କଥାଟିଏ-ଯାଯାବର: ପ୍ରାର୍ଥନାର ବାଟ

Advertisment

ଏକ ଦୁର୍ଗମ ପାହାଡ଼ ଉପରେ ରହୁଥିଲେ ଜଣେ ସାଧୁ। ଥରେ ତାଙ୍କ ପାଖକୁ ଜଣେ ବଣିକ ଆସିଲେ। ବଣିକଙ୍କ ପୁଅ ଅନେକ ଦିନ ଧରି ଏକ ବ୍ୟାଧିରେ ପୀଡ଼ିତ ହୋଇ ମୃତପ୍ରାୟ ହୋଇଯାଇଥିଲା। ସବୁ ବୈଦ୍ୟ ବିଫଳ ହେବା ପରେ ସେ ସାଧୁଙ୍କ ଶରଣାପନ୍ନ ହୋଇଥିଲେ।

Updated On

ଏକ ଦୁର୍ଗମ ପାହାଡ଼ ଉପରେ ରହୁଥିଲେ ଜଣେ ସାଧୁ। ଥରେ ତାଙ୍କ ପାଖକୁ ଜଣେ ବଣିକ ଆସିଲେ। ବଣିକଙ୍କ ପୁଅ ଅନେକ ଦିନ ଧରି ଏକ ବ୍ୟାଧିରେ ପୀଡ଼ିତ ହୋଇ ମୃତପ୍ରାୟ ହୋଇଯାଇଥିଲା। ସବୁ ବୈଦ୍ୟ ବିଫଳ ହେବା ପରେ ସେ ସାଧୁଙ୍କ ଶରଣାପନ୍ନ ହୋଇଥିଲେ।

ଅଦ୍ୟତନ ହୋଇଛି
foot1

ଏକ ଦୁର୍ଗମ ପାହାଡ଼ ଉପରେ ରହୁଥିଲେ ଜଣେ ସାଧୁ। ଥରେ ତାଙ୍କ ପାଖକୁ ଜଣେ ବଣିକ ଆସିଲେ। ବଣିକଙ୍କ ପୁଅ ଅନେକ ଦିନ ଧରି ଏକ ବ୍ୟାଧିରେ ପୀଡ଼ିତ ହୋଇ ମୃତପ୍ରାୟ ହୋଇଯାଇଥିଲା। ସବୁ ବୈଦ୍ୟ ବିଫଳ ହେବା ପରେ ସେ ସାଧୁଙ୍କ ଶରଣାପନ୍ନ ହୋଇଥିଲେ। ଏକ ଘୋଡ଼ା ପିଠିରେ ବସି ତୀଖ ଓ ଅତି ଅଣଓସାରିଆ ଘାଟି ରାସ୍ତାରେ ସେ ଆସିଥିଲେ। ତେଣୁ ବାଟ ସାରା ସେ ଭଗବାନଙ୍କୁ ଡାକି ଚାଲିଥିଲେ।
ଯାହାହେଉ, ସାଧୁ ସବୁ ଶୁଣିବା ପରେ କହିଲେ- ଭଗବାନଙ୍କ ଉପରେ ସବୁ ଛାଡ଼ିଦିଅ। ତୁମ ପୁଅ ଭଲ ହୋଇଯିବ।
ବଣିକ ଏହା ଶୁଣି ହତାଶ ହୋଇ କହିଲେ- ଭଗବାନଙ୍କୁ ପ୍ରତିଦିନ ମନ ଧୢାନ ଦେଇ ପ୍ରାର୍ଥନା କରୁଛି। କିନ୍ତୁ ପୁଅର ଦେହ ଭଲ ନ ହୋଇ ଆହୁରି ଖରାପ ହେବାକୁ ଲାଗିଛି। ତେଣୁ ଆପଣଙ୍କ ପାଖକୁ ଆସିଥିଲି। ଅଥଚ ଆପଣ ମୋତେ ପ୍ରାର୍ଥନା କରିବା କଥା କହୁଛନ୍ତି! 
ସାଧୁ କହିଲେ- ଭଗବାନଙ୍କ ଉପରେ ଭରସା ନାହିଁ ବୋଲି ତୁମେ ଭୟଭୀତ ହେଉଛ। ଭରସା ରଖି ପ୍ରାର୍ଥନା କଲେ ସେ ବଞ୍ଚାଇବେ।
ଏଇ ସମୟରେ ପ୍ରବଳ ବର୍ଷା ହେଲା। ସନ୍ଧ୍ୟା ବି ହୋଇ ଯାଇଥିଲା। ସେହି ରାସ୍ତାରେ ଫେରିବା ବଣିକଙ୍କ ଲାଗି ଏବେ ଅସମ୍ଭବ ଥିଲା। ସାଧୁ କହିଲେ- ମୋର ଜଣେ ଶିଷ୍ୟ ଏଭଳି ରାସ୍ତାରେ ଘୋଡ଼ା ଚଳାଇ ବାରମ୍ବାର ଯିବା ଆସିବା କରେ। ସେ ଏଥିରେ ଧୁରନ୍ଧର। ମୁଁ ତାକୁ ପଠାଉଛି, ତୁମକୁ ଛାଡ଼ିଦେଇ ଆସିବ। 
ଏଥର ସାଧୁଙ୍କ ଶିଷ୍ୟ ଘୋଡ଼ାରେ ବଣିକଙ୍କୁ ଧରି ବାହାରିଲା। ଘରେ ବଣିକ ଓହ୍ଲାଇଗଲା ପରେ ଶିଷ୍ୟ ପଚାରିଲେ- ମୋ ସହିତ ଥିଲା ବେଳେ ଭୟ ଲାଗୁଥିଲା କି?
ବଣିକ କହିଲେ- ଆପଣଙ୍କ ଭଳି ଓସ୍ତାଦ ହାତରେ ସବୁ ଦାୟିତ୍ବ ଥିଲା। ତେଣୁ ଭୟ ଲାଗିଲା ନାହିଁ।
ଶିଷ୍ୟ କହିଲେ- ଠିକ୍‌ ସେମିତି, ଭଗବାନଙ୍କ ଭଳି ଓସ୍ତାଦ ଆମ ଜୀବନକୁ ଚଳାଉଥିବା ବେଳେ ଆପଣ ଭୟ କରୁଛନ୍ତି କାହିଁକି? ଏବେ ମନରେ କୌଣସି ଶଙ୍କା ନ ରଖି ପୁଅ ଭଲ ହେବ ବୋଲି ଜାଣି ପ୍ରାର୍ଥନା କରନ୍ତୁ।
ବଣିକ ତାହା କଲେ। ତାହା ଥିଲା ସଂପୂର୍ଣ୍ଣ ସମର୍ପଣ। ସଂଯୋଗକୁ ପୁତ୍ର ମଧ୍ୟ ଭଲ ହେବାକୁ ଲାଗିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe