Advertisment

କଥାଟିଏ ଯାଯାବର: ଈଶ୍ବର ଦର୍ଶନ

Advertisment

ଜଣେ ଭଦ୍ର ବ୍ୟକ୍ତି ତାଙ୍କ ଗୁରୁଙ୍କୁ କହିଲେ- ଆପଣ ତ ବରାବର କହନ୍ତି ଯେ ଈଶ୍ବର ଡାକ ଶୁଣନ୍ତି। ମୁଁ ତ ଡାକି ଡାକି ହାଲିଆ ହେଲିଣି, କାହିଁକି ଈଶ୍ବର ମୋ ଡାକ ଶୁଣୁ ନାହାନ୍ତି! ଗୁରୁ ହସିଲେ ଓ କହିଲେ- ହଉ ଆଜି ରାତିରେ

ଜଣେ ଭଦ୍ର ବ୍ୟକ୍ତି ତାଙ୍କ ଗୁରୁଙ୍କୁ କହିଲେ- ଆପଣ ତ ବରାବର କହନ୍ତି ଯେ ଈଶ୍ବର ଡାକ ଶୁଣନ୍ତି। ମୁଁ ତ ଡାକି ଡାକି ହାଲିଆ ହେଲିଣି, କାହିଁକି ଈଶ୍ବର ମୋ ଡାକ ଶୁଣୁ ନାହାନ୍ତି! ଗୁରୁ ହସିଲେ ଓ କହିଲେ- ହଉ ଆଜି ରାତିରେ

foot1

ଜଣେ ଭଦ୍ର ବ୍ୟକ୍ତି ତାଙ୍କ ଗୁରୁଙ୍କୁ କହିଲେ- ଆପଣ ତ ବରାବର କହନ୍ତି ଯେ ଈଶ୍ବର ଡାକ ଶୁଣନ୍ତି। ମୁଁ ତ ଡାକି ଡାକି ହାଲିଆ ହେଲିଣି, କାହିଁକି ଈଶ୍ବର ମୋ ଡାକ ଶୁଣୁ ନାହାନ୍ତି!
ଗୁରୁ ହସିଲେ ଓ କହିଲେ- ହଉ ଆଜି ରାତିରେ ମୁଁ ତୁମ ଅଭିଯୋଗ ଈଶ୍ବରଙ୍କ ପାଖରେ ପହଞ୍ଚାଇବି ଏବଂ ଯାହା ସେ କହିବେ ତାହା କାଲି ତୁମକୁ କହିବି।
ପର ଦିନ ସକାଳେ ଭଦ୍ର ଲୋକ ଗୁରୁଙ୍କ ଠାରେ ଉପସ୍ଥିତ ହେଲେ ଓ ପଚାରିଲେ- ଆଜ୍ଞା, ପଚାରିଥିଲେ?
ଗୁରୁ କହିଲେ- ହଁ, ପଚାରିଥିଲି ଏବଂ ଈଶ୍ବର କହିଲେ ଯେ ତୁମେ ଡାକିଲା ମାତ୍ରକେ ସେ ତୁମ ପାଖକୁ ଆସୁଛନ୍ତି, କିନ୍ତୁ ତୁମକୁ ପାଉ ନାହାନ୍ତି। ‌େତଣୁ ଭେଟ ହୋଇ ପାରୁନାହିଁ!
ଭଦ୍ର ବ୍ୟକ୍ତି କହିଲେ- କି ବିସ୍ମୟର କଥା। ମୁଁ ତ କୁଆଡ଼େ ଯାଏ ନାହିଁ। ଘରେ ଥାଏ ବା ଦୋକାନରେ ଥାଏ ବା ଏହି ସହର ଭିତରେ ବୁଲାବୁଲି କରୁଥାଏ। ମୋତେ କେମିତି ଈଶ୍ବର ପାଇଲେ ନାହିଁ।
ଗୁରୁ କହିଲେ- ତୁ‌େମ ମନ୍ଦିରେ ଈଶ୍ବରଙ୍କୁ ଡାକିଲ। ଈଶ୍ବର ତୁମ ପାଖରେ ପହଞ୍ଚିଲା ବେଳକୁ ତୁମ ଶରୀର ମନ୍ଦିରରେ, କିନ୍ତୁ ତୁମେ ପ୍ରକୃତରେ ଅଛ ତୁମ ଦୋକାନରେ। ଦୋକାନରେ ଥାଇ ଡାକି‌େଲ ପ୍ରଭୁ ପହଞ୍ଚି ଦେଖନ୍ତି ତ ତୁମେ ସେଠି ବସିଛ ସିନା, ତୁମେ ଅସଲରେ ଅଛ ତୁମ ଘରେ। ତେଣୁ ଯେଉଁଠି ଅଛ, ସେଠି ପ୍ରକୃତରେ ରହି ପାରିଲେ ଯାଇ ତୁମେ ତାଙ୍କ ଦର୍ଶନ ପାଇବ। ଆମେ ସମସ୍ତେ ସେହିଭଳି କରିଥାଉଁ ବୋଲି ଈଶ୍ବରଙ୍କ ଦର୍ଶନ ପାଉନା। 
ଗୁରୁ ଯାହା କହୁଛନ୍ତି ଭଦ୍ର ବ୍ୟକ୍ତି ତା’ର ଅସଲ ମର୍ମ ବୁଝିପାରିଲେ। ଏବଂ ବୁଝିଲେ ଯେ ଈଶ୍ବରଙ୍କ ଦର୍ଶନ ଲାଗି ନିଜକୁ ବଦଳାଇବାର ସାଧନା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe