ୟୁଜିକେ ଥରେ କହୁଥିଲେ ଏହି କାହାଣୀ।
ଜଣେ ଦରିଦ୍ର କାଠୁରିଆ ଜଙ୍ଗଲକୁ କାଠ କାଟି ଯାଏ, ଜଙ୍ଗଲ ଆରମ୍ଭ ହୋଇଥିବା ସ୍ଥାନରୁ କାଠ କାଟି ଘରକୁ ଫେରିଆସେ। ଫେରିବା ବାଟରେ ଜଣେ ସାଧୁଙ୍କ ଆଶ୍ରମ ପଡ଼େ। ବାରଣ୍ଡାରେ ବସିଥିବା ସାଧୁଙ୍କୁ ପ୍ରଣାମ କରି ସେ ଘରକୁ ଫେରେ।
ଦିନ ସାଧୁ ତାକୁ କହିଲେ- ଏଇଠୁ କାହିଁକି ଫେରି ଆସୁଛୁ? ଆହୁରି ଭିତରକୁ ଯାଆ।
କାଠୁରିଆର ଇଚ୍ଛା ନ ଥିଲା। କୌଣସିମତେ ଗୁଜୁରାଣ ତ ମେଣ୍ଟି ଯାଉଥିଲା। ଭିତରକୁ ଯିବାର ଲୋଡ଼ା ବା କ’ଣ?
କିନ୍ତୁ ସାଧୁ କହିଛନ୍ତି ଯେତେବେଳେ, ତାଙ୍କ କଥା ମାନି ସେ ଭିତରକୁ ଗଲା। କିଛି ବାଟ ଗଲା ପରେ ଭୁରୁଭୁରୁ ସୌରଭରେ ତା’ର ନାକ ଭରିଗଲା। ସେ ପହଞ୍ଚି ଯାଇଥିଲା ଏକ ଚନ୍ଦନ ବନରେ। ଏବେ ସେ ଚନ୍ଦନ କାଠ ପାଇଲା ଏବଂ ତାକୁ ବିକ୍ରି କରି ବହୁତ ଲାଭବାନ ହେଲା।
କିଛି ଦିନ ପରେ ସେ ପୁଣି ଭାବିଲା- ସାଧୁ ତ ଏଇଠି ଅଟକି ଯିବାକୁ କହି ନାହାନ୍ତି! ଭିତରକୁ ଯିବା କଥା ସେ କହୁଥିଲେ। ତେଣୁ ସେ ଆହୁରି ଭିତରକୁ ଭିତରକୁ ଗଲା। ଶୁଣାଯାଏ ଯେ ଯେତେ ଭିତରକୁ ଗଲା ସେ କୁଆଡ଼େ ସୁନା, ରୁପା ଓ ରତ୍ନପଥରର ଖଣିମାନ ପାଇଲା।
ଗପଟି କହି ସାରି ୟୁଜିକେ କହିଲେ- ଗଳ୍ପଟିର ମର୍ମ ହେଲା ଆମକୁ କିଛି ମିଳିଗଲେ ଆମେ ସେଠି ଅଟକି ଯାଉ। ଆଉ ଭିତରକୁ ଯିବା କଥା ଭାବୁନା। କଥା ହେଲା, ଯାହା ମିଳେ, ତାହା ଆମକୁ ସନ୍ତୁଷ୍ଟ କରୁଥାଇପାରେ, ତାହା କିନ୍ତୁ ଯଥେଷ୍ଟ ନୁହେଁ। ଭିତରକୁ ଯାଇ ଖୋଜିଲେ ରତ୍ନ ମିଳେ, ପରମ ପ୍ରାପ୍ତି ସମ୍ଭବ ହୁଏ।
କଥାଟିଏ-ଯାଯାବର: ଭିତରକୁ ଯାଅ
Advertisment
Follow Us