କଥାଟିଏ-ଯାଯାବର: ଭୟର କାରଣ ନାହିଁ

Advertisment

ଜଣେ ଯୁବକ ବ୍ୟବସାୟ କରି ପ୍ରଭୂତ ଧନଶାଳୀ ହୋଇଯାଇଥିଲା। ଏବେ ସେ ନିଜ ଇଚ୍ଛା ଅନୁସାରେ ବଢ଼ିଆ ଜାଗାରେ ବିଶାଳ ଶଙ୍ଖ ମର୍ମର ଅଟ୍ଟାଳିକା ତିଆରି କଲା। ଏକାଧିକ ଗାଡ଼ି ରଖିଲା। ଚାକର ବାକର ରଖିଲା। ସୁନ୍ଦରୀ ସ୍ତ୍ରୀ ବିବାହ କଲା।

ଜଣେ ଯୁବକ ବ୍ୟବସାୟ କରି ପ୍ରଭୂତ ଧନଶାଳୀ ହୋଇଯାଇଥିଲା। ଏବେ ସେ ନିଜ ଇଚ୍ଛା ଅନୁସାରେ ବଢ଼ିଆ ଜାଗାରେ ବିଶାଳ ଶଙ୍ଖ ମର୍ମର ଅଟ୍ଟାଳିକା ତିଆରି କଲା। ଏକାଧିକ ଗାଡ଼ି ରଖିଲା। ଚାକର ବାକର ରଖିଲା। ସୁନ୍ଦରୀ ସ୍ତ୍ରୀ ବିବାହ କଲା।

foot1

ଜଣେ ଯୁବକ ବ୍ୟବସାୟ କରି ପ୍ରଭୂତ ଧନଶାଳୀ ହୋଇଯାଇଥିଲା। ଏବେ ସେ ନିଜ ଇଚ୍ଛା ଅନୁସାରେ ବଢ଼ିଆ ଜାଗାରେ ବିଶାଳ ଶଙ୍ଖ ମର୍ମର ଅଟ୍ଟାଳିକା ତିଆରି କଲା। ଏକାଧିକ ଗାଡ଼ି ରଖିଲା। ଚାକର ବାକର ରଖିଲା। ସୁନ୍ଦରୀ ସ୍ତ୍ରୀ ବିବାହ କଲା। ଯାହା କିଛି କରିପାରିବା କଥା, ସବୁ କରି ପକାଇଲା। 
କିନ୍ତୁ ମନରେ ଗୋଟିଏ ଭୟ ଦେଖା ଦେଲା। ସେ ଭାବିଲା ଯେ ପୃଥିବୀ ତ କ୍ଷଣକ୍ଷଣକେ ଆନ! ପୃଥିବୀ ପରିବର୍ତ୍ତନଶୀଳ। ତେଣୁ ଯାହା ମୁଁ ପାଇଛି, ଯଦି ଦୈବାତ୍‌ ସେ ସବୁ ଚାଲିଯାଏ, ତେବେ?
ଏଣିକି ନରମ ଗଦିରେ ବି ତା’ର ନିଦ ହେଲା ନାହିଁ। ଦିନେ ସେ ଏ ସମସ୍ୟା ନେଇ ଜଣେ ଗୁରୁଙ୍କ ନିକଟକୁ ଗଲା। 
ଗୁରୁ ସବୁ କଥା ଶୁଣି ତାକୁ କହିଲେ- ଜୀବନରେ ଏତେ କିଛି ଅର୍ଜିଲୁ, ଛୋଟ ବୁଦ୍ଧିଟିଏ ଅର୍ଜନ କରି ପାରିଲୁ ନାହିଁ! ଯେଉଁଥି ଲାଗି ‌େତା’ ମନରେ ଭୟ ଆସୁଛି। 
ଯୁବକଟି ବୁଝି ନ ପାରି ଗୁରୁଙ୍କ ମୁହଁକୁ ବଲବଲ କରି ଚାହିଁବାରୁ ଗୁରୁ କହିଲେ- ଏ ପୃଥିବୀରେ ସବୁ କିଛି ଅନିତ୍ୟ। ତୁମେ ଦିନେ ନା ଦିନେ ସବୁ କିଛି ହରାଇବ। କେବଳ ଫରକ ହେଲା, ହୁଏତ ତୁମ ପାଖରୁ ଧନସଂପଦ ଚାଲିଯାଇପାରେ, ଯାହା ତୋତେ ଭୟଭୀତ କରୁଛି! ନତୁବା ଧନ ସଂପଦ ଓ ପୃଥିବୀରୁ ମେଲାଣି ନେଇ ତୁ ନିଜେ ଚାଲିଯିବୁ। ଏକା କଥା। ତେଣୁ ଭୟର କୌଣସି କାରଣ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe