କଥାଟିଏ-ଯାଯାବର: ଥିବା ଯାହା, ନ ଥିବା ତାହା

Advertisment

ଥରେ ରାଜା ସୁଫି ସନ୍ଥ ଫରିଦଙ୍କ ଘରେ ପହଞ୍ଚି ତାଙ୍କ ଉତ୍କଟ ଦାରିଦ୍ର୍ୟ ଦେଖି ଦୁଃଖିତ ହେଲେ। ପର ଦିନ ଜଣେ କର୍ମଚାରୀ ହାତରେ ଦଶଟି ସ୍ବର୍ଣ୍ଣ ମୁଦ୍ରା ପଠାଇଦେଇ ଖବର ଦେଲେ ଯେ ଫରିଦଙ୍କ ଦାରିଦ୍ର୍ୟ ଦେଖି ସେ ମର୍ମାହତ।

ଥରେ ରାଜା ସୁଫି ସନ୍ଥ ଫରିଦଙ୍କ ଘରେ ପହଞ୍ଚି ତାଙ୍କ ଉତ୍କଟ ଦାରିଦ୍ର୍ୟ ଦେଖି ଦୁଃଖିତ ହେଲେ। ପର ଦିନ ଜଣେ କର୍ମଚାରୀ ହାତରେ ଦଶଟି ସ୍ବର୍ଣ୍ଣ ମୁଦ୍ରା ପଠାଇଦେଇ ଖବର ଦେଲେ ଯେ ଫରିଦଙ୍କ ଦାରିଦ୍ର୍ୟ ଦେଖି ସେ ମର୍ମାହତ।

foot1

ଥରେ ରାଜା ସୁଫି ସନ୍ଥ ଫରିଦଙ୍କ ଘରେ ପହଞ୍ଚି ତାଙ୍କ ଉତ୍କଟ ଦାରିଦ୍ର୍ୟ ଦେଖି ଦୁଃଖିତ ହେଲେ। ପର ଦିନ ଜଣେ କର୍ମଚାରୀ ହାତରେ ଦଶଟି ସ୍ବର୍ଣ୍ଣ ମୁଦ୍ରା ପଠାଇଦେଇ ଖବର ଦେଲେ ଯେ ଫରିଦଙ୍କ ଦାରିଦ୍ର୍ୟ ଦେଖି ସେ ମର୍ମାହତ। ତେଣୁ ସେ ଏତକ ପଠାଇଛନ୍ତି, ଯାହାକୁ ଫରିଦ ସ୍ବୀକାର କରନ୍ତୁ। 
କର୍ମଚାରୀ ଜଣକ ରାଜାଙ୍କ ବାର୍ତ୍ତା ଜଣାଇଦେଇ ସ୍ବର୍ଣ୍ଣ ମୁଦ୍ରାର ମୁଣିଟି ବାରଣ୍ଡାରେ ଥୋଇ ଦେଇ ଚାଲିଗଲେ। କିଛି ସମୟ ପରେ ଫରିଦ ଅନ୍ୟମନସ୍କ ଭାବେ ଉଠିଗଲେ। ସୁତରାଂ, ସ୍ବର୍ଣ୍ଣ ମୁଦ୍ରାର ମୁଣିଟି ବାରଣ୍ଡା କୋଣରେ ପଡ଼ି ରହିଲା। 
ଦୁଇ ଦିନ ପରେ ରାଜା ପୁଣି ଥରେ ଫରିଦଙ୍କ ନିକଟକୁ ଆସିଲେ। ସେ ଦେଖିଲେ ଯେ ସ୍ବର୍ଣ୍ଣ ମୁଦ୍ରା ଥିବା ମୁଣିଟି ସେମିତି ପଡ଼ି ରହିଛି। ଫରିଦ ପୂର୍ବ ଭଳି ଜୀବନ କାଟୁଛନ୍ତି। ସତେ ଯେମିତି ରାଜାଙ୍କ ଭାବନାର କୌଣସି ମୂଲ୍ୟ ନାହିଁ। ରାଜାଙ୍କୁ ଖୁବ୍‌ ଖରାପ ଲାଗିଲା। ସେ ଫେରିଗଲେ ସିନା, ଗଲାବେଳେ ଫରିଦଙ୍କ ଜଣେ ଶିଷ୍ୟଙ୍କୁ କହିଦେଇ ଗଲେ ଯେ ସ୍ବର୍ଣ୍ଣ ମୁଦ୍ରାର ଦାନକୁ ଏଭଳି ହତାଦର କରିବା ଅନୁଚିତ। ଫରିଦଙ୍କ ଦୁରବସ୍ଥା ଦେଖି ସେ ତାହାକୁ ଦେଇଥିଲେ। ଫରିଦ ତା’ ଉପରେ ଗୁରୁତ୍ବ ନ ଦେଇ ରାଜାଙ୍କ ଭାବନାକୁ ଅନାଦର କରିଛନ୍ତି। 
ଶିଷ୍ୟ ଜଣକ ଯାଇ ଫରିଦଙ୍କୁ ସେହି କଥା କହିଲେ। ପର ଦିନ ରାଜ ଦରବାରରେ ଫରିଦଙ୍କ ଶିଷ୍ୟ ସେହି ମୁଣି ସହ ଏକ ଚିଠି ନେଇ ଉପସ୍ଥିତ ହେଲା। ଫରିଦ ସେହି ଚିଠିରେ ଲେଖିଥିଲେ- ଦେଇ ସାରିବା ପରେ ବି ଏ ବସ୍ତୁଗୁଡ଼ିକ ଠାରୁ ଆପଣଙ୍କ ମୋହ ତୁଟି ନାହିଁ। ତେଣୁ ଏ ସବୁ ଆପଣଙ୍କ ଠାରେ ରହିବା ଉଚିତ। ଫକିରମାନଙ୍କ ଲାଗି ସ୍ବର୍ଣ୍ଣ ମୁଦ୍ରାର ଆବଶ୍ୟକତା ପଡ଼ି ନ ଥାଏ। ଏହା ଥିବା ଯାହା, ନ ଥିବା ତାହା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe