କଥାଟିଏ-ଯାଯାବର: ଦୁଇ ଅଭିନେତା

Advertisment

ଜଣେ ବେଶ୍‌ ସଫଳ ଅଭିନେତାଙ୍କର ଦେଖା ହେଲା ତାଙ୍କର ପୁରୁଣା ମିତ୍ରଙ୍କ ସହିତ। ମିତ୍ର ମଧୢ ଥିଲେ ଜଣେ ଉଚ୍ଚକୋଟୀର ଅଭିନେତା। ତେବେ ସଫଳତାର ଶୀର୍ଷରେ ଥିବା ବେଳେ ମିତ୍ର ଜଣକ ହଠାତ୍‌ ଅଭିନୟରୁ ସନ୍ନ୍ୟାସ ନେଇ ଅଜ୍ଞାତବାସକୁ ଚାଲିଯାଇଥିଲେ।

ଜଣେ ବେଶ୍‌ ସଫଳ ଅଭିନେତାଙ୍କର ଦେଖା ହେଲା ତାଙ୍କର ପୁରୁଣା ମିତ୍ରଙ୍କ ସହିତ। ମିତ୍ର ମଧୢ ଥିଲେ ଜଣେ ଉଚ୍ଚକୋଟୀର ଅଭିନେତା। ତେବେ ସଫଳତାର ଶୀର୍ଷରେ ଥିବା ବେଳେ ମିତ୍ର ଜଣକ ହଠାତ୍‌ ଅଭିନୟରୁ ସନ୍ନ୍ୟାସ ନେଇ ଅଜ୍ଞାତବାସକୁ ଚାଲିଯାଇଥିଲେ।

foot1

ଜଣେ ବେଶ୍‌ ସଫଳ ଅଭିନେତାଙ୍କର ଦେଖା ହେଲା ତାଙ୍କର ପୁରୁଣା ମିତ୍ରଙ୍କ ସହିତ। ମିତ୍ର ମଧୢ ଥିଲେ ଜଣେ ଉଚ୍ଚକୋଟୀର ଅଭିନେତା। ତେବେ ସଫଳତାର ଶୀର୍ଷରେ ଥିବା ବେଳେ ମିତ୍ର ଜଣକ ହଠାତ୍‌ ଅଭିନୟରୁ ସନ୍ନ୍ୟାସ ନେଇ ଅଜ୍ଞାତବାସକୁ ଚାଲିଯାଇଥିଲେ। ଦେଖା ହେଲା ବେଳକୁ ମିତ୍ର ଥିଲେ ଅତ୍ୟନ୍ତ ସାଧାରଣ ପୋଷାକରେ ଏବ˚ ଲୋକେ ତାଙ୍କୁ ଆଉ ଚିହ୍ନି ପାରୁ ନ ଥିଲେ। 
ସଫଳ ଅଭିନେତା ତାଙ୍କ ମିତ୍ରଙ୍କୁ ନିଜ ଗାଡ଼ି ଭିତରକୁ ଟାଣି ନେଇ ପଚାରିଲେ- ସଫଳତାର ଶୀର୍ଷରେ ଥିବା ବେଳେ ତୁମେ ହଠାତ୍‌ ସବୁ କିଛି ଛାଡ଼ି ଅଦୃଶ୍ୟ ହୋଇଗଲ କାହିଁକି?
ଉତ୍ତରରେ ମିତ୍ର କହିଲେ- ଶାନ୍ତିରେ ରହିବା ପାଇଁ।
ସଫଳ ଅଭିନେତା ପଚାରିଲେ- ଶାନ୍ତିରେ ରହିବା ଲାଗି? ନିଜ କର୍ମକ୍ଷେତ୍ରରେ ସଫଳତା ଠାରୁ ଆଉ କ’ଣ ଅଧିକ ସୁଖ, ଶାନ୍ତି ଓ ତୃପ୍ତି ପ୍ରଦାନ କାରେ?
ମିତ୍ର କହିଲେ- ମୋ ସହିତ ଆସ। ବୁଝାଇ ଦେବି। 
ତା’ ପରେ ସେମାନେ ଗାଡ଼ିରେ ଅନେକ ଦୂର ଗଲେ। ପୁଣି ବାଟରେ ଗାଡ଼ି ରଖି ସେମାନେ ଚାଲିଚାଲି କିଛି ଦୂର ଗଲା ପରେ ଗୋଟିଏ ନିପଟ ମଫସଲ ଗାଁରେ ପଶିଲେ। ସେଇ ଗାଁରେ ମିତ୍ରଙ୍କର କ’ଣ ଟିକିଏ କାମ ଥିଲା। ତେବେ କଥା ହେଲା, ସେଇ ଗାଁର କେହି ଜଣେ ହେଲେ ସଫଳ ଅଭିନେତାଙ୍କୁ ଚିହ୍ନି ନ ଥିଲେ। ତାହା ଅଭିନେତାଙ୍କୁ ଖଇଚା ଲାଗିଲା। ତାଙ୍କୁ ଦେଖିବା ଲାଗି ଠେଲାପେଲା ଭଳି କିଛି ହିଁ ନ ଥିଲା। ସଫଳ ଅଭିନେତା ହତାଶ ହେଲେ। 
ଫେରିବା ବାଟରେ ମିତ୍ର କହିଲେ- ତୁମକୁ ଗାଁ କେମିତି ଲାଗିଲା?
ସଫଳ ଅଭିନେତା କହିଲେ- ବିରକ୍ତିକର। ସେଠାରେ କେହି ମୋତେ ଚିହ୍ନି ହିଁ ନାହାନ୍ତି! 
ମିତ୍ର କହିଲେ, ସମସ୍ୟାଟି ସେଇଠି। ସଫଳତାର ଦୌଡ଼ରେ ଥିଲେ ଏଭଳି ବିରକ୍ତି ମଧ୍ୟ ଆସେ! ଶାନ୍ତି ଭଙ୍ଗ ହୁଏ! 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe