ଆମ୍ବ ଗଛର ମାହାତ୍ମ୍ୟ

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ଦୟାର ପାତ୍ର!

ଜଣେ ଗୁରୁଙ୍କୁ ଅନେକ ଲୋକ ଘେରି ରହୁଥିଲେ। ସେଇ ଲୋକମାନଙ୍କ ଭିତରେ ଅନେକ ଥିଲେ ନିଶାସକ୍ତ, ଅପରାଧୀ, ନିର୍ବୋଧ ତଥା ଦୁଷ୍ଟ ପ୍ରକୃତିର। ଗୁରୁ ସମସ୍ତଙ୍କ ପ୍ରତି ସମାନ ନଜର ରଖୁଥିଲେ। ସମସ୍ତଙ୍କୁ ଉପଦେଶ ଦେଉଥିଲେ। ଗୁରୁଙ୍କ ଆଶ୍ରମର ଦ୍ବାର ସମସ୍ତଙ୍କ ଲାଗି ଖୋଲା ରହୁଥିଲା। ଏ କଥା କିଛି ଗୁଣୀ ଲୋକଙ୍କୁ ଭଲ ଲାଗିଲା ନାହିଁ। ସେମାନେ ଗୁରୁଙ୍କୁ କହିଲେ- ମହାଭାଗ, ଆପଣଙ୍କ ପାଖରେ ସବୁ ପ୍ରକାର ଲୋକ ଜମୁଛନ୍ତି। କିନ୍ତୁ ଭଲ ହେବ ଆପଣ ଯଦି କେବଳ ଭଲ ଲୋକଙ୍କୁ ନିଜ ସାନ୍ନିଧୢ ଦିଅନ୍ତି।

ଗୁରୁ କହିଲେ- ପିଲା ଦିନେ ଆମ ଘର ବାଡ଼ିରେ ଗୋଟିଏ ଆମ୍ବ ଗଛ ଥିଲା। ସେଥିରେ ପ୍ରଚୁର ଆମ୍ବ ଫଳୁଥିଲା। କିନ୍ତୁ ଆମ ବାଡ଼ିରେ ବାଡ଼ ଦିଆଯାଇ ନ ଥିବାରୁ ସମସ୍ତେ ସେଇ ଆମ୍ବ ଗଛରୁ ଫଳ ତୋଳୁଥିଲେ। ଯାହାର ଯେତେବେଳେ ମନ ଗଛରେ ଚଢ଼ୁଥିଲା। ବାପା କାହାକୁ ବାରଣ କରୁ ନ ଥିଲେ। କେବେ ବି ସେମାନଙ୍କ ଆଡ଼କୁ ଚାହୁଁ ନ ଥିଲେ। ଏ କଥା ମୋ ମାଆ ସହି ପାରିଲେ ନାହିଁ। ଦିନେ ବାପା କିଛି ଦିନ ଘରେ ଅନୁପସ୍ଥିତ ଥିବା ବେଳେ ମାଆ ଆମ ବାଡ଼ିକୁ ତାର ବାଡ଼ ଦ୍ବାରା ଘେରାଇ ଦେଲେ। ଏଣିକି ଆମ ଆମ୍ବ ଗଛରୁ କେହି ଆଉ ଫଳ ନେଇ ପାରିଲେ ନାହିଁ। ଗଛରେ ଆମ୍ବ ପାଚି ଲଦି ହେଲା। ବାପା ଫେରି ଏହା ଦେଖି ବ୍ୟଥିତ ହେଲେ। ସେ ମାଆଙ୍କୁ ବୁଝାଇ ଦେଇ କହିଲେ ଯେ ଆମ ଆମ୍ବଗଛରେ ଯେତେ ଲୋକ ଚଢ଼ିଲେ କି ଗଛରୁ ଯେତେ ଆମ୍ବ ତୋଳିଲେ ବି ଆମ୍ବ ଗଛ କେବେ କ’ଣ ମନା କରୁଥିଲା ନା ଫଳ ଦେବାରେ ଊଣା କରୁଥିଲା? ଭଗବାନ ସେମିତି ଚାହାଁନ୍ତି। ଭଗବାନ ଚାହାଁନ୍ତି ଯେ ତୁମ ପାଖରେ ଯଦି କିଛି ଭଲ ଦେବା ଲାଗି ଅଛି ତେବେ ତାହା ସମସ୍ତଙ୍କୁ ଦିିଅ। ତୁମେ ଆମ୍ବଗଛକୁ ତାର ବାଡ଼ ଦ୍ବାରା ଘେରାଇ ସେ ଗଛର ମାହାତ୍ମ୍ୟକୁ ନ୍ୟୂନ କରିଦେଇଛ।
ସେଇ କଥା ମୋ ମନ ଭିତରେ ଏମିତି ରହିଗଲା। ମୁଁ ଭାବିଲି ମୁଁ ସେ ଆମ୍ବ ଗଛ ଭଳି ନ ହେବି କାହିଁକି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe