କଥାଟିଏ-ଯାଯାବର: ବିମାନ ଅବତରଣ

Advertisment

ହଠାତ୍‌ ମଝି ଆକାଶରେ ବିମାନଟି ଥରି ଉଠିଲା। ତା’ ପରେ ଭାରସାମ୍ୟ ହରାଇଲା ଭଳି ଲାଗିଲା ଏହି ସମୟରେ ବିମାନର କକ୍‌ପିଟ୍‌ରୁ ଭାସି ଆସିଲା ପାଇଲଟ୍‌ଙ୍କ ସ୍ବର- ଆମ ବିମାନରେ ସମସ୍ୟା ଦେଖା ଦେଇଛି।

ହଠାତ୍‌ ମଝି ଆକାଶରେ ବିମାନଟି ଥରି ଉଠିଲା। ତା’ ପରେ ଭାରସାମ୍ୟ ହରାଇଲା ଭଳି ଲାଗିଲା ଏହି ସମୟରେ ବିମାନର କକ୍‌ପିଟ୍‌ରୁ ଭାସି ଆସିଲା ପାଇଲଟ୍‌ଙ୍କ ସ୍ବର- ଆମ ବିମାନରେ ସମସ୍ୟା ଦେଖା ଦେଇଛି।

foot1

ହଠାତ୍‌ ମଝି ଆକାଶରେ ବିମାନଟି ଥରି ଉଠିଲା। ତା’ ପରେ ଭାରସାମ୍ୟ ହରାଇଲା ଭଳି ଲାଗିଲା ଏହି ସମୟରେ ବିମାନର କକ୍‌ପିଟ୍‌ରୁ ଭାସି ଆସିଲା ପାଇଲଟ୍‌ଙ୍କ ସ୍ବର- ଆମ ବିମାନରେ ସମସ୍ୟା ଦେଖା ଦେଇଛି। କିନ୍ତୁ, ଭୟ କରନ୍ତୁ ନାହିଁ। ନିଜ ସିଟ୍ ବେଲ୍‌ଟ ବାନ୍ଧି ଦିଅନ୍ତୁ। ଏହାକୁ ସୁରକ୍ଷିତ ଭାବେ ଶୀଘ୍ର ଅବତରଣ କରିବାର ବ୍ୟବସ୍ଥା କରାଯାଉଛି।
ବିମାନରେ ଆର୍ତ୍ତନାଦ ଶୁଭିଲା। ସମ‌େସ୍ତ ଭୟରେ ଥରହର। ବିମାନଟି ତୀବ୍ର ଗତିରେ ତଳକୁ ଖସିଲା। ସମସ୍ତେ ସିଟ୍‌ ବେଲ୍‌ଟ ବାନ୍ଧି ସଂତ୍ରସ୍ତ ଅବସ୍ଥାରେ ଭଗବାନଙ୍କ ସ୍ତୁତି କରିବାରେ ଲାଗିଲେ। 
ଜଣେ ପରିଚାରିକା ଆସି ଗୋଟିଏ ଛୋଟ ପିଲାର ସିଟ୍‌ ବେଲ୍‌ଟ ବାନ୍ଧି ଦେଇ ଗଲେ। ପିଲାଟି ଏକ ଭିଡିଓ ଗେମ୍ ଖେଳିବାରେ ବ୍ୟସ୍ତ ଥାଏ। ତା’ ଠାରେ ଭୟର ଲେଶ ମାତ୍ର ଚିହ୍ନ ନ ଥିଲା। ଯଦିଓ ଯାତ୍ରୀମାନେ ଜାଣିଥିଲେ ଯେ ପାଇଲଟ୍‌ ଜଣକ ଅତ୍ୟନ୍ତ ଅଭିଜ୍ଞ ଓ ବିଚକ୍ଷଣ, ତଥାପି ସେମାନେ ଭୟାତୁର ହୋଇ ଉଠିଥିଲେ।
ପିଲାଟିର ପାଖ ସିଟ୍‌ରେ ବସିଥିବା ଜଣେ ବୃଦ୍ଧ ତାକୁ ପଚାରିଲେ- ତୁମକୁ ଡର ଲାଗୁନାହିଁ? 
ପିଲାଟି କହିଲା- ‘ନା’। ଜାଣିନାହଁ କି ପାଇଲଟ୍‌ ହେଉଛନ୍ତି ମୋ ବାପା? ସେ ଥିଲେ ଡର କ’ଣ ପାଇଁ?
ଏବେ ବୃଦ୍ଧଙ୍କ ମୁହଁରେ ହସ ଫୁଟିଲା। ସେ ମଧ୍ୟ ତାଙ୍କ ବହି ପଢ଼ାରେ ମନୋନିବେଶ କଲେ। ପାଖରେ ବସିଥିବା ତାଙ୍କ ତ୍ରସ୍ତ ପତ୍ନୀ ପଚାରିଲେ- ତୁମକୁ ଡର ଲାଗୁନାହିଁ? 
ବୃଦ୍ଧ କହିଲେ- ଲାଗୁଥିଲା, ଏବେ ଲାଗୁନାହିଁ। କାରଣ ପାଇଲଟ୍‌ଙ୍କ ପୁଅ ଏ ବିମାନର ଯାତ୍ରୀ। ସେ କେବେ ହେଲେ ଏହାକୁ ଦୁର୍ଘଟଣାଗ୍ରସ୍ତ ହେବାକୁ ଦେବେ ନାହିଁ। ଯାହା ସମ୍ଭବ ସବୁ କିଛି କରିବେ!
ବିପଦଗ୍ରସ୍ତ ବିମାନଟି ଶେଷରେ ନିରାପଦରେ ଅବତରଣ ମଧ୍ୟ କଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe