କଥାଟିଏ-ଯାଯାବର: ମରୁଭୂମିରେ ପରୀକ୍ଷା

Advertisment

ଦଳେ ଯୁବକ ମରୁଭୂମିରେ ଯାଉଥିଲେ। ଶୋଷରେ ତଣ୍ଟି ଫାଟି ଯାଉଥିଲା। କେଉଁଠି ହେଲେ ପାଣିର ଚିହ୍ନବର୍ଣ୍ଣ ନ ଥିଲା। ହଠାତ୍‌ ଦିଶିଲା ଛୋଟ ଘରଟିଏ। ମନରେ ଆଶା ଜାଗିଲା। ସତକୁ ସତ ତା ଭିତରେ ଥିଲା ପାଣି ପଂପ୍‌ଟିଏ।

ଦଳେ ଯୁବକ ମରୁଭୂମିରେ ଯାଉଥିଲେ। ଶୋଷରେ ତଣ୍ଟି ଫାଟି ଯାଉଥିଲା। କେଉଁଠି ହେଲେ ପାଣିର ଚିହ୍ନବର୍ଣ୍ଣ ନ ଥିଲା। ହଠାତ୍‌ ଦିଶିଲା ଛୋଟ ଘରଟିଏ। ମନରେ ଆଶା ଜାଗିଲା। ସତକୁ ସତ ତା ଭିତରେ ଥିଲା ପାଣି ପଂପ୍‌ଟିଏ।

foot1

ଦଳେ ଯୁବକ ମରୁଭୂମିରେ ଯାଉଥିଲେ। ଶୋଷରେ ତଣ୍ଟି ଫାଟି ଯାଉଥିଲା। କେଉଁଠି ହେଲେ ପାଣିର ଚିହ୍ନବର୍ଣ୍ଣ ନ ଥିଲା। ହଠାତ୍‌ ଦିଶିଲା ଛୋଟ ଘରଟିଏ। ମନରେ ଆଶା ଜାଗିଲା। ସତକୁ ସତ ତା ଭିତରେ ଥିଲା ପାଣି ପଂପ୍‌ଟିଏ। ବିଜୁଳି ସଯୋଗ ମଧ୍ୟ ଥିଲା। ପାଖରେ ପାଣି ଭରା ବାଲ୍‌ଟିଟିଏ ମଧ୍ୟ ଥିଲା। ବାଲ୍‌ଟିରେ ଚିଠିଟିଏ ଝୁଲିଥିଲା, ଯହିଁରେ ଲେଖା ଥିଲା- ଏହି ପାଣି ପିଅନ୍ତୁ ନାହିଁ। ଏହାକୁ ପଂପ୍‌ର ନଳରେ ପୂରାଇ ସୁଇଚ୍‌ ଲଗାନ୍ତୁ। ତଳୁ ପାଣିର ଫୁଆରା ବାହାରି ଆସିବ।
ଯୁବକମାନେ କ’ଣ କରିବେ ବୁଝି ପାରିଲେ ନାହିଁ। ହାତ ପାହାନ୍ତାରେ ବାଲଟିଏ ପାଣି ଅଛି, କିନ୍ତୁ ପିଇବାକୁ ବାରଣ କରାଯାଇଛି। ସମସ୍ତେ ଦଳର ନେତାର ମୁହଁକୁ ଚାହିଁଲେ। 
ନେତା ଟିକିଏ ଭାବିଲା। ତା’ ପରେ କହିଲା- ଆମକୁ ବିଶ୍ବାସ କରିବାକୁ ହେବ। ଯଦି ଏହାକୁ ଆମେ ପିଇ ଦେଉ ତେବେ କିଛି ସମୟ ଲାଗି ହୁଏତ ବଞ୍ଚିଯିବା। କିନ୍ତୁ ତା’ ପରେ ପୁଣି ଶୋଷ ମାଡ଼ି ଆସିବ। ତେଣୁ ବିପଦର ଭୟ ଥିଲେ ବି ଏହି ପାଣିକୁ ନ ପିଇ ପଂପ୍‌ର ନଳରେ ଢାଳିବା। 
କିଛି ଯୁବକ ସେଥିରେ ଅସମ୍ମତ ହେଲେ ସୁଦ୍ଧା ତାହା ହିଁ କରାଗଲା। ସତକୁ ସତ ମାଟି ତଳୁ ପାଣିର ଝର ନଳ ଦେଇ ଉଠି ଆସିଲା। ସମସ୍ତେ ଆନନ୍ଦରେ ମନ ଭରି ପାଣି ପିଇଲେ। ନିଜ ନିଜ ପାଖରେ ଥିବା ମୁଣାରେ ପାଣି ଭରିଲେ ଏବଂ ଗଲାବେଳେ ସେମିତି ବାଲଟିରେ ବାଲଟିଏ ପାଣି ରଖିଦେଇ ଗଲେ। ଚିଠିଟି ବାଲଟିରେ ସେମିତି ଝୁଲି ରହିଲା, ତୃଷାର୍ତ୍ତ ମରୁଯାତ୍ରୀଙ୍କ ଲାଗି ଏକ ପରୀକ୍ଷା ଭଳି!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe