ନିରହଂକାରୀ ଜୀବନ

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ବ୍ୟକ୍ତି ଓଶୋ ରଜନୀଶଙ୍କୁ ପ୍ରଶ୍ନ କଲେ- ଏହି ଅହଂକାରୀ ଦୁନିଆରେ ନିରହଂକାର ରହି ସଫଳକାମ ହୋଇ ହେବ କି?
ଓଶୋ କହିଲେ- ସଫଳ ହେବା କଥା କହିଲଣି ମାନେ ଅହଂକାରର ପ୍ରବେଶ ହେଲା। ସଫଳତା ସଦା ତୁମକୁ ସବା ଆଗରେ ଦେଖିବାକୁ ଚାହେଁ ଓ ଅନ୍ୟମାନଙ୍କୁ ତୁମ ପଛରେ। ନିରଂହକାରୀ ବ୍ୟକ୍ତି ସଫଳତା ଖୋଜିବ ନାହିଁ।
‌େସହି ବ୍ୟକ୍ତି ପ୍ରଶ୍ନ କଲେ- ତେବେ ପୁଣି କେମିତି ହେବ? ସେ ଲୋକ ସର୍ବଦା ବିଫଳ ରହିବ?
ଓଶୋ କହିଲେ - ତା ପାଖରେ କୌଣସି ଫଳର କିଛି ମୂଲ୍ୟ ନାହିଁ। ସେ ଧାଡ଼ିରେ ଛିଡ଼ା ହୋଇପାରେ, କିନ୍ତୁ ଆଗରେ ରହିବାକୁ ମନ କରିବ ନାହିଁ। ଯେଉଁ ସ୍ଥାନ ମିଳିଲା ଚଳିବ। ଏବଂ ବଡ଼ କଥା ହେଲା ପଛରେ ଛିଡ଼ା ହୋଇ ରହି ମଧ୍ୟ ପୁଲକରେ ଭରି ରହିଥିବ। ଯେମିତି ଥିଲେ ଲାଓତ ସେ। ସେ କେବେ ଜିତିବା କଥା କହୁ ନ ଥିଲେ। ସେ କହୁଥିଲେ ମୁଁ ତ ମୂଳରୁ ହାରି ସାରିଛି। ତେଣୁ ଏହା ବି ହେଉଥିଲା ଯେ ତାଙ୍କୁ କେହି ହରାଇ ପାରିବ ନାହିଁ। କାରଣ ସେ ତ ମୂଳରୁ ହାରି ସାରିଛନ୍ତି। କୌଣସି ସଭାରେ ଲୋକେ ଯେଉଁଠି ‌େଜାତା ଥୋଇ ଭିତରକୁ ପଶୁଥିଲେ, ଲାଓତ ସେ ସେହିଠାରେ ବସି ପଡୁଥିଲେ। ତେବେ, ବଡ଼ କଥା ହେଲା ‌େଯଉଁ ଟିକକ ସେ ପାଉଥିଲେ ‌େସଥି ଲାଗି ନିଜକୁ ଧନ୍ୟ ମଣୁଥିଲେ ଓ ଖୁସି ରହୁଥିଲେ।
ସେ ଥିଲେ ନିରହଂକାରୀ। ତେଣୁ ସେ ଅହଂକାରୀଙ୍କ ଦୌଡ଼ରେ ସାମିଲ ଥିଲେ ସିନା, ପ୍ରତିଦ୍ବନ୍ଦ୍ବିତା କରୁ ନ ଥିଲେ। ସେ କେବଳ ଦୌଡ଼ିବାର ଆନନ୍ଦରେ ମସଗୁଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe