କଥାଟିଏ-ଯାଯାବର: ସୁଯୋଗର ସଦୁପଯୋଗ

Advertisment

ଜଣେ ବ୍ୟକ୍ତିଙ୍କ ସାମନାରେ ଛିଡ଼ା ହେଲା ଜଣେ ଭୟଙ୍କର ଲୋକ। ସେ ଲୋକ ଡରିଯାଇ ପଚାରିଲେ- ତୁମେ କିଏ? କଅଣ ଚାହଁ? ଭୟାନକ ଲୋକଟି କହିଲା- ଡରନ୍ତୁ ନାହିଁ। ମୁଁ ସମସ୍ତଙ୍କ ପାଇଁ ଆସେ ଓ ଆସି ଚାଲିବି। କାରଣ ମୁଁ ହେଉଛି ମୃତ୍ୟୁ ଦୂତ।

ଜଣେ ବ୍ୟକ୍ତିଙ୍କ ସାମନାରେ ଛିଡ଼ା ହେଲା ଜଣେ ଭୟଙ୍କର ଲୋକ। ସେ ଲୋକ ଡରିଯାଇ ପଚାରିଲେ- ତୁମେ କିଏ? କଅଣ ଚାହଁ? ଭୟାନକ ଲୋକଟି କହିଲା- ଡରନ୍ତୁ ନାହିଁ। ମୁଁ ସମସ୍ତଙ୍କ ପାଇଁ ଆସେ ଓ ଆସି ଚାଲିବି। କାରଣ ମୁଁ ହେଉଛି ମୃତ୍ୟୁ ଦୂତ।

foot1

ଜଣେ ବ୍ୟକ୍ତିଙ୍କ ସାମନାରେ ଛିଡ଼ା ହେଲା ଜଣେ ଭୟଙ୍କର ଲୋକ। ସେ ଲୋକ ଡରିଯାଇ ପଚାରିଲେ- ତୁମେ କିଏ? କଅଣ ଚାହଁ?
ଭୟାନକ ଲୋକଟି କହିଲା- ଡରନ୍ତୁ ନାହିଁ। ମୁଁ ସମସ୍ତଙ୍କ ପାଇଁ ଆସେ ଓ ଆସି ଚାଲିବି। କାରଣ ମୁଁ ହେଉଛି ମୃତ୍ୟୁ ଦୂତ। ଆପଣଙ୍କ ସମୟ ପୂରିଯିବାକୁ ବସିଛି। ମୁଁ ଆପଣଙ୍କ ଆତ୍ମାକୁ ନେବା ଲାଗି ଆସିଛି। 
ସେହି ବ୍ୟକ୍ତିି କହିଲେ- ମୁଁ ଜଣେ ଭଲ ଲୋକ ଭାବେ ଜୀବନ କାଟି ଆସିଛି। ସୁଖରେ ଦୁଃଖରେ ଭଗବାନଙ୍କୁ ଡାକି ଆସିଛି। ଏବେ ଯେତେବେଳେ ମୋର ଶେଷ ବେଳ ଉପନୀତ, ମୁଁ ଅନୁରୋଧ କରୁଛି ଯେ ଭଲ ଲୋକଟିଏ ହୋଇଥିବାରୁ ମୋତେ ଆପଣ ଆଉ ଗୋଟିଏ ସୁଯୋଗ ଦିଅନ୍ତୁ।
ମୃତ୍ୟୁ ଦୂତ ଏହା ଶୁଣି କହିଲା- ଏମିତି ତ ଦ୍ବିତୀୟ ସୁଯୋଗ କାହାକୁ ହେଲେ ଦେବା କଥା ନୁହେଁ। ତେବେ ଆପଣ ଯେତେବେଳେ ଭଲ ଲୋକ ବୋଲି କହି ଦ୍ବିତୀୟ ସୁଯୋଗ କଥା କହିଲେଣି, ନିଅନ୍ତୁ ଭାଗ୍ୟର ବହି ଏବ˚ କଲମ। ଏଠି ନିଜ ଭାଗ୍ୟ ବଦଳାଇବାର ସୁଯୋଗ ଅଛି। ଆପଣଙ୍କ ପାଇଁ ଅଛି ଜମାରୁ ପାଞ୍ଚ ମିନିଟ। ନିଜ ଭାଗ୍ୟକୁ ବଦଳାଇ ଦିଅନ୍ତୁ। 
ଏହା କହି ସେ ସେହି ବ୍ୟକ୍ତିଙ୍କ ହାତକୁ ବଢ଼ାଇ ଦେଲା ଭାଗ୍ୟର ବହି। ସେ ତରବର ହୋଇ ଭାଗ୍ୟର ବହିର ପୃଷ୍ଠା ଓଲଟାଇ ନିଜ ଭାଗ୍ୟକୁ ଖୋଜି ଚାଲିଲେ। ହଠାତ୍‌ ସେ ଅଟକି ଗଲେ। ତାଙ୍କ ମୁହଁର ଭାବ ବଦଳିଗଲା। କାରଣ କିଛି ଶତ୍ରୁଭାବାପନ୍ନ ପଡ଼ୋଶୀମାନଙ୍କ ଭାଗ୍ୟ ବହୁତ ଭଲ ଥିଲା। ସେ ଏହା ସହି ନ ପାରି କଲମ ଦ୍ବାରା ପଡ଼ୋଶୀମାନଙ୍କ ଭାଗ୍ୟକୁ କାଟି ବଦଳାଇବାକୁ ଲାଗିଲେ। ସେହି କାମରେ ଲାଗିଥିବା ବେଳେ ମୃତ୍ୟୁ ଦୂତ ହଠାତ୍‌ କହିଲା- ଆପଣଙ୍କ ପାଞ୍ଚ ମିନିଟ ସରିଲା। ଏବେ ଚାଲନ୍ତୁ। ସୁଯୋଗ ପାଇ ସୁଦ୍ଧା ଈର୍ଷା ହେତୁ ଆପଣ ତା’ର ସଦୁପଯୋଗ କରି ପାରି‌େଲ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe