ସ୍ବାମୀ ବିବେକାନନ୍ଦଙ୍କ ଅନୁଭୂତି

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ସ୍ବାମୀ ବିବେକାନନ୍ଦ ସନ୍ନ୍ୟାସ ନେବା ଲାଗି ସ୍ଥିର କରି କାଶୀରେ ପହଞ୍ଚିଲେ। ଏକ ବରଗଛ ତଳେ ଥିବା ପିଣ୍ଡି ଉପରେ ଧ୍ୟାନସ୍ଥ ହେବାକୁ ଚେଷ୍ଟା କଲା ବେଳେ ଏକ ବିପଦ ଦେଖା ଦେଲା। ସେହି ବରଗଛରେ ରହୁଥିଲେ ଦଳେ ମାଙ୍କଡ଼। ସେମାନଙ୍କ ମଧ୍ୟରୁ କେତେକ ଓହ୍ଲାଇ ଆସି ବିବେକାନନ୍ଦଙ୍କୁ ଘେରିଗଲେ।
ଏହା ଦେଖି ବିବେକାନନ୍ଦଙ୍କ ମନରେ ଭୟ ଜାତ ହେଲା। ପ୍ରଥମ କଥା ତ ତାଙ୍କ ମନରେ ମାଙ୍କଡ଼ଙ୍କ ପ୍ରତି ଜନ୍ମଜାତ ଭୟ ଥିଲା। ଦ୍ବିତୀୟରେ ଏହି ମାଙ୍କଡ଼ମାନେ ହିଂସ୍ର ଭଳି ଲାଗୁଥିଲେ। କାଳେ ମାଙ୍କଡ଼ମାନେ ତାଙ୍କୁ ଆକ୍ରମଣ କରି କାମୁଡ଼ି ପକାଇବେ, ସେହି ଭୟରେ ସେ ‌େଦୗଡ଼ି ପଳାଇବାକୁ ଉପକ୍ରମ କଲେ। କିନ୍ତୁ ଫଳ ଓଲଟା ହେଲା। ଏହା ଦେଖି ନିମିଷକ ମଧ୍ୟରେ ଆହୁରି ମାଙ୍କଡ଼ ଗଛରୁ ଓହ୍ଲାଇ ଆ‌ସି ତାଙ୍କୁ ଗୋଡ଼ାଇବାକୁ ଉଦ୍ୟତ ହେଲେ। ବି‌େବକାନନ୍ଦ ଜାଣିଲେ ଯେ ଏହା ଆହୁରି ବିପଜ୍ଜନକ। କିନ୍ତୁ ଏଇ ବେଳାରେ ସେ ଭାବିଲେ ଯେ ମୁଁ ୟେ କ’ଣ କରୁଛି? ପଳାୟନ କରୁଛି କାହିଁକି?
ଏହା ଭାବି ସେ ବୁଲି ପଡ଼ିଲେ ଏବଂ ମାଙ୍କଡ଼ ପଲଙ୍କୁ ଅନାଇ ସିଧା ଛିଡ଼ା ହୋଇ ରହିଲେ ଏବଂ ଅପଲକ ନୟନରେ ସେମାନଙ୍କ ଆଡ଼କୁ ଚାହିଁ ରହିଲେ।
ମାଙ୍କଡ଼ମାନେ ସାଙ୍ଗେ ସାଙ୍ଗେ ଅଟକି ଗଲେ। ଏବେ ବିବେକାନନ୍ଦ ସେମାନଙ୍କ ଆଡ଼କୁ ପାଦ ବଢ଼ାଇଲେ। ସେ ଦେଖିଲେ ଯେ ମାଙ୍କଡ଼ଗୁଡ଼ିକ ପଛଘୁଞ୍ଚା ଦେଇ ପୁଣି ଗଛ ଉପରେ ଚଢ଼ିଗଲେ।
ଏହି କଥାକୁ ବିବେକାନନ୍ଦ ବହୁ ସ୍ଥାନରେ କହିଛନ୍ତି। ସେ କହୁଥିଲେ ଯେ ଭୟ କରି ପଳାୟନ କଲେ ଭୟ ତୁମକୁ ଗୋଡ଼ାଇଥାଏ। କିନ୍ତୁ ଥରେ ଭୟର ସାମନା କଲେ ଭୟ ପଳାୟନ କରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe