କଥାଟିଏ-ଯାଯାବର: ତୋଷାମଦର ରସ

Advertisment

ଗୋଟିଏ ରାଜ୍ୟକୁ ଆସିଲେ ଜଣେ ଯୁବକ କବି। ତାଙ୍କ କବିତା ଥିଲା ଅତ୍ୟନ୍ତ ଉଚ୍ଚକୋଟୀର। ତାଙ୍କ କବିତା ଶୁଣି ଓ ପଢ଼ି ସ୍ବୟଂ ରାଜକବି ମଧ୍ୟ ଚମକି ପଡ଼ିଲେ। ତାଙ୍କ ମନରେ ଆଶଙ୍କାଟିଏ ହେଲା ଯେ ଯଦି ଏ କବି ଏମିତି ମାନର କବିତା ଲେଖନ୍ତି ତେବେ ତାଙ୍କର ରାଜକବି ପଦଟି ଯିବ।

ଗୋଟିଏ ରାଜ୍ୟକୁ ଆସିଲେ ଜଣେ ଯୁବକ କବି। ତାଙ୍କ କବିତା ଥିଲା ଅତ୍ୟନ୍ତ ଉଚ୍ଚକୋଟୀର। ତାଙ୍କ କବିତା ଶୁଣି ଓ ପଢ଼ି ସ୍ବୟଂ ରାଜକବି ମଧ୍ୟ ଚମକି ପଡ଼ିଲେ। ତାଙ୍କ ମନରେ ଆଶଙ୍କାଟିଏ ହେଲା ଯେ ଯଦି ଏ କବି ଏମିତି ମାନର କବିତା ଲେଖନ୍ତି ତେବେ ତାଙ୍କର ରାଜକବି ପଦଟି ଯିବ।

foot1

ଗୋଟିଏ ରାଜ୍ୟକୁ ଆସିଲେ ଜଣେ ଯୁବକ କବି। ତାଙ୍କ କବିତା ଥିଲା ଅତ୍ୟନ୍ତ ଉଚ୍ଚକୋଟୀର। ତାଙ୍କ କବିତା ଶୁଣି ଓ ପଢ଼ି ସ୍ବୟଂ ରାଜକବି ମଧ୍ୟ ଚମକି ପଡ଼ିଲେ। ତାଙ୍କ ମନରେ ଆଶଙ୍କାଟିଏ ହେଲା ଯେ ଯଦି ଏ କବି ଏମିତି ମାନର କବିତା ଲେଖନ୍ତି ତେବେ ତାଙ୍କର ରାଜକବି ପଦଟି ଯିବ। ତେଣୁ ସେ କ’ଣ କରିବେ ବୋଲି ଉପାୟ ପାଞ୍ଚିଲେ। 
ତାଙ୍କ ପତ୍ନୀ ଥିଲେ ଚତୁର। ସେ ପଚାରିଲେ- ଏଇ ନୂଆ କବିଙ୍କ ବୟସ କେତେ ହେବ?
ରାଜକବି କହିଲେ- ସେ ତରୁଣ। ତାଙ୍କ ବୟସ କୋଡ଼ିଏ ଆଡ଼ିକି ହୋଇପାରେ। 
ତାଙ୍କ ପତ୍ନୀ କହିଲେ- ତାହା ହେଲେ ଅଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ। 
କିଛି ଦିନ ମଧ୍ୟରେ ଯୁବ କବି ତାଙ୍କ କବିତାର ଭୁରି ଭୁରି ପ୍ରଶ˚ସା ଶୁଣିଲେ। ତାଙ୍କ ପ୍ରଶ˚ସକମାନେ ମନ ଖୋଲି ତାଙ୍କ କବିତାର ପ୍ରଶ˚ସା କଲେ। କେବଳ ସେତିକି ନୁହେଁ, ସେ ଯେ ରାଜକବି ହେବାକୁ ଯୋଗ୍ୟ ସେ କଥା ମଧୢ ଯୁବକବି ବାରମ୍ବାର ଶୁଣିଲେ। ସେ ସର୍ବଦା ପ୍ରଶ˚ସକଙ୍କ ଗହଣରେ ବୁଲିଲେ ଏବ˚ ସ୍ତବ ଶୁଣି ଆନନ୍ଦିତ ହେଲେ। 
ଏଇ ସମୟରେ ତାଙ୍କର ଜଣେ ରସଗ୍ରାହୀ ବନ୍ଧୁ ଯୁବ କବିଙ୍କ କବିତା ପଢ଼ି ବିସ୍ମିତ ହୋଇ କହିଲେ- ହେ ଭଗବାନ, ତୁମେ କି ଖରାପ ସ୍ତରର କବିତା ଲେଖିଲଣି! କବିତା ଲେଖି ହେଉ ନାହିଁ ଯଦି ଟିକିଏ ବିରତି ନିଅ। 
କହିବା ବାହୁଲ୍ୟ ସ୍ତାବକମାନେ ବନ୍ଧୁଙ୍କୁ ଶତ୍ରୁ ଭାବେ ଅଭିହିତ କରି କହିଲେ ୟେ ତୁମକୁ ଈର୍ଷା କଲେଣି। ତେଣୁ ତାଙ୍କ କଥା ଛାଡ଼। ତୁମେ ପ୍ରକୃତରେ ଚମତ୍କାର ଲେଖୁଛ। ଯୁବ କବି ଆଶ୍ବସ୍ତ ହେଲେ।
ଏବେ ରାଜକବିଙ୍କ ପତ୍ନୀ କହିଲେ- ଆଉ ବ୍ୟସ୍ତ ହୁଅନାହିଁ। ମୋ ଯୋଜନା କାମ ଦେଲା। କବିଙ୍କ ଅକାଳ ମୃତ୍ୟୁ ପର୍ବ ଆରମ୍ଭ ହୋଇସାରିଲାଣି। ‌େତାଷାମଦର ରସ ପିଇ ସେ ନିଜ ଶୁଭ ଚିନ୍ତକ ଓ ଶତ୍ରୁଙ୍କ ଭିତରେ ପ୍ରଭେଦ ଜାଣି ପାରୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe