କଥାଟିଏ-ଯାଯାବର: ଆନନ୍ଦ ଓ ବୁଦ୍ଧ

Advertisment

ଆନନ୍ଦଙ୍କୁ ବିଚଳିତ ଅବସ୍ଥାରେ ଦେଖି ଗୌତମ ବୁଦ୍ଧ ପଚାରିଲେ- ତୁମେ ଏମିତି ଅସ୍ଥିର ଲାଗୁଛ କାହିଁକି? ଆନନ୍ଦ କହିଲେ- ତଥାଗତ, ମୁଁ ନିକଟସ୍ଥ ଜନପଦକୁ ଭିକ୍ଷା ଲାଗି ଯାଇଥିଲି। ସେଠାରେ କିଛି ଲୋକ କଥା ହେଉଥିବାର ଶୁଣିଲି।

ଆନନ୍ଦଙ୍କୁ ବିଚଳିତ ଅବସ୍ଥାରେ ଦେଖି ଗୌତମ ବୁଦ୍ଧ ପଚାରିଲେ- ତୁମେ ଏମିତି ଅସ୍ଥିର ଲାଗୁଛ କାହିଁକି? ଆନନ୍ଦ କହିଲେ- ତଥାଗତ, ମୁଁ ନିକଟସ୍ଥ ଜନପଦକୁ ଭିକ୍ଷା ଲାଗି ଯାଇଥିଲି। ସେଠାରେ କିଛି ଲୋକ କଥା ହେଉଥିବାର ଶୁଣିଲି।

foot1

ଆନନ୍ଦଙ୍କୁ ବିଚଳିତ ଅବସ୍ଥାରେ ଦେଖି ଗୌତମ ବୁଦ୍ଧ ପଚାରିଲେ- ତୁମେ ଏମିତି ଅସ୍ଥିର ଲାଗୁଛ କାହିଁକି? 
ଆନନ୍ଦ କହିଲେ- ତଥାଗତ, ମୁଁ ନିକଟସ୍ଥ ଜନପଦକୁ ଭିକ୍ଷା ଲାଗି ଯାଇଥିଲି। ସେଠାରେ କିଛି ଲୋକ କଥା ହେଉଥିବାର ଶୁଣିଲି। ସେମାନେ କହୁଥିଲେ ଯେ ଆପଣ ଜଣେ ଶଠ। ଆପଣ ସୁନ୍ଦରୀ ମହିଳାଙ୍କ ଆତିଥ୍ୟ ସ୍ବୀକାର କରୁଥିବାରୁ ଆପଣଙ୍କ ଠାରେ ଚାରିତ୍ରିକ ଦୋଷ ଦୁର୍ବଳତା ମଧ୍ୟ ରହିଛି। ଏହା ମୋତେ ଭଲ ଲାଗିଲା ନାହିଁ।
ବୁଦ୍ଧ କହିଲେ- ଆନନ୍ଦ ମୁଁ ଭାବିଥିଲି ତୁମେ ମୋର ଶିଷ୍ୟ; ତେଣୁ ତୁମେ ମୋର ଅନୁଗମନ କରୁଛ। କିନ୍ତୁ ଏବେ ଯାହା ଦେଖୁଛି ତୁମେ ଅନ୍ୟମାନଙ୍କର ଅନୁଗମନ ମଧ୍ୟ କରୁଛ। ତୁମେ ଅନ୍ୟମାନଙ୍କ ଶିଷ୍ୟ।
ଆନନ୍ଦ କହିଲେ- ମାତ୍ର, ତଥାଗତ!
ବୁଦ୍ଧ ତାଙ୍କ କଥାକୁ ଅଧାରୁ କାଟି ଦେଇ କହିଲେ- ମୁଁ କହେ ସର୍ବଦା ନିଜ ମନକୁ ନିୟନ୍ତ୍ରଣରେ ରଖ। ତୁମ ମନ ତୁମର ଦାସ ହେଉ ଓ ତୁମେ ତା’ର ମାଲିକ। କିନ୍ତୁ ତୁମ ଠାରେ ଏବେ ତା’ର ଓଲଟା ଦେଖୁଛି। ତୁମେ ତୁମ ମନର ଦାସ ହୋଇଯାଇଛ। ତୁମ ମନର ସ୍ଥିତି ତୁମକୁ ପରିଚାଳିତ କରୁଛି। କେବଳ ସେତିକି ନୁହେଁ, ତୁମେ ଅନ୍ୟମା‌ନଙ୍କ ମନର ବି ଦାସ ହୋଇଯାଇଛ। ଅନ୍ୟମାନେ ଯେମିତି ଚାହିଁବେ ତୁମକୁ ସେମିତି ପରିଚାଳିତ କରିପାରିବେ! ଏହା ତ ମୋ ଶିକ୍ଷାର ବିପରୀତ! ଆଉ ଗୁରୁତର କଥାଟି ହୋଇଛି ଯେ ତୁମେ ସେମାନଙ୍କ କଥା ଶୁଣି ବିଚଳିତ ହେଉଛ ମାନେ ତୁମେ ସେମାନଙ୍କ ଦ୍ବାରା ପ୍ରଭା‌ବିତ। ତୁମେ ଯଦି ମୋର ଶିଷ୍ୟ, ତେବେ ଅନ୍ୟମାନଙ୍କ ଦ୍ବାରା ପ୍ରଭାବିତ ହେଉଛ କାହିଁକି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe