କଥାଟିଏ-ଯାଯାବର: ଜୀବନ ଚାଲିଛି ତ ଚାଲିଛି

Advertisment

ଆମେ କେମିତି ବେହୋସ ଭାବେ ଜୀବନକୁ କାଟି ‌େଦଇଥାଉଁ, ସେ ସମ୍ବନ୍ଧରେ ୟୁ.ଜି.କେ. ବୁଝାଇବାକୁ ଯାଇ ଏହି କାହାଣୀଟି କହିଥିଲେ।  ଜଣେ ଯୁବକର ଦୁଇଟି ବହୁ ମୂଲ୍ୟବାନ ରତ୍ନ ପଥର ହଜିଗଲା।

ଆମେ କେମିତି ବେହୋସ ଭାବେ ଜୀବନକୁ କାଟି ‌େଦଇଥାଉଁ, ସେ ସମ୍ବନ୍ଧରେ ୟୁ.ଜି.କେ. ବୁଝାଇବାକୁ ଯାଇ ଏହି କାହାଣୀଟି କହିଥିଲେ।  ଜଣେ ଯୁବକର ଦୁଇଟି ବହୁ ମୂଲ୍ୟବାନ ରତ୍ନ ପଥର ହଜିଗଲା।

foot1

ଆମେ କେମିତି ବେହୋସ ଭାବେ ଜୀବନକୁ କାଟି ‌େଦଇଥାଉଁ, ସେ ସମ୍ବନ୍ଧରେ ୟୁ.ଜି.କେ. ବୁଝାଇବାକୁ ଯାଇ ଏହି କାହାଣୀଟି କହିଥିଲେ। 
ଜଣେ ଯୁବକର ଦୁଇଟି ବହୁ ମୂଲ୍ୟବାନ ରତ୍ନ ପଥର ହଜିଗଲା। ସେ ବ୍ୟଥିତ ହୋଇ ତା’ ଗୁରୁଙ୍କ ପାଖକୁ ଆସି ସବୁ କହିଲା। ଗୁରୁ ପଚାରିଲେ- ହଜାଇଲୁ କେଉଁଠି? 
ଯୁବକ କହିଲା- ନଈ କୂଳରେ ହଜାଇଦେଲି। ବହୁତ ଖୋଜିଲି, ହେଲେ ମିଳିଲା ନାହିଁ। କାରଣ ସେ ଜାଗାରେ ବହୁ ଛୋଟ ବାଲି ଗରଡ଼ା ଓ ଗୋଡ଼ି ଭରପୂର। ତା’ ଭିତରୁ ଖୋଜି ପାଇବା ସମ୍ଭବ ହେଲା ନାହିଁ। 
ଗୁରୁ କହିଲେ- ସମସ୍ୟା ହେଲା ତୋର ଧୈର୍ଯ୍ୟ ନାହିଁ। ଏବେ ଗୋଟିଏ କାମ କର। ଯେଉଁ ଜାଗାରେ ତୁ ତାହା ହଜାଇଛୁ ବୋଲି ଭାବୁଛୁ, ସେଠାକୁ ଯାଇ ଦୁଇଟି ଲେଖାଏଁ ଗୋଡ଼ି ଉଠା, ତାକୁ ଭଲ କରି ଦେଖ। ଯଦି ତାହା ରତ୍ନ ପଥର ନୁହେଁ, ତାକୁ ନଈ ଭିତରକୁ ଫୋପାଡ଼। ଦିନେ ନା ଦିନେ ପାଇବୁ। ତେବେ, ମନେ ରଖ ମନ ଧ୍ୟାନ ଦେଇ ପରଖିଲା ପରେ ଯାଇ ଫୋପାଡ଼ିବୁ।
ଯୁବକ ତାହା କଲା। ସକାଳୁ ଯାଇ ବାଲି ଗରଡ଼ା ଉଠାଇଲା, ପରଖିଲା ଓ ଫୋପାଡ଼ିଲା। ମଧ୍ୟାହ୍ନ ଗଡ଼ି ଅପରାହ୍‌ଣ ହେଲା। ଏବେ ସେ ସେହି କାମ ଯନ୍ତ୍ରବତ୍‌ କରୁଥିଲା। ଗୋଡ଼ି ଉଠାଉଥିଲା, ଦେଖୁଥିଲା ଏବଂ ଫୋପାଡୁଥିଲା। 
ହଠାତ୍‌ ସେ ଚମକିପଡ଼ି ବିକଳରେ କହି ପକାଇଲା- ଓଃ କ’ଣ କଲି! ମୁଣ୍ଡରେ ହାତ ଦେଇ ସେ ବସି ପଡ଼ିଲା। କାରଣ ସେହି ଅନ୍ୟମନସ୍କ ଯାନ୍ତ୍ରିକତା ଭିତରେ ସେ ରତ୍ନ ପଥର ଦୁଇଟିକୁ ନଦୀ ଗର୍ଭରେ ଫୋପାଡ଼ି ଦେଇଥିଲା। 
ଏହି ଗଳ୍ପଟି ପରେ ୟୁ.ଜି.କେ. ଅନୁଗାମୀମାନଙ୍କୁ କହିଲେ- ଜୀବନକୁ ତୁମେମାନେ ଏମିତି କାଟି ଦେଉ ନାହିଁ କି? ଯାନ୍ତ୍ରିକତା ଭିତରେ ତୁମ ଜୀବନ କେଉଁଠି ପହଞ୍ଚିଲାଣି ତୁମେ ତାହା ଜାଣିନା। ଜୀବନ ଚାଲିଛି ତ ଚାଲିଛି!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe