କଥାଟିଏ-ଯାଯାବର: ସାଧୁଙ୍କ ଚରିତ୍ର

Advertisment

ଜଣେ ସାଧୁ ଥିଲେ। ତାଙ୍କ ଆଚରଣ ଓ ଉଚ୍ଚାରଣ ଦ୍ବାରା ସେ ଅଞ୍ଚଳର ଲୋକେ ଗଭୀର ଭାବେ ପ୍ରଭାବିତ ହୋଇଥିଲେ। ତାକୁ ସହି ପାରୁ ନ ଥିଲେ ଜଣେ ଈର୍ଷାଳୁ ପଣ୍ତିତ।  ପଣ୍ତିତଙ୍କ ପ୍ରରୋଚନାରେ କିଛି ଲୋକ ସାଧୁଙ୍କ ଚରିତ୍ର ସ˚ହାର କରି ଗୁଜବ ରଟନା କଲେ।

ଜଣେ ସାଧୁ ଥିଲେ। ତାଙ୍କ ଆଚରଣ ଓ ଉଚ୍ଚାରଣ ଦ୍ବାରା ସେ ଅଞ୍ଚଳର ଲୋକେ ଗଭୀର ଭାବେ ପ୍ରଭାବିତ ହୋଇଥିଲେ। ତାକୁ ସହି ପାରୁ ନ ଥିଲେ ଜଣେ ଈର୍ଷାଳୁ ପଣ୍ତିତ।  ପଣ୍ତିତଙ୍କ ପ୍ରରୋଚନାରେ କିଛି ଲୋକ ସାଧୁଙ୍କ ଚରିତ୍ର ସ˚ହାର କରି ଗୁଜବ ରଟନା କଲେ।

foot1

ଜଣେ ସାଧୁ ଥିଲେ। ତାଙ୍କ ଆଚରଣ ଓ ଉଚ୍ଚାରଣ ଦ୍ବାରା ସେ ଅଞ୍ଚଳର ଲୋକେ ଗଭୀର ଭାବେ ପ୍ରଭାବିତ ହୋଇଥିଲେ। ତାକୁ ସହି ପାରୁ ନ ଥିଲେ ଜଣେ ଈର୍ଷାଳୁ ପଣ୍ତିତ। 
ପଣ୍ତିତଙ୍କ ପ୍ରରୋଚନାରେ କିଛି ଲୋକ ସାଧୁଙ୍କ ଚରିତ୍ର ସ˚ହାର କରି ଗୁଜବ ରଟନା କଲେ। କିନ୍ତୁ ସ୍ଥାନୀୟ ଲୋକେ ସବୁ ଶୁଣିଲେ ବି କିଛି ପ୍ରତିକ୍ରିୟା ପ୍ରକଟ ନ କରି ପୂର୍ବ ଭଳି ସମୟ ଅସମୟରେ ବିଭିନ୍ନ ଉପଦେଶ ଲାଗି ସାଧୁଙ୍କ ନିକଟକୁ ଯିବାକୁ ଲାଗିଲେ। 
ଥରେ ପଣ୍ତିତ ମହାଶୟ ଜଣେ ବୃଦ୍ଧଙ୍କୁ ପଚାରିଲେ- ତୁମେମାନେ ସେ ସାଧୁଙ୍କ ବିଷୟରେ ଏତେ କଥା ଶୁଣିଲା ପରେ ବି ତାଙ୍କ ପାଖକୁ ଯାଉଛ? କାହିଁକି?
ବୃଦ୍ଧ କହିଲେ- କାରଣ ଆମେ ତାଙ୍କ ବିଷୟରେ ଯାହା ଶୁଣୁଛୁ ସେସବୁ ମିଛ କଥା ବୋଲି ଜାଣୁଛୁ। 
ପଣ୍ତିତ ଟିକିଏ ଉତ୍ତେଜିତ ହୋଇ କହିଲେ- ମିଛ କଥା? ଯଦି ମିଛ ହୋଇଥାଆନ୍ତା, ତେବେ ସେ ନିଜେ ଏହାର ପ୍ରତିବାଦ କରିବାକୁ ଆସିଥାଆନ୍ତେ। ସତ ବୋଲି ପ୍ରତିବାଦ କରିବାର ସାହସ ଜୁଟାଇ ପାରୁନାହାନ୍ତି।
ବୃଦ୍ଧ କହିଲେ- ତା’ ମାନେ ଆପଣ ଅସଲ ତତ୍ତ୍ବଟି ବୁଝି ନାହାନ୍ତି। ଶୁଣନ୍ତୁ, ସାଧୁ ଜାଣନ୍ତି ଯେ ତାଙ୍କ ଚରିତ୍ର ଆଦୌ ଦୁର୍ବଳ ନୁହେଁ। ତେଣୁ କୌଣସି ମିଛ କଥା ଶୁଣି ନିଜ ଚରିତ୍ର ସପକ୍ଷରେ କହିବା ଅର୍ଥ ନିଜ ଚରିତ୍ର ଉପରେ ପ୍ରତ୍ୟୟ ନାହିଁ ବୋଲି ପ୍ରମାଣ ଦେବା। ଦ୍ବିତୀୟରେ ଗୁଜବ ରଟନାକାରୀ ବିରୋଧରେ କିଛି କହିବା ଅର୍ଥ ଗୁଜବକୁ ଗୁରୁତ୍ବ ଦେବା, ଯାହା ସଂପୂର୍ଣ୍ଣ ମିଛ ଓ ଅସାର। ଯାହା ଅସାର ତା’ ଲାଗି ପୁଣି ସମୟ ଓ ଶକ୍ତି କ୍ଷୟ?
ପଣ୍ଡିତ ମହାଶୟ କିଛି ନ କହି ନିରବ ରହିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe