ପାଇବାର ଇଚ୍ଛା

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ରାଜା ଫକିରଙ୍କୁ ପଚାରିଲେ- ଆପଣଙ୍କ ଭଳି ମସ୍ତ ମୌଲା ହେବି କେମିତି? ମୋ ପାଖରେ ସବୁ କିଛି ଅଛି। କିନ୍ତୁ ଉଛୁଳା ଆନନ୍ଦ ନାହିଁ।
ଫକିର କହିଲେ- ମହାରାଜ, ମୁଁ ତ ମୋ ବାଟରେ ଯାଉଛି। ତେବେ କେବଳ ଏତିକି କହି‌େଦଇ ଯାଉଛି ଗଦଗଦ ଆନନ୍ଦ ପାଇବାକୁ ହେଲେ ଗୋଟିଏ କଥା କରିବାକୁ ହେବ। ତାହା ହେଲା ମନରେ ଯେମିତି କିଛି ଇଚ୍ଛା ନ ରହେ ସେ ଦିଗରେ ଧ୍ୟାନ ଦେବାକୁ ହେବ।
ରାଜା ଭାବିଲେ- ଫକିର ଠିକ କହିଛନ୍ତି। ସେଥିଲାଗି ଫକିର ଭିକାରି ଭଳି ରହୁଥିଲେ ବି ମହାନନ୍ଦରେ ଅଛନ୍ତି। ତେଣୁ ମୋ ମନରୁ ଇଚ୍ଛା ଦୂର କରିବି। ଏ ସବୁ ଐଶ୍ବର୍ଯ୍ୟ, ଧନରତ୍ନ ଇତ୍ୟାଦିର ଇଚ୍ଛା ତ୍ୟାଗ କରିବି। ରାଜା ସବୁ କିଛି ଛାଡ଼ିଦେଲେ। ମନ ଭିତରେ ଥିବା ସବୁ ଇଚ୍ଛାକୁ ମାରିଦେଲେ। ସେଥିଲାଗି ରୀତିମତ ସାଧନା କଲେ।
ଅନେକ ଦିନ ପରେ ଫକିର ସେଇ ବାଟେ ଫେରିଲେ। ତାଙ୍କର ଆଉ ଜଣେ ଫକିରଙ୍କ ସହିତ ଦେଖା ହେଲା। ଏଇ ଦ୍ବିତୀୟ ଫକିର ଜଣକ ଥିଲେ ସବୁ କିଛି ତ୍ୟାଗ କରିଥିବା ସ୍ବୟଂ ରାଜା। ରାଜା କହିଲେ- ଆପଣ କହିବା ମୁତାବକ ସବୁ ଇଚ୍ଛା ମାରିଦେଲି। ଆପଣଙ୍କ ଭଳି ଫକିର ହୋଇଗଲି। ତଥାପି ଆପଣଙ୍କ ଭଳି ମସ୍ତ ମୌଲା ହୋଇପାରିଲି ନାହିଁ।
ଫକିର କହିଲେ- ଆପଣ ସବୁ କରିଛନ୍ତି ସତ, ଗୋଟିଏ ଇଚ୍ଛା ମାରି ପାରି ନାହାନ୍ତି। ତାହା ହେଲା ଆନନ୍ଦ ପାଇବାର ଇଚ୍ଛା। ତାକୁ ବି ମାରି ଦିଅନ୍ତୁ। ସେତକ ରହିଲେ ଆପଣ ଉଦ୍‌ବେଳିତ ହୋଇ ରହିବେ; ଆନନ୍ଦ ପାଇବେ ନାହିଁ। ମନେ ରଖନ୍ତୁ ଆନନ୍ଦ ଖୋଜୁଥିବା ଲୋକେ କେବେ ହେଲେ ତାହା ପାଆନ୍ତି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe