ଜଣେ ଅତି ଅହ˚କାରୀ ଧନୀ ବ୍ୟକ୍ତି ତାଙ୍କ ଯାତ୍ରା କାଳରେ ଏକ ଧର୍ମଶାଳାରେ ରହିଲେ। ଧର୍ମଶାଳାର ମାଲିକ ତାଙ୍କ ଆରାମ ଲାଗି ଯେତେ ବ୍ୟବସ୍ଥା କଲେ ବି ତାହା ତାଙ୍କୁ ସନ୍ତୁଷ୍ଟ କଲା ନାହିଁ। ତେଣୁ ସେ ବିଭିନ୍ନ କଥା ନେଇ ଧର୍ମଶାଳାର ମାଲିକଙ୍କ ନିକଟରେ ଅଭିଯୋଗ କରିବା ସହିତ ଧର୍ମଶାଳାର ମାଲିକ ତଥା କର୍ମଚାରୀଙ୍କ ପ୍ରତି ଖରାପ ବ୍ୟବହାର ମଧୢ ପ୍ରଦର୍ଶନ କଲେ। ଧର୍ମଶାଳାର ମାଲିକ ସବୁ ସହିଲେ। ସପ୍ତାେହ କାଳ ରହି ବିଭିନ୍ନ ଉପଦ୍ରବ କରି ଧନୀ ବ୍ୟକ୍ତି ଜଣକ ଧର୍ମଶାଳା ଛାଡ଼ିଲେ।
ତା’ ପରେ ବିତିଗଲା ଅନେକ ବର୍ଷ। ତା’ ଭିତରେ ବଦଳିଗଲା ଅନେକ କିଛି। ଧର୍ମଶାଳାର ମାଲିକ ବି ବୃଦ୍ଧ ହୋଇଯାଇଥିଲେ। ଦିନେ ସ˚ଧୢାରେ ଜଣେ ବ୍ୟକ୍ତି ଧର୍ମଶାଳାକୁ ରହିବାକୁ ଆସିଲେ। ସେ ବ୍ୟକ୍ତି ଦିଶୁଥିଲେ ଅତ୍ୟନ୍ତ ଦୟନୀୟ। ତାଙ୍କ ପିନ୍ଧା ଲୁଗା ବି ଚିରି ଫାଟି ଯାଇଥିଲା। ଧର୍ମଶାଳାରେ ରାତିକର ଭଡ଼ା ଦେବା ଲାଗି ତାଙ୍କ ପାଖରେ ପଇସା ନ ଥିଲା।
ଧର୍ମଶାଳାର ମାଲିକ କିନ୍ତୁ ତାଙ୍କୁ ରହିବାକୁ ସ୍ଥାନ ଦେଲେ ଓ ଆପଣା ସ୍ବଭାବ ଅନୁଯାୟୀ ଅତ୍ୟନ୍ତ ବିନମ୍ର ବ୍ୟବହାର ପ୍ରଦର୍ଶନ କଲେ।
ପରଦିନ ସକାଳେ ଆଗନ୍ତୁକ ବିଦାୟ ନେଲା ବେଳେ ଧର୍ମଶାଳାର ମାଲିକ କହିଲେ- ଆଜିକୁ ଅନେକ ବର୍ଷ ତଳେ ଆପଣ ଏଠି ସପ୍ତାହେ କଟାଇଥିଲେ। ଆପଣ ସେତେବେଳେ ବହୁତ ଧନୀ ଥିଲେ। ଆପଣଙ୍କ ଏତେ ସଂପତ୍ତି ଗଲା କୁଆଡ଼େ?
ଆଗନ୍ତୁକଙ୍କ ଆଖିରୁ ଲୁହ ଝରିପଡ଼ିଲା। ସେ କହିଲେ- ସବୁ ଭଗବାନଙ୍କ ଇଚ୍ଛା। ମୁଁ ଏବେ ଦାଣ୍ତର ଭିକାରି। କିନ୍ତୁ ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ପ୍ରତିଦିନ ତ ଏଠାକୁ ଅନେକ ଲୋକ ଆସୁଥିବେ, ଆପଣ ମୋତେ ମନେ ରଖିପାରିଲେ କେମିତି?
ଧର୍ମଶାଳାର ମାଲିକ କହିଲେ- ଆପଣ ଯଦି ଅତ୍ୟନ୍ତ କଦର୍ଯ୍ୟ ବ୍ୟବହାର ଦେଖାଇ ନ ଥାଆନ୍ତେ, ମୁଁ ଆପଣଙ୍କୁ ଭୁଲି ସାରନ୍ତିଣି।
ଆଗନ୍ତୁକ ଏବେ ଧର୍ମଶାଳାର ମାଲିକଙ୍କ ହାତକୁ ଧରି ପକାଇ କ୍ଷମା ମାଗିଲେ ଓ କହିଲେ- ମୋର ଅହଙ୍କାର ମୋେତ ଅନ୍ଧ କରି ଦେଇଥିଲା। ଏବେ ବୁଝୁଛି ଯେ ବ୍ୟବହାର ହେଉଛି ଜଣେ ମନୁଷ୍ୟର ପ୍ରକୃତ ପରିଚୟ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us