ଆଶ୍ରମରେ ଆଶ୍ରୟ

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ଯୁବକ ଗୋଟିଏ ଆଶ୍ରମରେ ପହଞ୍ଚି ଗୁରୁଙ୍କୁ କହିଲା- ମହାତ୍ମା, ମୁଁ ଆପଣଙ୍କ ଆଶ୍ରମରେ ରହିବାକୁ ଚାହେଁ।
ଗୁରୁ କହିଲେ- ମୋ ଆଶ୍ରମ ଆଖଡ଼ା ନୁହେଁ ଯେ ଯିଏ ଆସିବ ତାକୁ ରଖିଦେବି। ତୁମର କି ବିଶେଷ ଗୁଣ ଅଛି କହ।
ଯୁବକ କହିଲା- ମୋର ସେମିତି ବିଶେଷ ଗୁଣ କିଛି ନାହିଁ। ତେବେ ମୁଁ ତରବାରି ଚାଳନା କିଛିଟା ଶିଖିଛି।
ଗୁରୁ କହିଲେ- ବେଶ୍‌ ମୋ ଆଶ୍ରମରେ ବି ଏମିତି ସନ୍ନ୍ୟାସୀ ଅଛନ୍ତି ଯିଏ ତରବାରି ଚାଳନାରେ ଅଦ୍ବିତୀୟ। ତାଙ୍କୁ ପରାସ୍ତ କଲେ ତୁମେ ଏଠି ରହିବ, ସେ ଯିବେ। ସେ ଜିତିଲେ ତୁମର ସ୍ଥାନ ନାହିଁ।
ଯୁବକ ରାଜି ହେଲେ। ତାଙ୍କ ସାମ୍‌ନାରେ ଆସି ଛିଡ଼ା ହେଲେ ଯୁବ ସନ୍ନ୍ୟାସୀ। ଦୁହିଁଙ୍କ ଭିତରେ ପ୍ରତିଦ୍ବନ୍ଦ୍ବିତା ହେଲା। ଯୁବକର ପ୍ରତିଭା ଦେଖି ସନ୍ନ୍ୟାସୀ ଭାବିଲେ ୟା ଭଳି ଯୁବକ ଆମ ଗୁରୁଙ୍କ ଆଶ୍ରୟ ପାଇବା ଉଚିତ। ତେଣୁ ସେ ପ୍ରଥମ ଦଫାରେ ଜାଣି ଜାଣି ହାରିଗଲେ। ଦ୍ବିତୀୟ ଦଫା ବେଳକୁ ଯୁବକ ଭାବିଲା- ୟେ ସନ୍ନ୍ୟାସୀ ମୋତେ ସ୍ଥାନ ଦେବାକୁ ଜାଣି ଜାଣି ହାରିଛନ୍ତି। କିନ୍ତୁ ତାଙ୍କ ଭଳି ଜଣେ ଦୟାବାନ ସନ୍ନ୍ୟାସୀ ଆଶ୍ରମରୁ ବାହାରିଯିବା କଥା ନୁହେଁ। ତେଣୁ ଦ୍ବିତୀୟ ଦଫାରେ ଯୁବକଟି ଜାଣି ଜାଣି ହାରିଲା। ଏବେ ତୃତୀୟ ଦଫାରେ ଉଭୟେ ହାରିବା ଲାଗି ଲଢ଼େଇ କରୁଥିଲେ। ଏ କଥା ଗୁରୁ ଜାଣିପାରି ହଠାତ୍‌ ମଝିକୁ ଚାଲିଆସି କହିଲେ- ଏ ଖେଳ ଏବେ ବନ୍ଦ କର। ମୁଁ ଜାଣିସାରିଲିଣି ତୁମ ଦୁହିଁଙ୍କ ମତଲବ କ’ଣ? ତୁମେ ଦୁହେଁ କେବଳ ଭଲ ଅସି ଚାଳକ ନୁହେଁ, ତୁମେ ଦୁହେଁ ଭଲ ସ୍ବଭାବର ବ୍ୟକ୍ତି। ତେଣୁ ତୁମେ ଦୁହେଁ ଯାକ ମୋ ଆଶ୍ରମରେ ରହ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe