ନିର୍ବୋଧ ବିଚାର

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ଦୟାର ପାତ୍ର!

ଜଣେ ରାଜା ରଥରେ ଯାଉଥିବା ବେଳେ ଦେଖିଲେ ଯେ ଦ୍ବିପହର ଖରାରେ ଜଣେ ଲୋକ ମୁଣ୍ଡରେ ଓଜନିଆ ବୋଝ ବୋହି ଚାଲି ଚାଲି ଯାଉଛି। ଏହା ଦେଖି ରାଜାଙ୍କ ମନରେ ଦୟା ହେଲା। ସେ ରଥ ଅଟକାଇ ସେହି ଲୋକକୁ ରଥରେ ଚଢ଼ିଯିବା ଲାଗି କହିଲେ। ଲୋକଟି କୃତକୃତ୍ୟ ହୋଇ ରଥରେ ଚଢ଼ିଗଲା। ତେବେ ରାଜା ଦେଖିଲେ ଯେ ସେ ତା’ ମୁଣ୍ଡ ଉପରେ ଓଜନିଆ‌ ବୋଝଟି ସେମିତି ବୋହି ବସିଛି। ରାଜା ତାକୁ କହିଲେ- ଆରେ ବାବୁ, ବୋଝକୁ ମୁଣ୍ଡରୁ ଓହ୍ଲାଇ ଦେ। କିଛି ନ ହେଲେ ମୁଣ୍ଡଟି ତ ହାଲୁକା ହେବ!

ଲୋକଟି ଏହା ଶୁଣି କହିଲା- ମଣିମା, ଆପଣ ମୋତେ ରଥକୁ ଉଠାଇ ଯେଉଁ କୃପା କରିଛନ୍ତି ତାହା ଯଥେଷ୍ଟ। ଏ କୃପାକୁ ମୁଁ ସାରା ଜୀବନ ଭୁଲିପାରିବି ନାହିଁ। ଏ ରଥ ତ ମୋ ଓଜନ ବୋହିଛି। ପୁଣି ତା’ ଉପରେ ଏ ବୋଝ ରଖି ମୁଁ ମଣିମାଙ୍କ ରଥକୁ ଅଧିକ ଭାରାକ୍ରାନ୍ତ କରିବାକୁ ଚାହୁଁନାହିଁ। ଏ କଥାଟି କହିସାରି ଗୁରୁ ୟୁଜିକେ କହିଲେ- ନିର୍ବୋଧ ଲୋକଟିର ମୁଣ୍ଡରେ ଏତିକି ପଶୁ ନ ଥିଲା ଯେ ତା’ ମୁଣ୍ଡ ଉପରେ ଥିବା ବୋଝର ଓଜନ ବି ରଥଟି ବୋହିଛି। ମୁଁ ତୁମମାନଙ୍କୁ କହେ ଯେ ତୁମ ସମସ୍ୟାର ଦାୟିତ୍ବ ଈଶ୍ବରଙ୍କୁ ଦେଇ ଦିଅ, ତା’ ପରେ ତୁମେମାନେ ଶାନ୍ତିରେ ରହିପାରିବ। କିନ୍ତୁ ତୁମେମାନେ ତାହା ବୁଝିପାର ନାହିଁ। କାରଣ ତୁମେମାନେ ରାଜାଙ୍କ ରଥ ଉପରେ ବସିଥିବା ସେଇ ଲୋକଟି ଭଳି ଚିନ୍ତା କରୁଛ। ଈଶ୍ବର ତୁମକୁ ନିଜ କୋଳରେ ବୋହିଛନ୍ତି, ତା’ ସହିତ ତୁମର ସମସ୍ୟାର ଓଜନକୁ ବି। ତେଣୁ ତୁମେମାନେ ତୁମ ସମସ୍ୟାକୁ ଈଶ୍ବରଙ୍କ କୋଳରେ ଥୋଇ ଦେବାରେ କିଛି କ୍ଷତି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe