ପ୍ରଶ୍ନକର୍ତ୍ତା ଓ ଉତ୍ତର

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସେଇ ଗୋଟିଏ ଜ୍ଞାନ

ମୁଲ୍ଲା ନସିରୁଦ୍ଦିନ ବିଚକ୍ଷଣ ଏବ˚ ସବୁ ପ୍ରଶ୍ନର ଉତ୍ତର ଦିଅନ୍ତି ବୋଲି ଲୋକେ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରନ୍ତି।
ଥରେ ଜଣେ ଲୋକ ମୁଲ୍ଲାଙ୍କୁ ପଚାରିଲା- ମୁଁ ଭାବୁଛି ଈଶ୍ବର ଅଛନ୍ତି। ତୁମେ କ’ଣ କହୁଛ?
ମୁଲ୍ଲା କହିଲେ- ନା ଭଗବାନ ନାହାନ୍ତି।
ଲୋକଟି ଏ ଉତ୍ତର ଶୁଣି ଟିକିଏ ଚିନ୍ତିତ ଦିଶିଲା ଓ ନିରବରେ ଚାଲିଗଲା।
ସେଇ ଦିନ ସ˚ଧୢାରେ ଆଉ ଜଣେ ଲୋକ ମୁଲ୍ଲାଙ୍କୁ ପଚାରିଲା- ମୁଲ୍ଲା, ମୁଁ ଭାବୁଛି ଈଶ୍ବର ନାହାନ୍ତି। ତୁମେ କ’ଣ ଭାବୁଛ?
ମୁଲ୍ଲା କହିଲେ- ଭଗବାନ ଅଛନ୍ତି। ସେ ଲୋକଟି ମଧୢ ଟିକିଏ ଚିନ୍ତିତ ଦିଶିଲା ଓ ଚାଲିଗଲା।
ମୁଲ୍ଲାଙ୍କ ସ୍ତ୍ରୀ ଏହା ଦେଖି କହିଲେ- ମୁଲ୍ଲା, ତୁମେ ମହା ଟାଉଟର ହୋଇଗଲଣି। ସକାଳେ ଗୋଟିଏ କଥା, ସ˚ଧୢାରେ ତାର ଓଲଟା କହୁଛ!
ମୁଲ୍ଲା କହିଲେ- ଏ ପ୍ରଶ୍ନ ଯେଉଁମାନେ ପଚାରିଥିଲେ, ଉତ୍ତର ସେମାନଙ୍କ ଲାଗି ଥିଲା। ପ୍ରଶ୍ନକର୍ତ୍ତାକୁ ଦେଖି ଉତ୍ତର ଦିଆଯାଏ। ପ୍ରଥମ ଲୋକଟି ଈଶ୍ବରଙ୍କୁ ବିଶ୍ବାସ କରେ, ଅଥଚ ତା ବିଶ୍ବାସକୁ ନିଶ୍ଚିତ କରିବା ଲାଗି ସେ ମୋତେ ସାକ୍ଷୀ କରିବାକୁ ଚାହୁଁଥିଲା। ମୁଁ ଉତ୍ତରରେ ହଁ ବୋଲି କହିଥିଲେ ସେ ଖୁସିରେ ଚାଲିଯାଇଥାଆନ୍ତା। ମୁଁ ‘ନା’ ବୋଲି କହି ତାକୁ ଚମକାଇ ଦେଲି। ଏବେ ସେ ସାକ୍ଷୀ ନ ଖୋଜି ମନେ ମନେ ଈଶ୍ବରଙ୍କୁ ଆହୁରି ଖୋଜିବ। ଦ୍ବିତୀୟ ଲୋକ କ୍ଷେତ୍ରରେ ବି ସେଇ ସମାନ କଥା। ଖାଲି ତଫାତ୍‌ ସେ ନାସ୍ତିକ ଥିଲା। ଏବେ ସେ ଈଶ୍ବର ନାହାନ୍ତି ବୋଲି ପ୍ରମାଣ କରିବାରେ ଅଧିକ ସମୟ ଲାଗିବ, ସାକ୍ଷୀ ଖୋଜିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe