ଥରେ ଆକବର ବୀରବଲଙ୍କୁ ପଚାରିଲେ- ତୁମେ ତୁମ ସ୍ତ୍ରୀଙ୍କୁ ଡର?
ବୀରବଲ କହିଲେ- ସ୍ତ୍ରୀକୁ ଡରେ ନାହିଁ। କିନ୍ତୁ କିଛି ଉଚ୍ଚବାଚ ହୋଇଗଲେ ନିଜ ମନରୁ ଶାନ୍ତି ଚାଲିଯିବାକୁ ମୋର ଭାରି ଭୟ।
ରାଜା କହିଲେ- ଆଚ୍ଛା, ବୀରବଲ ତୁମେ ରାଜାଙ୍କୁ ଡର?
ବୀରବଲ କହିଲେ- ନା ରାଜାଙ୍କୁ ଡରେ ନାହିଁ। କିନ୍ତୁ ରାଜା କୁପିତ ହେଲେ ତାଙ୍କ ଦଣ୍ଡ ଭୋଗିବାକୁ ଭୟ।
ରାଜା କହିଲେ- ତା’ ମାନେ ଏକା କଥା। ତୁମେ ମୋତେ ଡର।
ବୀରବଲ କହିଲେ- ମଣିମା ଏକା କଥା ନୁହେଁ। ମୁଁ ଆପଣଙ୍କୁ ଡରେ ନାହିଁ। ଆପଣ ରାଗି ଗଲେ ଡର ଲାଗେ।
ରାଜା କହିଲେ- ତାହା ହେଲେ ତୁମେ କାହାକୁ ଡର? ତୁମେ ଭୂତକୁ ଡର ବୋଲି ମୁଁ ଶୁଣିଛି।
ବୀରବଲ କହିଲେ- ହଜୁର, ଭୂତକୁ ଡରେ ନାହିଁ। କିନ୍ତୁ ଭୂତ ନାମ ଶୁଣିଲେ ମନେର ଯେଉଁ ଭୟ ଆସେ ତାକୁ ଡରେ।
ରାଜା କହିଲେ- ବୀରବଲ, ତୁମେ କେବଳ କଥାକୁ ବୁଲେଇ ବେଙ୍କଇ କହୁଛ।
ବୀରବଲ କହିଲେ- ନା ହଜୁର, ଆପଣ ଟିକିଏ ଭଲ ଭାବେ ବିଚାର କଲେ ସୂକ୍ଷ୍ମ ପ୍ରଭେଦଟି ବୁଝିପାରିବେ। ମୋ ଭୟର କାରଣ କୌଣସି ବାହ୍ୟ ବସ୍ତୁ ନୁହେଁ। ବରଂ ମୋ ଭୟର କାରଣ ମୋ ନିଜ ଭିତରେ ଥିବା ଦୁର୍ବଳତା। ମୁଁ ଶାନ୍ତି ଭଙ୍ଗ ହେବାକୁ ଡରେ, ମୁଁ ଅସହାୟବୋଧକୁ ଡରେ, ମୁଁ ଭୟକୁ ଡରେ, ନିଜ ଭିତରେ ସୃଷ୍ଟି ହେଉଥିବା କ୍ରୋଧକୁ ବି ମୁଁ ଡରେ। ତେଣୁ ଆପଣ କହିପାରନ୍ତି ମୁଁ କେବଳ ନିଜକୁ ଡରେ।
ରାଜା କହିଲେ- ବୁଝିଲି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us