ଦାର୍ଶନିକ ଏଡମଣ୍ଡ ବର୍କ୍ ଚର୍ଚ୍ଚରେ ପାଦ୍ରୀଙ୍କ ଭାଷଣରେ ଶୁଣିଲେ ଯେ ପରମେଶ୍ବରଙ୍କୁ ଡାକୁଥିବା ପୁଣ୍ୟାତ୍ମାମାନେ ସ୍ବର୍ଗକୁ ଯାଆନ୍ତି।
ବର୍କ ସାଙ୍ଗେସାଙ୍ଗେ ପଚାରିଲେ- ଯଦି ଜଣେ ପୁଣ୍ୟାତ୍ମା ପରମେଶ୍ବରଙ୍କୁ ଡାକୁ ନ ଥିବ - ଯେମିତି ସେକ୍ରଟିସ ବା ଭାରତର ଗୌତମବୁଦ୍ଧ - ତେବେ ସେମାନଙ୍କ ଲାଗି କି ବ୍ୟବସ୍ଥା ରହିଛି? ସେମିତି ଅହରହ ଈଶ୍ବରଙ୍କ ନାମ ନେଉଥିବା ଦୁଷ୍ଟାତ୍ମାମାନେ କେଉଁଠାକୁ ଯିବେ?
ପ୍ରଶ୍ନ ଥିଲା ନିତାନ୍ତ ପ୍ରାସଙ୍ଗିକ। ତା’ର ଉତ୍ତର ପାଦ୍ରୀଙ୍କ ପାଖରେ ନ ଥିଲା। େସ କହିଲେ- କାଲି ଉତ୍ତର ଦେବି।
ଉତ୍ତର ବାବଦେର ଗଭୀର ଭାବେ ଚିନ୍ତା କରୁ କରୁ ପାଦ୍ରୀ ମହାଶୟ ଶୋଇପଡ଼ିଲେ ଏବଂ ବିଚିତ୍ର ସ୍ବପ୍ନଟିଏ ଦେଖିେଲ। ସେଥିରେ ସେ ଦେଖିଲେ ଯେ ସେ ନର୍କକୁ ଯାଇଛନ୍ତି। କିନ୍ତୁ ସେ ନର୍କକୁ ଯେମିତି ଜାଣିଥିଲେ, ତାହା େସମିତି ନ ଥିଲା। ନର୍କଟି ଆନନ୍ଦରେ ଭରପୂର ଥିଲା। ମନୋଜ୍ଞ ପରିବେଶ ଥିଲା। ସେ ଚକିତ ହୋଇଗଲେ। ଏହା କେମିତି ସମ୍ଭବ? ସେ ସେଠାରେ ଜଣକୁ ପଚାରିଲେ- ଏହା କ’ଣ ନର୍କ? ଯଦି ହଁ ତେବେ ଏହା ସମ୍ଭବ ହେଲା କେମିତି?
ତାଙ୍କୁ ଉତ୍ତର ମିଳିଲା- ଏଠି ପରା ସକ୍ରେଟିସ ଓ ବୁଦ୍ଧ ଅଛନ୍ତି, ସେଥି ଲାଗି!
ପାଦ୍ରୀ ମହାଶୟଙ୍କ ନିଦ ଭାଙ୍ଗିଗଲା ଓ ସେ ଉତ୍ତରଟି ପାଇଗଲେ।
ପର ଦିନ ସେ ବର୍କ୍ଙ୍କୁ କହିଲେ- ପରମେଶ୍ବରଙ୍କୁ ବିଶ୍ବାସ କରୁ ନ ଥିବା ପୁଣ୍ୟାତ୍ମାମାନେ ନର୍କକୁ ଯାଆନ୍ତୁ ବା ସ୍ବର୍ଗକୁ; କିଛି ଫରକ ପଡ଼େନାହିଁ। କାରଣ ସେମାନେ ନର୍କକୁ ସ୍ବର୍ଗରେ ପରିଣତ କରିଦିଅନ୍ତି। ଆଉ ଈଶ୍ବରଙ୍କୁ ସର୍ବଦା ଡାକୁଥିବା ଦୁଷ୍ଟାତ୍ମାମାନେ ସ୍ବର୍ଗକୁ ଯାଆନ୍ତୁ ବା ନର୍କକୁ; କିଛି ଫରକ ନାହିଁ। କାରଣ ସେମାନେ ଯେଉଁଠି ରହିବେ ତାକୁ ନର୍କରେ ପରିଣତ କରିଦେବେ।
କଥାଟିଏ-ଯାଯାବର: ପାଦ୍ରୀଙ୍କ ସ୍ବପ୍ନ
Advertisment
Follow Us