର ହେଉଛନ୍ତି ଈଶ୍ବର। ତାଙ୍କ କୃପା ନ ରହିଲେ ଜଣେ ଯେତେ ଅଭ୍ୟାସ କଲେ ବି ଅସଫଳ ହୋଇପାରେ। 
ଏ କଥା ଶୁଣି ରାଜା କିଛି କ୍ଷଣ ଲାଗି ନିରବ ହୋଇଗଲେ। ସେ କହିଲେ- ଯୁବକ, ତୁମର ନିଜ ଉପରେ ପ୍ରତ୍ୟୟ ନାହିଁ? ଏଭଳି ସ୍ଥଳେ ମୁଁ ତୁମ ଉପରେ ପ୍ରତ୍ୟୟ ରଖିପାରିବି କେମିତି? ତେଣୁ ତୁମକୁ ନିଯୁକ୍ତିି ଦେବା ଠିକ୍‌ ହେବ ନା ନାହିଁ, ତାହା ମୁଁ ମୋ ଗୁରୁଙ୍କ ପରାମର୍ଶ ପରେ ହିଁ ବିଚାର କରିବି। 
ଏହା ପରେ ରାଜା ଗୁରୁଙ୍କୁ ଭେଟି ଏ ସବୁ କଥା କହିଲେ। ଗୁରୁ କହିଲେ- ଯୁବକଟି କେବଳ ଜଣେ ଉଚ୍ଚକୋଟୀର ତୀରନ୍ଦାଜ ନୁହଁ, ସେ ମଧୢ ଜଣେ ପ୍ରାଜ୍ଞ ଯୁବକ। ତାକୁ ହିଁ ତୁମ ପାଖରେ ରଖ। 
ଏହା ଶୁଣି ରାଜା କହିଲେ- କିନ୍ତୁ, ଗୁରୁଦେବ, ତା’ର ନିଜ ଉପରେ ଭରସା ନାହିଁ। ଈଶ୍ବରଙ୍କ ଆଶୀର୍ବାଦ ତା’ ଉପରେ ସବୁବେଳେ ରହିବ ବୋଲି କ’ଣ ନିଶ୍ଚିତ କରି କହିହେବ?
ଗୁରୁ କହିଲେ- ଯେଉଁମାନେ ଈଶ୍ବରଙ୍କ ଉପରେ ନିଃସର୍ତ୍ତ ପ୍ରତ୍ୟୟ ସ୍ଥାପନ କରି ନିଶ୍ଚିନ୍ତ ହୋଇଯାଆନ୍ତି, ସେଇମାନଙ୍କ ଉପରେ ହିଁ ଈଶ୍ବରଙ୍କ ଆଶୀର୍ବାଦ ଝରୁଥାଏ। ତେଣୁ ଈଶ୍ବର ଭରସାଯୋଗ୍ୟ, ଯାହା ଲୋଡ଼ା ତାହା ହେଲା ତୁମର ସମର୍ପଣ ଭାବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe