ରାଜାଙ୍କ ଦରବାରକୁ ଆସିଲେ ଜଣେ ଫକିର ଏବ˚ ତାଙ୍କର ଚେଲା। ରାଜା ଫକିରମାନଙ୍କୁ ଭାରି ଶ୍ରଦ୍ଧା ଓ ସମ୍ମାନ କରୁଥିଲେ। ତେଣୁ ସେ ଫକିରଙ୍କୁ ଯଥାସାଧୢ ଚର୍ଚ୍ଚା କଲେ ଏବ˚ ଫକିର ସେଠାରୁ ଯିବାକୁ ବାହାରିଲା ବେଳେ ରାଜା ତାଙ୍କୁ ଓ ତାଙ୍କ ଚେଲାକୁ ଉପହାର ସ୍ବରୂପ ଦେଲେ ଦୁଇଟି ସୁବର୍ଣ୍ଣ କଙ୍କଣ। ଦୁହେଁ ବିନମ୍ରତାର ସହିତ ତାକୁ ଗ୍ରହଣ କରି ଆଗକୁ ବଢ଼ିଲେ।
ବାଟରେ ସ˚ଧୢା ହୋଇଗଲା। ପାଖରେ ଜନବସତି ନ ଥିଲା। ଫକିର ସେ ସ୍ଥାନ ବିଷୟରେ ଆଗରୁ ଜାଣିଥିଲେ ଏବ˚ ସେ ଚେଲାକୁ କହିଲେ- ଏ ଜଙ୍ଗଲ ପାର ହେଲା ପରେ ଗାଁଟିଏ ପଡ଼ିବ। ତେଣୁ ଚାଲ।
ଚେଲା କିନ୍ତୁ କହିଲା- ଆଜ୍ଞା, ଏ ଜଙ୍ଗଲ ଭିତର ରାସ୍ତା ନିରାପଦ ତ?
ଫକିର କିଛି ନ କହି ଆଗେଇ ଚାଲିଲେ। ଜଙ୍ଗଲ ପାର ହେବା ବେଳକୁ ଗାଁର ଆଲୋକ ଦିଶିଲା। ଏଥର ଚେଲା କହିଲା- ଏ ଗାଁର ଲୋକେ କେମିତି କେଜାଣି? ଏଥର ମଧୢ ଫକିର କିଛି କହିଲେ ନାହିଁ।
ଜଙ୍ଗଲ ଧାରରେ କୂଅଟିଏ ଥିଲା। ସେଠାରେ ସେମାନେ ପାଣି ପିଇବା ଲାଗି ଅଟକିଲେ। ଏଇ ସମୟରେ ଫକିର ଚେଲାର ମୁଣିରୁ ସୁନାର କଙ୍କଣ ବାହାର କରି କୂଅ ଭିତରକୁ ଫିଙ୍ଗିଦେଲେ। ଚେଲା ଏହା ଦେଖି ତଟସ୍ଥ ଓ ଦୁଃଖିତ ହୋଇ କହିଲା- ଆପଣ ୟେ କ’ଣ କଲେ?
ଫକିର କହିଲେ- କିଛି ନାହିଁ। ତୁମ ମନରୁ ଭୟ ଓ ସନ୍ଦେହ କାଢ଼ି ଫିଙ୍ଗିଦେଲି। ରାଜା ତୁମକୁ କେବଳ ସୁନାର କଙ୍କଣ ଦେଇ ନ ଥିଲେ, ତୁମ ମନରେ ଭୟ ଜାତ କରିବାର କାରଣଟିଏ ବି ଦେଇଥିଲେ। ମୋ ସହିତ ତୁମେ ଏତେ ଦିନ ରହିଛ। କିନ୍ତୁ ଏବେ ତୁମ ମନରେ ଯେମିତି ଭୟ ସୃଷ୍ଟି ହୋଇଥିଲା, ସେପରି ଆଗରୁ କେବେ ମୁଁ ଦେଖି ନ ଥିଲି।
ଚେଲା କହିଲା- ହେଲେ, ଆପଣଙ୍କ କଙ୍କଣ?
ଫକିର କହିଲେ- ଅଛି, କିନ୍ତୁ ନ ଥିଲା ଭଳି ଅଛି। ତାହା ହଜିଗଲେ କି ଚୋରି ହୋଇଗଲେ ଚିନ୍ତା ନାହିଁ। ଏହି କୂଅ ଭିତରକୁ ଫୋପାଡ଼ି ଦେଲେ ବି ଚଳିବ। ଏହା କହି ସେ ନିଜ କଙ୍କଣକୁ ମଧ୍ୟ କୂଅ ଭିତରକୁ ଫିଙ୍ଗି ଦେଲେ।
ଚେଲା ଏବେ ଦୁଇଟି କଙ୍କଣ ଭିତରେ ଥିବା ଫରକଟି ବୁଝି ପାରିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us