କଥାଟିଏ-ଯାଯାବର: ହରିଣ ହରିଣୀ କଥା

Advertisment

ଥରେ ଗୋଟିଏ ଜଙ୍ଗଲରେ ନିଆଁ ଲାଗିଗଲା। ଜଙ୍ଗଲର ଜନ୍ତୁମାନେ ଯିଏ ଯୁଆଡ଼େ ପାରିଲେ ଧାଇଁଲେ। ହରିଣ ଏବ˚ ହରିଣୀ ଦଂପତିଟିଏ ଥିଲେ, ସେମାନେ ବି ଧାଇଁଲେ। ଗ୍ରୀଷ୍ମ କାଳ। କିଛି ବାଟ ଗଲା ପରେ ଦୁହେଁ ଶୋଷରେ ଆଉଟୁପାଉଟୁ ହେଲେ।

ଥରେ ଗୋଟିଏ ଜଙ୍ଗଲରେ ନିଆଁ ଲାଗିଗଲା। ଜଙ୍ଗଲର ଜନ୍ତୁମାନେ ଯିଏ ଯୁଆଡ଼େ ପାରିଲେ ଧାଇଁଲେ। ହରିଣ ଏବ˚ ହରିଣୀ ଦଂପତିଟିଏ ଥିଲେ, ସେମାନେ ବି ଧାଇଁଲେ। ଗ୍ରୀଷ୍ମ କାଳ। କିଛି ବାଟ ଗଲା ପରେ ଦୁହେଁ ଶୋଷରେ ଆଉଟୁପାଉଟୁ ହେଲେ।

foot1

ଥରେ ଗୋଟିଏ ଜଙ୍ଗଲରେ ନିଆଁ ଲାଗିଗଲା। ଜଙ୍ଗଲର ଜନ୍ତୁମାନେ ଯିଏ ଯୁଆଡ଼େ ପାରିଲେ ଧାଇଁଲେ। ହରିଣ ଏବ˚ ହରିଣୀ ଦଂପତିଟିଏ ଥିଲେ, ସେମାନେ ବି ଧାଇଁଲେ। ଗ୍ରୀଷ୍ମ କାଳ। କିଛି ବାଟ ଗଲା ପରେ ଦୁହେଁ ଶୋଷରେ ଆଉଟୁପାଉଟୁ ହେଲେ। ଟୋପାଏ ପାଣି ନ ପାଇଲେ ଗୋଟିଏ ପାଦ ବି ଆଗକୁ ପକାଇବା କଷ୍ଟକର ହୋଇପଡ଼ିଲା। ଏଇ ସମୟରେ ଜଣେ ଯକ୍ଷ ଦୁହିଁଙ୍କ ଭିତରେ ପ୍ରେମ କେତେ ତା’ର ପରୀକ୍ଷା ନେବାକୁ ସ୍ଥିର କଲେ। ସେ ଉଭୟଙ୍କ ଆଗରେ ଆସି ଜଣେ ବୃଦ୍ଧ ବେଶରେ ଉଭା ହେଲେ। ସେ ସେମାନଙ୍କୁ ପଚାରିଲେ- ତୁମେମାନେ ଘୋର ତୃଷାର୍ତ୍ତ କି?
ସେମାନେ ଅତି ଆକୁଳ ଭାବେ ହଁ ଭରିଲେ। 
ସେଇଠୁ ସେ ଗୋଟିଏ ପାତ୍ରରେ କିଛି ପାଣି ସେମାନଙ୍କ ଆଗରେ ଟେକି ଧରିଲେ ଓ କହିଲେ- ଏଇ ପାତ୍ରରେ କେବଳ ଜଣକଙ୍କ ତୃଷା ନିବାରଣ ସକାଶେ ପାଣି ଅଛି। ଏବେ ତୁମେ ସ୍ଥିର କର ତୁମ ଭିତରୁ କିଏ ଏ ପାଣି ତକ ପିଇବ?
ହରିଣ ଏବ˚ ହରିଣୀ ଉଭୟେ ପରସ୍ପରକୁ ଏଭଳି ଭଲ ପାଉଥିଲେ ଯେ ସେମାନେ ଜଣେ ଅପରକୁ ପାଣି ପିଇବାକୁ ଅନୁରୋଧ କରି କରି କେହି ପାଣି ପିଇଲେ ନାହିଁ ଏବ˚ ଶେଷରେ ମରି ଶୋଇଲେ। ଯକ୍ଷ ଚମତ୍କୃତ ହେଲେ। ସେ ନିଜ ପତ୍ନୀ ଯକ୍ଷିଣୀଙ୍କୁ କହିଲେ- ଦେଖ, ଏମାନଙ୍କ ପ୍ରେମର ପଟାନ୍ତର ନାହିଁ। 
ଏହା ଶୁଣି ଯକ୍ଷିଣୀ କହିଲେ- ଏହା କି ପ୍ରକାର ପ୍ରେମ? ହରିଣ ଓ ହରିଣୀ ତୁମେ ଦେଇଥିବା ପାଣିର ଅଧା ଅଧା ପିଇ ପାରିଥାଆନ୍ତେ ଏବ˚ ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଇ ରଖିଥାଆନ୍ତେ। କିନ୍ତୁ, ଏମାନେ ସେଭଳି କଲେ ନାହିଁ। ଏମାନେ ଯାହା କଲେ ତାହା କେବଳ ନିର୍ବୋଧତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe