କଥାଟିଏ-ଯାଯାବର: ବ୍ୟତିକ୍ରମ ବାସ୍ତବତା‌

Advertisment

ଥରେ ୟୁଜିକେ କହିଲେ- ଜୀବନ ଏକ ସ୍ବାଭାବିକ ଧାରା ଭଳି ପ୍ରାୟତଃ ଚାଲିଥିଲେ ହେଁ ବ୍ୟତିକ୍ରମମାନ ଘଟି ଶିକ୍ଷା ଦେଉଥାଏ ଯେ ଜୀବନକୁ ଭିନ୍ନ ଦୃଷ୍ଟିରେ ମଧ୍ୟ ଦେଖିବା ଦରକାର। ତା’ ପରେ ସେ ଏହୀ ଗଳ୍ପଟିକୁ ଶୁଣାଇଲେ।

ଥରେ ୟୁଜିକେ କହିଲେ- ଜୀବନ ଏକ ସ୍ବାଭାବିକ ଧାରା ଭଳି ପ୍ରାୟତଃ ଚାଲିଥିଲେ ହେଁ ବ୍ୟତିକ୍ରମମାନ ଘଟି ଶିକ୍ଷା ଦେଉଥାଏ ଯେ ଜୀବନକୁ ଭିନ୍ନ ଦୃଷ୍ଟିରେ ମଧ୍ୟ ଦେଖିବା ଦରକାର। ତା’ ପରେ ସେ ଏହୀ ଗଳ୍ପଟିକୁ ଶୁଣାଇଲେ।

foot1

ଥରେ ୟୁଜିକେ କହିଲେ- ଜୀବନ ଏକ ସ୍ବାଭାବିକ ଧାରା ଭଳି ପ୍ରାୟତଃ ଚାଲିଥିଲେ ହେଁ ବ୍ୟତିକ୍ରମମାନ ଘଟି ଶିକ୍ଷା ଦେଉଥାଏ ଯେ ଜୀବନକୁ ଭିନ୍ନ ଦୃଷ୍ଟିରେ ମଧ୍ୟ ଦେଖିବା ଦରକାର। ତା’ ପରେ ସେ ଏହୀ ଗଳ୍ପଟିକୁ ଶୁଣାଇଲେ।
ଜଣେ ତରୁଣ ରାଜପୁତ୍ର ବାପାଙ୍କୁ କହିଲେ- ମୋର ବୃଦ୍ଧ ହେବାକୁ ଇଚ୍ଛା ନାହିଁ। ଜରାଗ୍ରସ୍ତ ବୃଦ୍ଧାବସ୍ଥା ମୋ ଲାଗି ଅସହ୍ୟ। ମୁଁ ସାରା ଜୀବନ ତରୁଣ ହୋଇ ରହିବାକୁ ଚାହେଁ। 
ରାଜା ବୁଝାଇଲେ ଯେ ଏହା ଉଦ୍ଭଟ। ଏଭଳି ଚିନ୍ତା ମନରୁ ଦୂର ହେବା ଜରୁରୀ। କିନ୍ତୁ ରାଜାପୁଅ ଅବୁଝା। 
ଦିନେ ରାଜପୁତ୍ର ନିଜ ପିତାଙ୍କ ସହିତ ପହଞ୍ଚିଲେ ଜଙ୍ଗଲ ଭିତରେ ରହୁଥିବା ଜଣେ ସିଦ୍ଧ ମୁନିଙ୍କ ଆଶ୍ରମରେ। ଉଦ୍ଦେଶ୍ୟ ଥିଲା ସିଦ୍ଧ ମୁନିଙ୍କ ଠାରୁ କୌଣସି ମନ୍ତ୍ର ପାଇବା ସାଧୁଙ୍କୁ ତରୁଣ ରାଜପୁତ୍ର ଆସିବାର ଅଭିପ୍ରାୟ ଜଣାଇଲେ। 
ସାଧୁ ଏହା ଶୁଣି ତୀବ୍ର ଦୃଷ୍ଟିରେ ଚାହିଁ କହିଲେ- ‘ୟେ ତ ସଦା ତରୁଣ ରହିବେ! ଚିନ୍ତା କାହିଁକି?’
ସିଦ୍ଧ ମୁନିଙ୍କ ବାକ୍ୟ ଶୁଣି ରାଜାପୁଅଙ୍କ ମନ ଖୁସିରେ ଅଧୀର ହୋଇଗଲା। 
ଏମିତି କିଛି ମାସ କଟିଗଲା। ହଠାତ୍‌ ଦିନେ ଏକ ଅପ୍ରତ୍ୟାଶିତ ଦୁର୍ଘଟଣାରେ ରାପୁତ୍ରଙ୍କ ମୃତ୍ୟୁ ହେଲା। ରା‌ଜା ଶୋକରେ ଅଧୀର ହୋଇଗଲେ। ସେ ମୁନିଙ୍କ ଆଶ୍ରମକୁ ଯାଇ କାନ୍ଦି କାନ୍ଦି କହିଲେ- ଆପଣ କ’ଣ କହିଥିଲେ, ଆଉ କ’ଣ ହୋଇଗଲା। ମୋର ଯୁବକ ପୁତ୍ର ଆ‌ଉ ନାହିଁ। 
ସାଧୁ ଏହା‌ ଶୁଣି ରାଜାଙ୍କୁ ପ୍ରବୋଧନା ଦେଇ କହିଲେ- ଭୁଲ ତ କହି ନ ଥିଲି। ମୃତ୍ୟୁ ଅନେକ ସମୟରେ ବାର୍ଦ୍ଧକ୍ୟ ଆଗରୁ ମଧ୍ୟ ଆସିଥାଏ। ରାଜପୁତ୍ର ସାରା ଜୀବନ ତ ତରୁଣ ହିଁ ରହିଲେ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe