କ୍ଷମତାର ଫଳ

କଥାଟିଏ-ଯାଯାବର

ସୁନାର ମୂଲ୍ୟ

i-love-png.com

ଥରେ ଗୁରୁ କିଛି ମାସ ଲାଗି ଆଶ୍ରମ ବାହାରକୁ ଗଲେ। ଗଲା ବେଳକୁ ସେ ସେହି ତାଙ୍କର ସବୁଠାରୁ ବିନୟୀ ଶିଷ୍ୟଙ୍କୁ ଆଶ୍ରମ ପରିଚାଳନା ଦାୟିତ୍ବ ଦେଇ ଗଲେ।
ଗୁରୁ ଯିବା ପରେ ଶିଷ୍ୟ ଜଣକ ନୂଆ ଦାୟିତ୍ବ ନେଇ ବ୍ୟସ୍ତ ହୋଇ ଉଠିଲେ। ଏଣିକି ସେ ସମସ୍ତଙ୍କ ଠାରୁ ଆଗରୁ ଶଯ୍ୟା ତ୍ୟାଗ କଲେ ଏବ˚ ଆଶ୍ରମର ବିଭିନ୍ନ କାର୍ଯ୍ୟର ତଦାରଖ କଲେ। ଆଶ୍ରମରେ ଥିଲା ବଗିଚା, ଗୋଶାଳା, ଭଣ୍ତାର ଘର, ପାକ ଶାଳା ଇତ୍ୟାଦି। ତା’ ଛଡ଼ା ଅନ୍ୟାନ୍ୟ ଅନେକ ନିତିଦିନିଆ ଦାୟିତ୍ବ ସ˚ପନ୍ନ କରିବାର ମଧୢ ଥିଲା। ଆଶ୍ରମର ଅନେକ ଅନ୍ତେବାସୀ ଠିକଣା ଭାବେ ସେମାନଙ୍କ ଦାୟିତ୍ବ ନିର୍ବାହ କରୁ ନ ଥିଲେ। ତେଣୁ ଶିଷ୍ୟ ଜଣକ ସେମାନଙ୍କ ଉପରେ ବିରକ୍ତ ହେବାକୁ ଲାଗିଲେ। ଦରକାର ପଡ଼ିଲେ ସେମାନଙ୍କୁ ମୃଦୁ ଦଣ୍ତ ବି ଦେଲେ। ଏମିତି ସମୟ ଗଡ଼ି ଚାଲିଲା।
ଦିନେ ସେ ଏମିତି ହରବର ଅବସ୍ଥାରେ ଥିବା ବେଳେ ତାଙ୍କର ପ୍ରିୟତମ ମିତ୍ରଙ୍କ ସହିତ ମୁହାଁମୁହିଁ ହୋଇଗଲେ। ମିତ୍ରଙ୍କ ମୁହଁରେ ଏକ ମୃଦୁ ହସ ଖେଳିଗଲା। ହସଟି ଅର୍ଥପୂର୍ଣ୍ଣ ଥିଲା।
ତେଣୁ ସେ ଦିନ ରାତିରେ ଶିଷ୍ୟ ଜଣକ ତାଙ୍କ ମିତ୍ରଙ୍କୁ ଏଭଳି ହସିବାର କାରଣ କ’ଣ ବୋଲି ପଚାରିଲେ।
ମିତ୍ର କହିଲେ- ତୁମକୁ ଦେଖି ହସ ଲାଗିଲା। ତୁମେ ଥିଲ କ’ଣ ଓ ହେଲଣି କ’ଣ? କ୍ଷମତା କ’ଣ ନ କରେ?
ଶିଷ୍ୟ କହିଲେ- ଗୁରୁଙ୍କ ତତ୍ତ୍ବାବଧାନରେ ଯେମିତି ଚାଲିଥିଲା, ସେମିତି ଚାଲୁ ବୋଲି ମୁଁ ଚାହେଁ। କିନ୍ତୁ ଅନେକ ବାଧା ଆସୁଛି। ତେଣୁ ବିରକ୍ତି ଆସୁଛି।
ମିତ୍ର କହିଲେ- ନା, ତାହା ନୁହେଁ। ଗୁରୁଙ୍କ ସମୟରେ ବି ଏମିତି ଚାଲିଥିଲା। କିନ୍ତୁ ଗୁରୁ ପ୍ରାଜ୍ଞ। କ୍ଷମତା ତାଙ୍କୁ ସ୍ପର୍ଶ କରିପାରିନାହିଁ। ତେଣୁ ତାଙ୍କ ଠାରେ ସ୍ଥିତପ୍ରଜ୍ଞତା ବଳବତ୍ତର ରହୁଥିଲା। କିନ୍ତୁ କ୍ଷମତା ତୁମର ବିନୟ ଭାବ ନେଇ କର୍କଶ କରି ସାରିଲାଣି। ତେଣୁ ଅନ୍ୟ କେହି ନୁହେଁ, କ୍ଷମତା ତୁମକୁ ବଦଳାଇ ସାରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe