ସର୍ପ ଓ ମଣିଷ

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଜଣେ ଧନୀ ବଣିକ ଥିଲେ। ସେ ଥିଲେ ଜଣେ ସୁଶୀଳ ମଣିଷ। ସେ ଦୂର ସ୍ଥାନକୁ ବ୍ୟବସାୟ କରିବାକୁ ଯାଉଥିଲେ ଏବଂ ସାଙ୍ଗରେ କିଛି ବିଶ୍ବସ୍ତ ଲୋକଙ୍କୁ ଘେନି ଯାଉଥିଲେ। ଥରେ ସେଇ ବିଶ୍ବସ୍ତ ଲୋକମାନଙ୍କ ଭିତରୁ କିଛି ମନ୍ତ୍ରଣା କଲେ ଯେ ବାଟରେ ବଣିକ ଶୋଇଥିବା ବେଳେ ତାଙ୍କ ପାଖରୁ ସବୁ ଟଙ୍କା ପଇସା ନେଇ ପଳାଇଯିବେ।
ସେମିତି ସୁଯୋଗ ଶୀଘ୍ର ଆସିଗଲା। ବଣିକ ବ୍ୟବସାୟ କାମରେ ବାହାରିଲେ। ପରିଚାରକ ଦଳ ବି ତାଙ୍କ ସହିତ ଗଲେ। ଦିନ ଦ୍ବିପହରେ ସମସ୍ତେ ଗୋଟିଏ ସ୍ଥାନରେ ଆଶ୍ରୟ ନେଲେ। ବଣିକ ଗୋଟିଏ ଗଛ ଛାଇରେ ଶୋଇପଡ଼ିଲେ। ଏଇ ସମୟରେ ଜଣେ ଚିତ୍କାର କଲା- ସାପ, ସାପ। ବଣିକଙ୍କ ନିଦ ଭାଙ୍ଗିଗଲା। ସେ ଦେଖିଲେ ଯେ ଅଦୂରରେ ନାଗ ସାପଟିଏ। ତାକୁ ଆଘାତ ନ କରିବାକୁ ସେ ପରାମର୍ଶ ଦେଲେ ଏବ˚ କିଛି ସମୟ ପରେ ସାପଟି ତା’ ବାଟରେ ଚାଲିଗଲା।
ବଣିକଙ୍କୁ ପରିଚାରକମାନେ କହିଲେ- ସାପ ଏକ ଦୁଷ୍ଟ ଜୀବ। ତାକୁ ଛାଡ଼ି ଦେବା ଠିକ୍‌ ହେଲା ନାହିଁ।
ବଣିକ କହିଲେ- ସାପ ବିଷଧର ବୋଲି ସମସ୍ତେ ଜାଣନ୍ତି। ତେଣୁ କେବଳ ସାବଧାନ ରହିଲେ ହେଲା। ସେ ତ ନିଜ ରୂପକୁ ଲୁଚାଉ ନାହିଁ, ତେଣୁ ତାକୁ ଭୟ କ’ଣ?
ବଣିକଙ୍କ ଯାତ୍ରା ପୁଣି ଆରମ୍ଭ ହେଲା। ରାତିରେ ସେ ଧର୍ମଶାଳାରେ ଶୋଇଲେ। ସକାଳେ ଦେଖାଗଲା ଯେ ସେଇ ମନ୍ତ୍ରଣାକାରୀ ପରିଚାରକମାନେ ନିଦ ଔଷଧରେ ସମସ୍ତଙ୍କୁ ଅଚେତ କରାଇ ବଣିକଙ୍କ ସବୁ କିଛି ଲୁଟି ନେଇ ଯାଇଛନ୍ତିି।
ସକାଳେ ବଣିକ ଏହା ଦେଖି ହତଭମ୍ବ ହୋଇଗଲେ। କିନ୍ତୁ ସେ ଥିଲେ ସୁପୁରୁଷ। ଅର୍ଥ ହରାଇବା ତାଙ୍କ ଲାଗି ବିଶେଷ ଗୁରୁତ୍ବ ବହନ କରୁ ନ ଥିଲା। ଯାହା ତାଙ୍କୁ ବିବ୍ରତ କଲା ତାହା ଥିଲା ବିଶ୍ବାସର ହତ୍ୟା। ପୂର୍ବ ଦିନର ଦ୍ବିପ୍ରହରର କଥା ‌େସ ଭାବୁଥିଲେ। ତାଙ୍କ ପରିଚାରକମାନେ ସାପକୁ ଦୁଷ୍ଟ ବୋଲି କହୁଥିଲେ। ଅଥଚ, ସେମାନେ ସମସ୍ତେ କେତେ ଭୟଙ୍କର ନୁହେଁ ସତେ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe